ପୈଠ ହୋଇନି ବିଲ୍‌, ବିଦ୍ୟୁତ୍‌ କାଟିଲା ବିଭାଗ

ଫୁଲବାଣୀ ଅଫିସ, ୨୪।୧:  ବାତ୍ୟା ଜୱାଦ ଓ ପରେ ଅଦିନିଆ ବର୍ଷାରେ ଧାନ ଫସଲ ଉଜୁଡିଗଲା ା ଚାଷୀକୂଳ ହତାଶ ହୋଇ ପରିବା ଚାଷ ଆରମ୍ଭ କରିଥିଲେ ା ଆଉ ସପ୍ତାହେ ମଧ୍ୟରେ ବିକ୍ରି ଲାଗି ବଜାରକୁ ପରିବା ଯାଇଥାନ୍ତା। ଏଭଳି ସମୟରେ ବିଦୁ୍ୟୁତ୍‌ ବିଭାଗ ଉଠା ଜଳସେଚନ(ଏଲଆଇ) ପ୍ରକଳ୍ପରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି ା ବକେୟା ନ ଦେଲେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ନାହିଁ କହି ଚାଷୀଙ୍କୁ ଧମକ ଦେଇଛି ା ଏଭଳି ସ୍ଥିତିରେ ଚାଷୀ କୂଳ ସମ୍ପୂର୍ଣ୍ଣ ହତାଶ ହୋଇପଡିଛି ା ଫସଲ ଅମଳ ପରେ ବିକ୍ରି କରି ବିଦ୍ୟୁତ ବିଲ ପରିଶୋଧ କରାଯିବ ବୋଲି ଚାଷୀମାନେ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣି ନାହାନ୍ତି। କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। ମିଣିଆ ପଞ୍ଚାୟତର ପିଶୁପଦର, ଜ୍ରାକିପଡା, ଗଏରୀବାଟା ଏବଂ ଶିରାବିରାରେ ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା ଲାଗି ସାଲୁଙ୍କି ନଦୀରେ ଉଠା ଜଳସେଚନ ପ୍ରକଳ୍ପ ହୋଇଛି ା ଏହି ୪ଟି ପ୍ରକଳ୍ପ ଅଧିନରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ ସେମାନଙ୍କ ଜମିରେ ଫସଲ କରୁଛନ୍ତି ା ଜ୍ରାକିପଡାରେ ବସିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରୁ ଜ୍ରାକିପଡା ଏବଂ ପିଶୁପଦର ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍‌ ଦିଆଯାଇଛି ା ୨୦୧୬ରେ ଜ୍ରାକିପଡା ପ୍ରକଳ୍ପ ହୋଇଥିଲା ା ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଲ ଠିକ ସମୟରେ ଦିଆଗଲା ନାହିଁ ା ଦୀର୍ଘ ୪ ବର୍ଷ ପରେ ୨୦୨୦ରେ ୨୨ ହଜାର ଟଙ୍କାର ଏକ ବିଲ ଆସିଲା ା ସେତବେଳେ ତିତ୍‌ଲି ପ୍ରଭାବରେ ପ୍ରକଳ୍ପରେ ଲାଗିଥିବା ବିଦ୍ୟୁତ୍‌ ମୋଟର ପୋଡି ଯାଇଥିଲା ା ଚାଷୀ ମୋଟର କାମ କରିବାରୁ ବିଲ ଦେଇ ନ ପାରି ଦେବେ ବୋଲି ବିଭାଗକୁ କହିଥିଲେ ା ହେଲେ ବିଦ୍ୟୁତ୍‌ ବିଭାଗ ଚଳିତବର୍ଷରେ ୭୯ ହଜାର ଟଙ୍କାର ବିଲ ଦେଇଛି। ଏତେ ବିଲ କିପରି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସମ୍ପର୍କରେ ଚାଷୀମାନେ ପଚାରିବାରୁ, ଟଙ୍କା ପଇଠ କର ନ ହେଲେ ବିଦ୍ୟୁତ୍‌ କାଟି ଦେବୁ ବୋଲି ବିଭାଗ ଧମକ ଦେବା ସହ ସଂଯୋଗ ବିଚ୍ଛିନ୍ନ କରିଛି। ଫଳରେ ଜ୍ରାକିପଡା, ପିଶୁପଦର ପ୍ରକଳ୍ପ ଅଧିନରେ ଥିବା ଚାଷୀ ଏବେ କ୍ଷେତରେ ପାଣି ନ ମଡାଇ ପାରି ହତାଶ ହୋଇପଡ଼ିଛନ୍ତି। ପିଶୁପଦର କ୍ଷେତ୍ରରେ ମଧ୍ୟ ମାତ୍ରାଧିକ ବିଲ କରାଯାଇଛି ବୋଲି ଚାଷୀ ଆନନ୍ଦେଶ୍ୱର କହଁର, ଅଶୋକ କହଁର, ଯତିନ୍ଦ୍ର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗଏରୀବାଟା, ଶିରାବିରା ଏଲଆଇ ପଏଣ୍ଟରେ ମଧ୍ୟ ଅନୁରୁପ ଅବସ୍ଥା। ଗଏରୀବାଟାରେ ବିଦ୍ୟୁତ୍‌ ବିଲ ୨୨ ହଜାର ଟଙ୍କା ଆସିଥିବା ବେଳେ ଶିରାବିରାରେ ଆଦୌ ମୋଟର ନ ଚାଲି ୧୦ ହଜାର ପାଖାପାଖି ବିଲ ଆସିଛି ବୋଲି ଚାଷୀ ଗୁରୁମନ ଦିଗାଲ, ସୀମାଞ୍ଚଳ ଗୁରୁ, ତିଳୋତମା କହଁର ପ୍ରମୁଖ କହଛନ୍ତି। ଏ ନେଇ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନ୍ତିଙ୍କୁ ପଚାରିବାରେ ଚାଷୀମାନେ ବକେୟା ବିଲରୁ ୮ ପ୍ରତିଶତ ପୈଠ କଲେ ତୁରନ୍ତ ବିଦ୍ୟୁତ ସଂଯୋଗ କରିଦେବୁ ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?