ଆଠମଲ୍ଲିକ ଭାଜପାରେ ବଢ଼ୁଛି ଦ୍ୱନ୍ଦ୍ୱ

ବଇଣ୍ଡା, ୧ା୪ (ପରିକ୍ଷିତ ସାହୁ): ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀକୁ ବିଜେଡି ଦୀର୍ଘବର୍ଷ ହେଲା ତାହାର ଗଡ଼ କରିଆସିଛି। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସମସ୍ତ ଜିଲା ପରିଷଦ ଆସନ କବ୍‌ଜା କରି ଭାଜପାର ସ୍ବପ୍ନକୁ ଧୂଳିସାତ କରିଦେଇଛି। ହେଲେ ଗତ ନିର୍ବାଚନଗୁଡ଼ିକ ଅପେକ୍ଷା ୨୦୨୪ ନିର୍ବାଚନକୁ ଭାଜପା ଭିନ୍ନ ଦୃଷ୍ଟିରେ ଦେଖୁଛି। କାରଣ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ କିଛି ବର୍ଷ ହେଲା ଭାଜପା ନିଜର ସଙ୍ଗଠନକୁ ପୂର୍ବାପେକ୍ଷା ଶକ୍ତ କରିବାରେ ଲାଗିପଡ଼ିଥିବା ଦେଖାଯାଇଛି। ଏହାଛଡ଼ା ଏଥର ସମ୍ବଲପୁର ଲୋକ ସଭା ଆସନରୁ ଭାଜପାର ହେଭିଓ୍ବେଟ୍‌ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାରୁ ଆଠମଲ୍ଲିକ ଭାଜପାକୁ ଯେପରି ବଳ ମିଳିଯାଇଛି। ତେଣୁ କର୍ମୀ ମହଲରେ ଉତ୍ସାହ ଖେଳିଯାଇଥିବା ବେଳେ ଏଠାରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଛି। ତେବେ ଟିକେଟ୍‌ ଲବିରେ ଥିବା ପ୍ରମୁଖ ୪ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।
୨୦୦୦ ମସିହାରୁ ଆଠମଲ୍ଲିକ ବିଧାନସଭା ଆସନ ବିଜେଡି ଅକ୍ତିଆରରେ ରହିଆସିଛି। ତେବେ ବିଜେଡି-ଭାଜପା ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରଠାରୁ ହୋଇଥିବା ୩ଟି ନିର୍ବାଚନ ୨୦୦୯, ୨୦୧୪ ଏବଂ ୨୦୧୯ରେ ଏହି ଆସନକୁ ବିଜେଡି ହାତରୁ ଛଡ଼ାଇ ଆଣିବାକୁ ଭାଜପା ଉଦ୍ୟମ କରିଥିଲେ ମଧ୍ୟ ଏଯାଏ ସଫଳତା ପାଇପାରି ନାହିଁ। ଗତ ୩ଟି ନିର୍ବାଚନରେ ଆଠମଲ୍ଲିକରୁ ଭାଜପା ପ୍ରାର୍ଥୀ ଭାବେ ଭାଗୀରଥି ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରିଆସିଛନ୍ତି। ଏପରି କି ୨୦୨୪ ନିର୍ବାଚନରେ ମଧ୍ୟ ସେ ଆଠମଲ୍ଲିକରୁ ଦଳୀୟ ଟିକେଟ୍‌ ପାଇଁ ଜୋର୍‌ଦାର ଲବି ଚଳାଇଛନ୍ତି। ସେହିପରି ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗଦେବା ସହ ଦୀର୍ଘଦିନ ଧରି ଏଠାରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି। ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରି ପତିଆରା ଜାହିରି କରୁଥିବା ବେଳେ ଟିକେଟ ଦୌଡ଼ରେ ସେ ଆଗରେ ଥିବା ବିଶେଷସୂତ୍ରରୁ ଜଣାପଡିଛି। ସେହିପରି ନିକଟ ଅତୀତରେ ଭାଜପାରେ ସାମିଲ ହୋଇଥିବା ସାମାଜିକ କର୍ମୀ ଅର୍ଜୁନ ସାହୁ ମଧ୍ୟ ଟିକେଟ ପାଇଁ ଆଶା ରଖିଛନ୍ତି। ଅନ୍ୟପଟେ ଭାଜପାର ଯୁବ ନେତା ସଂଗ୍ରାମ ମହାପାତ୍ର ଆଠମଲ୍ଲିକ ଉପଖଣ୍ଡରେ ଡେରା ପକାଇ ଟିକେଟ ଆଶାରେ ଦଳୀୟ ସଙ୍ଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ୪ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ୍‌ ଦେବ ତାହାକୁ ନେଇ ନିର୍ବାଚନମଣ୍ଡଳୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖ ଲୋକ ତଥା ତାଙ୍କ ପସନ୍ଦର ଆଶାୟୀଙ୍କ ମଧ୍ୟରୁ ଦଳ ଜଣକୁ ପ୍ରାର୍ଥୀ କରିପାରେ ବୋଲି ଆଠମଲ୍ଲିକରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?