ହଟିପାରୁନି ରାଜନୈତିକ ପୋଷ୍ଟର

ଭୁବନେଶ୍ୱର,୧।୪ (ବନ୍ଦନା ସେଠୀ): ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବିଏମ୍‌ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ସହ କାନ୍ଥଲେଖାକୁ ଲିଭାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କୁ ଚିଠି ଲେଖିଥିଲେ। ଏହାପରେ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭିନ୍ନ ହୋର୍ଡିଂ ହଟାଯିବା ସହ ଆଉ କେତେକକୁ କଳା କିମ୍ବା ଧଳା କପଡ଼ାରେ ଘୋଡ଼ାଯାଇଥିଲା। ସହରରେ ଲାଗିଥିବା ସମସ୍ତ ହୋର୍ଡିଂ ତୁରନ୍ତ ହଟାଯିବ ବୋଲି ମଧ୍ୟ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ମାତ୍ର ଆଚରଣ ବିଧି ଲାଗୁ ହେବାର ୧୫ଦିନ ପରେ ବି ସହରର ଅନେକ ସ୍ଥାନରେ ଦଳୀୟ ପୋଷ୍ଟର, ହୋର୍ଡିଂ ଲାଗିଛି। ଅପରପକ୍ଷେ କେତେକ ହାତଗଣତି ପୋଷ୍ଟରକୁ ହଟାଇ ଦେଇ ବିଏମ୍‌ସି ଚୁପ୍‌ ବସିଯାଇଛି।
ମିଶନ୍‌ ଠାରୁ ଆରମ୍ଭ କରି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଏବଂ ଅନ୍ୟାନ୍ୟ ହୋର୍ଡିଂ ପୂର୍ବଭଳି ରହିଛି। ସହର ମଝିରେ ଆହୁରି ଅନେକ ଦଳୀୟ ପୋଷ୍ଟର, ହୋର୍ଡିଂ ଲାଗିଥିଲେ ମଧ୍ୟ ସେ ସବୁ ବିଏମ୍‌ସିକୁ ଦେଖାଯାଉନି। ଏପରିକି ଗୋଟିଏ ହୋର୍ଡିଂକୁ ଲୁଚାଯାଇଥିଲେ ବି ତା’ ପାଖରେ ଥିବା ଅନ୍ୟ ହୋର୍ଡିଂ ଖୋଲା ରହିଛି। ମଞ୍ଚେଶ୍ୱର ଅଞ୍ଚଳର ଅନେକ ସ୍ଥାନରେ ହୋର୍ଡିଂ ଖୋଲା ଭାବେ ଥିବା ପରିଲକ୍ଷିତ ହୋଇଛି। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ସହରର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କାନ୍ଥବାଡ଼ରେ ଥିବା ଲେଖାକୁ ମଧ୍ୟ ଲିଭାଯାଇନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେହିପରି କାନ୍ଥବାଡ଼, ପୋଲ, ଗଛ ଆଦି ସର୍ବସାଧାରଣ ସ୍ଥାନରେ ପୋଷ୍ଟର, ବିଜ୍ଞାପନ ମାରିଲେ ବିଏମ୍‌ସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଯାବତ୍‌ ୫୦ରୁ ଊର୍ଦ୍ଧ୍ୱ ସଂସ୍ଥା ନାମରେ ଥାନାରେ ଏତଲା ଦେବା ସହ ୧ଶହରୁ ଊର୍ଦ୍ଧ୍ୱ ସଂସ୍ଥାଙ୍କୁ ନୋଟିସ୍‌ କରିଛି। ଏହାବାଦ୍‌ ଅନେକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରିଛି। ତେବେ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ପାଇଁ କୋର୍ଟ ନିକଟରୁ ଭଞ୍ଜକଳା ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ବ୍ୟାରିକେଡ୍‌ରେ ମାଳମାଳ ପୋଷ୍ଟର ଲାଗିଥିଲେ ବି ବିଏମ୍‌ସିକୁ ଦିଶୁନି। ସେହିପରି ଅନେକ ସ୍ଥାନରେ ଗଛରେ କଣ୍ଟା ବାଡ଼େଇ ନୋ ପାର୍କିଂ ବୋଲି ଲେଖାଯାଇଛି। ୨ବର୍ଷ ତଳୁ କାନ୍ଥବାଡ଼ରେ ପୋଷ୍ଟର ନ ଲଗାଇବା ପାଇଁ ବିଏମ୍‌ସି ଯେଉଁ ଘୋଷଣା କରିଥିଲା ତାହା ଏବେ ଫମ୍ପା ମାଠିଆର ଶବ୍ଦ ଭଳି ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri