ଅସମାହିତ ଡ୍ରେନେଜ୍‌ ଅବ୍ୟବସ୍ଥା: ବଢ଼ିଲା ଦୁର୍ଦ୍ଦଶା

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ଅବ୍ୟବସ୍ଥା ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ୧୯ୱାର୍ଡ ବିଶିଷ୍ଟ ବରଗଡ଼ ପୌର ପରିଷଦର ପ୍ରତି ୱାର୍ଡରେ ବର୍ଷବର୍ଷ ଧରି ଏହି ସମସ୍ୟା ପରିଲକ୍ଷିତ ହୋଇ ଆସୁଛି। ବିଭିନ୍ନ ପଡ଼ାର ଗଳିକନ୍ଦିଠାରୁ ସହରର ମୁଖ୍ୟରାସ୍ତା ପର୍ଯ୍ୟନ୍ତ ସବୁଠି ଡ୍ରେନେଜ ସମସ୍ୟା ଲାଗି ରହିଛି। ଫଳରେ ବର୍ଷାରେ ସହରର ବିଭିନ୍ନ ପଡ଼ା, ସରକାରୀ କାର୍ଯ୍ୟାଳୟ ସମେତ ସରକାରୀ ବସଷ୍ଟାଣ୍ଡ ଆଦି ଜଳାର୍ଣ୍ଣବ ହୋଇ ପଡ଼ିଛି। ଏଭଳି ସ୍ଥଳେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ରବିବାର ରାତିରୁ ମଙ୍ଗଳବାର ପୂର୍ବାହ୍ନ ଯାଏ ହୋଇଥିବା ଲଗାଣ ବର୍ଷାରେ ସହରସ୍ଥିତ ଅଧିକାଂଶ ପଡ଼ା ଜଳମଗ୍ନ ହୋଇ ପଡ଼ିଥିଲା। ଗଳିକନ୍ଦି ରାସ୍ତାରେ ନଈ ଭଳି ପାଣି ବହୁଥିବାବେଳେ କେତେକ ପଡ଼ାରେ ରହିଥିବା ଅନେକ ଘର ପାଣି ଘେରରେ ଥିଲା। ସେହିପରି ବିଭିନ୍ନ ପଡ଼ାର ଅନେକ ଘରକୁ ନର୍ଦ୍ଦମା ପାଣି ମଧ୍ୟ ପଶିଥିଲା। ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତ କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ନର୍ଦ୍ଦମା ପାଣି ଘରକୁ ପଶିବା ଏବଂ ବର୍ଷାପାଣି ଘେରରେ ଅନେକ ଘର ଥିବାରୁ ଲୋକଙ୍କୁ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ବର୍ଷା ଛାଡ଼ିବା ପରେ ମଧ୍ୟ ଅନେକ ଗଳିକନ୍ଦି ରାସ୍ତାରେ ଏବେ ମଧ୍ୟ ପାଣି ଜମି ରହିଛି ଏବଂ ସେଥିପାଇଁ ଯାତାୟାତରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଭିଏଏସ୍‌ ନଗର, ୱାର୍ଡ ନଂ.୧୦ ଜୀରା କଲୋନୀ, ୱାର୍ଡ ନଂ.୧ ଅଧିନ ଲ କଲେଜ ରୋଡ୍‌ ଆଦି ସ୍ଥାନରେ ଏଭଳି ସମସ୍ୟା ଉପୁଜିଛି।
ସହରର ଅନେକ ପଡ଼ାରେ ଏ ଯାଏ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନାହିଁ। ଫଳରେ ସେଠାରେ ବର୍ଷାଦିନେ ପଡ଼ାବାସୀଙ୍କୁ ତାହା ବଡ଼ ସମସ୍ୟା ପାଲଟିଛି। ସେହିପରି ଯେଉଁଠି ଡ୍ରେନ୍‌ ଅଛି, ସେଠାରେ ମଧ୍ୟ ସମସ୍ୟା କମି ନାହିଁ। ମଇଲା ଆବର୍ଜନାରେ ଅନେକ ସ୍ଥାନର ଡ୍ରେନ ପୂରି ରହିଥିବା ବେଳେ ଆଉ କେତେକ ସ୍ଥାନରେ ଡ୍ରେନ୍‌ ଗୁଡ଼ିକ ମୁକୁଳା ହୋଇ ପଡ଼ିଥିବା ପରିଲକ୍ଷିତ ହୋଇଛି। ଏଭଳି କ୍ଷେତ୍ରରେ ସେହି ରାସ୍ତାରେ ଲୋକଙ୍କ ଯାତାୟାତ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ତେବେ ସହରର ଏଭଳି ଅବ୍ୟବସ୍ଥିତ ଡ୍ରେନେଜ ସମସ୍ୟାର ସୁଧାର ଆଣିବାକୁ ବାରମ୍ବାର ସହରବାସୀଙ୍କ ଦାବି ହୋଇ ଆସୁଛି। ମାତ୍ର ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା, ଇଚ୍ଛାଶକ୍ତି ଅଭାବରୁ ଦୀର୍ଘବର୍ଷ ଧରି ବରଗଡ଼ ସହରରେ ଡ୍ରେନେଜ୍‌ ସମସ୍ୟା ଅସମାହିତ ହୋଇ ରହିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?