ପୈଠ ହୋଇନି ବିଲ୍‌, ବିଦ୍ୟୁତ୍‌ କାଟିଲା ବିଭାଗ

ଫୁଲବାଣୀ ଅଫିସ, ୨୪।୧:  ବାତ୍ୟା ଜୱାଦ ଓ ପରେ ଅଦିନିଆ ବର୍ଷାରେ ଧାନ ଫସଲ ଉଜୁଡିଗଲା ା ଚାଷୀକୂଳ ହତାଶ ହୋଇ ପରିବା ଚାଷ ଆରମ୍ଭ କରିଥିଲେ ା ଆଉ ସପ୍ତାହେ ମଧ୍ୟରେ ବିକ୍ରି ଲାଗି ବଜାରକୁ ପରିବା ଯାଇଥାନ୍ତା। ଏଭଳି ସମୟରେ ବିଦୁ୍ୟୁତ୍‌ ବିଭାଗ ଉଠା ଜଳସେଚନ(ଏଲଆଇ) ପ୍ରକଳ୍ପରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି ା ବକେୟା ନ ଦେଲେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ନାହିଁ କହି ଚାଷୀଙ୍କୁ ଧମକ ଦେଇଛି ା ଏଭଳି ସ୍ଥିତିରେ ଚାଷୀ କୂଳ ସମ୍ପୂର୍ଣ୍ଣ ହତାଶ ହୋଇପଡିଛି ା ଫସଲ ଅମଳ ପରେ ବିକ୍ରି କରି ବିଦ୍ୟୁତ ବିଲ ପରିଶୋଧ କରାଯିବ ବୋଲି ଚାଷୀମାନେ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣି ନାହାନ୍ତି। କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି। ମିଣିଆ ପଞ୍ଚାୟତର ପିଶୁପଦର, ଜ୍ରାକିପଡା, ଗଏରୀବାଟା ଏବଂ ଶିରାବିରାରେ ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା ଲାଗି ସାଲୁଙ୍କି ନଦୀରେ ଉଠା ଜଳସେଚନ ପ୍ରକଳ୍ପ ହୋଇଛି ା ଏହି ୪ଟି ପ୍ରକଳ୍ପ ଅଧିନରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ ସେମାନଙ୍କ ଜମିରେ ଫସଲ କରୁଛନ୍ତି ା ଜ୍ରାକିପଡାରେ ବସିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରୁ ଜ୍ରାକିପଡା ଏବଂ ପିଶୁପଦର ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍‌ ଦିଆଯାଇଛି ା ୨୦୧୬ରେ ଜ୍ରାକିପଡା ପ୍ରକଳ୍ପ ହୋଇଥିଲା ା ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଲ ଠିକ ସମୟରେ ଦିଆଗଲା ନାହିଁ ା ଦୀର୍ଘ ୪ ବର୍ଷ ପରେ ୨୦୨୦ରେ ୨୨ ହଜାର ଟଙ୍କାର ଏକ ବିଲ ଆସିଲା ା ସେତବେଳେ ତିତ୍‌ଲି ପ୍ରଭାବରେ ପ୍ରକଳ୍ପରେ ଲାଗିଥିବା ବିଦ୍ୟୁତ୍‌ ମୋଟର ପୋଡି ଯାଇଥିଲା ା ଚାଷୀ ମୋଟର କାମ କରିବାରୁ ବିଲ ଦେଇ ନ ପାରି ଦେବେ ବୋଲି ବିଭାଗକୁ କହିଥିଲେ ା ହେଲେ ବିଦ୍ୟୁତ୍‌ ବିଭାଗ ଚଳିତବର୍ଷରେ ୭୯ ହଜାର ଟଙ୍କାର ବିଲ ଦେଇଛି। ଏତେ ବିଲ କିପରି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସମ୍ପର୍କରେ ଚାଷୀମାନେ ପଚାରିବାରୁ, ଟଙ୍କା ପଇଠ କର ନ ହେଲେ ବିଦ୍ୟୁତ୍‌ କାଟି ଦେବୁ ବୋଲି ବିଭାଗ ଧମକ ଦେବା ସହ ସଂଯୋଗ ବିଚ୍ଛିନ୍ନ କରିଛି। ଫଳରେ ଜ୍ରାକିପଡା, ପିଶୁପଦର ପ୍ରକଳ୍ପ ଅଧିନରେ ଥିବା ଚାଷୀ ଏବେ କ୍ଷେତରେ ପାଣି ନ ମଡାଇ ପାରି ହତାଶ ହୋଇପଡ଼ିଛନ୍ତି। ପିଶୁପଦର କ୍ଷେତ୍ରରେ ମଧ୍ୟ ମାତ୍ରାଧିକ ବିଲ କରାଯାଇଛି ବୋଲି ଚାଷୀ ଆନନ୍ଦେଶ୍ୱର କହଁର, ଅଶୋକ କହଁର, ଯତିନ୍ଦ୍ର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗଏରୀବାଟା, ଶିରାବିରା ଏଲଆଇ ପଏଣ୍ଟରେ ମଧ୍ୟ ଅନୁରୁପ ଅବସ୍ଥା। ଗଏରୀବାଟାରେ ବିଦ୍ୟୁତ୍‌ ବିଲ ୨୨ ହଜାର ଟଙ୍କା ଆସିଥିବା ବେଳେ ଶିରାବିରାରେ ଆଦୌ ମୋଟର ନ ଚାଲି ୧୦ ହଜାର ପାଖାପାଖି ବିଲ ଆସିଛି ବୋଲି ଚାଷୀ ଗୁରୁମନ ଦିଗାଲ, ସୀମାଞ୍ଚଳ ଗୁରୁ, ତିଳୋତମା କହଁର ପ୍ରମୁଖ କହଛନ୍ତି। ଏ ନେଇ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନ୍ତିଙ୍କୁ ପଚାରିବାରେ ଚାଷୀମାନେ ବକେୟା ବିଲରୁ ୮ ପ୍ରତିଶତ ପୈଠ କଲେ ତୁରନ୍ତ ବିଦ୍ୟୁତ ସଂଯୋଗ କରିଦେବୁ ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri