ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି

ଯାଜପୁର ଅଫିିସ,୯।୨: ରାଜ୍ୟ ବାହାରର ଶିଳ୍ପ ସଂସ୍ଥାଗୁଡିକୁ ଦୈତାରିରୁ ଖଣିଜ ସମ୍ପଦ କିଣିବାକୁ ଦ୍ୱାର ଖୋଲିଯିବା ପରେ ଏଠାରେ ଲୁହାପଥର ଦର ଆକାଶଛୁଆଁ ହୋଇଛି। ରାଜ୍ୟ ବାହାରର ଶିଳ୍ପସଂସ୍ଥାଗୁଡିକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଏହାର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡ଼ିଛି। ୨ା୧୨ା୨୦୨୦ରେ ହୋଇଥିବା ଇ-ଅକ୍ସନରେ ଲୁହାପଥରର ମୂଳଦର ଟନ୍‌ ପିଛା ୪,୫୦୦ ଟଙ୍କା ରହିଥିଲା। କିନ୍ତୁ ୧ା୨ା୨୦୨୧ ହୋଇଥିବା ଇ-ଅକ୍ସନରେ ମୂଳଦର ଟନ୍‌ ପିଛା ୬୦୦୦ ଟଙ୍କା ରଖାଯାଇଥିବାବେଳେ ବାହାର ରାଜ୍ୟ ଶିଳ୍ପସଂସ୍ଥାଗୁଡିକ ନିଲାମରେ ଭାଗନେଇ ଦରକୁ ଟନ୍‌ ପିଛା ୭,୦୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷେ ଉତ୍ପାଦିତ ପିଗ୍‌ ଓ ସ୍ପଞ୍ଜ ଆଇରନ ଦର ଦିନକୁ ଦିନ ହ୍ରାସ ପାଉଥିବାବେଳେ କମ୍ପାନୀଗୁଡ଼ିକ ବହୁ କ୍ଷତିରେ ଚାଲିଛନ୍ତି। ଇତିମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ୫୦ ପ୍ରତିଶତ କାରଖାନା ବନ୍ଦ ପଡିଛି। ଏଭଳି ଭାବେ ରାଜ୍ୟ ବାହାରର ଶିଳ୍ପସଂସ୍ଥାଙ୍କ ପ୍ରରୋଚନାରେ ପଡ଼ି ଲୁହାପଥର ଦରର ଅହେତୁକ ମୂଲ୍ୟବୃଦ୍ଧି କରାଗଲେ ଅଗାମୀ ଦିନରେ ଅନ୍ୟ କାରଖାନାଗୁଡ଼ିକ ବନ୍ଦ ହେବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ। ଏହାସହ ବ୍ୟାଙ୍କ ଏବଂ ଶ୍ରମିକ ଓ କର୍ମଚାରୀମାନେ ହତାଶ ହୋଇ ଆର୍ଥିକ ଅନଟନର ଶିକାର ହେବେ ବୋଲି କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ ଆସୋସିଏଶନ(କେଆଇଏ)ର ସଭାପତି ପି.ଏଲ. କାଣ୍ଡୋଇ ମତବ୍ୟକ୍ତ କରିଛନ୍ତି। ଏହିମର୍ମରେ ଓଡ଼ିଶା ମାଇନିଂ କର୍ପୋରେଶନ ଲିଃର ପରିଚାଳନା ନିର୍ଦ୍ଦେଶକଙ୍କୁ ଆସୋସିଏଶନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଗତ ଇ-ଅକ୍ସନକୁ ବାତିଲ କରି ନୂତନ ଇ-ଅକ୍ସନ ଜରିଆରେ ଲୁହାପଥର ଦର ହ୍ରାସ କରିବାକୁ ନିବେଦନ କରାଯାଇଛି।
କଳିଙ୍ଗନଗରରେ ଗତ ୫ ବର୍ଷ ମଧ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଛଟେଇ ହୋଇ ସାରିଛନ୍ତି। ନିୟମିତ କର୍ମଚାରୀ ଛଟେଇ ସଂଖ୍ୟା ମଧ୍ୟ ପ୍ରାୟ ୩ ହଜାରକୁ ଛୁଇଁଲାଣି। କର୍ମଚାରୀ ଛଟେଇ ଅର୍ଥନୈତିକ ଅସ୍ଥିରତା ସାଙ୍ଗକୁ ସାମାଜିକ ଅସ୍ଥିରତାର ପ୍ରମୁଖ କାରଣ। ଦେଶର ଆର୍ଥିକ ମାନ୍ଦାବସ୍ଥା ଓ କରୋନା ସଙ୍କଟରେ ଶିଳ୍ପ ସଂସ୍ଥା ବ୍ୟାପକ ଭାବେ ପ୍ରଭାବିତ ହେଉଥିବାବେଳେ ଲୁହାପଥର ଦର ବୃଦ୍ଧି ଆଉ ଏକ ସମସ୍ୟା ସୃଷ୍ଟି କରିଛି। ଲାଭରେ ହ୍ରାସ ଘଟୁଥିବାରୁ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ି ଚାଲିଥିବାବେଳେ ଏହାର ସୁଦୂର ପ୍ରଭାବ ଷ୍ଟିଲ ସିଟି କଳିଙ୍ଗନଗରରେ ଅନୁଭୂତ ହୋଇସାରିଛି। ବର୍ତ୍ତମାନ କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ, ଭିସା ଷ୍ଟିଲ ପ୍ରମୁଖ କ୍ଷେତ୍ର ସେମାନଙ୍କ କ୍ଷତିକୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିସାରିଲେଣି। ନୀଳାଚଳ ଇସ୍ପାତ ନିଗମ ଲିଃ, କେଜେ ଇସ୍ପାତ ଓ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ହୋଇସାରିଲାଣି। ଇସ୍ପାତ ଶିଳ୍ପ ପ୍ରତି ସରକାରଙ୍କ ପ୍ରୀତି ହେଉ କି ସମୃଦ୍ଧ ଓଡ଼ିଶା ପାଇଁ ବଳିଷ୍ଠ ଶିଳ୍ପନୀତି ଯୋଗୁ ରାଜ୍ୟରେ ଗତ କିଛିବର୍ଷ ହେଲା ଅନେକ ଘରୋଇ ନିବେଶକ ଇସ୍ପାତ ଶିଳ୍ପ ଏବଂ ସ୍ପଞ୍ଜ ଆଇରନ କାରଖାନା ପ୍ରତିଷ୍ଠା କରିଛନ୍ତି। ତେଣୁ ଶିଳ୍ପ କମ୍ପାନୀ ହିତ ପାଇଁ ଲୁହାପଥର ଦର ହ୍ରାସ କରା ନ ଗଲେ ଆଗାମୀ ଦିନରେ କାରଖାନାଗୁଡ଼ିକ ବନ୍ଦ ହୋଇଯିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri