ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି

ଯାଜପୁର ଅଫିିସ,୯।୨: ରାଜ୍ୟ ବାହାରର ଶିଳ୍ପ ସଂସ୍ଥାଗୁଡିକୁ ଦୈତାରିରୁ ଖଣିଜ ସମ୍ପଦ କିଣିବାକୁ ଦ୍ୱାର ଖୋଲିଯିବା ପରେ ଏଠାରେ ଲୁହାପଥର ଦର ଆକାଶଛୁଆଁ ହୋଇଛି। ରାଜ୍ୟ ବାହାରର ଶିଳ୍ପସଂସ୍ଥାଗୁଡିକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଏହାର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡ଼ିଛି। ୨ା୧୨ା୨୦୨୦ରେ ହୋଇଥିବା ଇ-ଅକ୍ସନରେ ଲୁହାପଥରର ମୂଳଦର ଟନ୍‌ ପିଛା ୪,୫୦୦ ଟଙ୍କା ରହିଥିଲା। କିନ୍ତୁ ୧ା୨ା୨୦୨୧ ହୋଇଥିବା ଇ-ଅକ୍ସନରେ ମୂଳଦର ଟନ୍‌ ପିଛା ୬୦୦୦ ଟଙ୍କା ରଖାଯାଇଥିବାବେଳେ ବାହାର ରାଜ୍ୟ ଶିଳ୍ପସଂସ୍ଥାଗୁଡିକ ନିଲାମରେ ଭାଗନେଇ ଦରକୁ ଟନ୍‌ ପିଛା ୭,୦୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷେ ଉତ୍ପାଦିତ ପିଗ୍‌ ଓ ସ୍ପଞ୍ଜ ଆଇରନ ଦର ଦିନକୁ ଦିନ ହ୍ରାସ ପାଉଥିବାବେଳେ କମ୍ପାନୀଗୁଡ଼ିକ ବହୁ କ୍ଷତିରେ ଚାଲିଛନ୍ତି। ଇତିମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ୫୦ ପ୍ରତିଶତ କାରଖାନା ବନ୍ଦ ପଡିଛି। ଏଭଳି ଭାବେ ରାଜ୍ୟ ବାହାରର ଶିଳ୍ପସଂସ୍ଥାଙ୍କ ପ୍ରରୋଚନାରେ ପଡ଼ି ଲୁହାପଥର ଦରର ଅହେତୁକ ମୂଲ୍ୟବୃଦ୍ଧି କରାଗଲେ ଅଗାମୀ ଦିନରେ ଅନ୍ୟ କାରଖାନାଗୁଡ଼ିକ ବନ୍ଦ ହେବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ। ଏହାସହ ବ୍ୟାଙ୍କ ଏବଂ ଶ୍ରମିକ ଓ କର୍ମଚାରୀମାନେ ହତାଶ ହୋଇ ଆର୍ଥିକ ଅନଟନର ଶିକାର ହେବେ ବୋଲି କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ ଆସୋସିଏଶନ(କେଆଇଏ)ର ସଭାପତି ପି.ଏଲ. କାଣ୍ଡୋଇ ମତବ୍ୟକ୍ତ କରିଛନ୍ତି। ଏହିମର୍ମରେ ଓଡ଼ିଶା ମାଇନିଂ କର୍ପୋରେଶନ ଲିଃର ପରିଚାଳନା ନିର୍ଦ୍ଦେଶକଙ୍କୁ ଆସୋସିଏଶନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଗତ ଇ-ଅକ୍ସନକୁ ବାତିଲ କରି ନୂତନ ଇ-ଅକ୍ସନ ଜରିଆରେ ଲୁହାପଥର ଦର ହ୍ରାସ କରିବାକୁ ନିବେଦନ କରାଯାଇଛି।
କଳିଙ୍ଗନଗରରେ ଗତ ୫ ବର୍ଷ ମଧ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଛଟେଇ ହୋଇ ସାରିଛନ୍ତି। ନିୟମିତ କର୍ମଚାରୀ ଛଟେଇ ସଂଖ୍ୟା ମଧ୍ୟ ପ୍ରାୟ ୩ ହଜାରକୁ ଛୁଇଁଲାଣି। କର୍ମଚାରୀ ଛଟେଇ ଅର୍ଥନୈତିକ ଅସ୍ଥିରତା ସାଙ୍ଗକୁ ସାମାଜିକ ଅସ୍ଥିରତାର ପ୍ରମୁଖ କାରଣ। ଦେଶର ଆର୍ଥିକ ମାନ୍ଦାବସ୍ଥା ଓ କରୋନା ସଙ୍କଟରେ ଶିଳ୍ପ ସଂସ୍ଥା ବ୍ୟାପକ ଭାବେ ପ୍ରଭାବିତ ହେଉଥିବାବେଳେ ଲୁହାପଥର ଦର ବୃଦ୍ଧି ଆଉ ଏକ ସମସ୍ୟା ସୃଷ୍ଟି କରିଛି। ଲାଭରେ ହ୍ରାସ ଘଟୁଥିବାରୁ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ି ଚାଲିଥିବାବେଳେ ଏହାର ସୁଦୂର ପ୍ରଭାବ ଷ୍ଟିଲ ସିଟି କଳିଙ୍ଗନଗରରେ ଅନୁଭୂତ ହୋଇସାରିଛି। ବର୍ତ୍ତମାନ କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ, ଭିସା ଷ୍ଟିଲ ପ୍ରମୁଖ କ୍ଷେତ୍ର ସେମାନଙ୍କ କ୍ଷତିକୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିସାରିଲେଣି। ନୀଳାଚଳ ଇସ୍ପାତ ନିଗମ ଲିଃ, କେଜେ ଇସ୍ପାତ ଓ ମେସ୍କୋ ଷ୍ଟିଲ କାରଖାନା ବନ୍ଦ ହୋଇସାରିଲାଣି। ଇସ୍ପାତ ଶିଳ୍ପ ପ୍ରତି ସରକାରଙ୍କ ପ୍ରୀତି ହେଉ କି ସମୃଦ୍ଧ ଓଡ଼ିଶା ପାଇଁ ବଳିଷ୍ଠ ଶିଳ୍ପନୀତି ଯୋଗୁ ରାଜ୍ୟରେ ଗତ କିଛିବର୍ଷ ହେଲା ଅନେକ ଘରୋଇ ନିବେଶକ ଇସ୍ପାତ ଶିଳ୍ପ ଏବଂ ସ୍ପଞ୍ଜ ଆଇରନ କାରଖାନା ପ୍ରତିଷ୍ଠା କରିଛନ୍ତି। ତେଣୁ ଶିଳ୍ପ କମ୍ପାନୀ ହିତ ପାଇଁ ଲୁହାପଥର ଦର ହ୍ରାସ କରା ନ ଗଲେ ଆଗାମୀ ଦିନରେ କାରଖାନାଗୁଡ଼ିକ ବନ୍ଦ ହୋଇଯିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri