ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ଡାକି ନାବାଳକଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ, ୧୯ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା…  

ଧରାକୋଟ,୧୩।୯:ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଗଞ୍ଜାମ ଜିଲା ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମ ଅଭିଯୁକ୍ତ ଆଲୋକ ପଣ୍ଡା(୧୯)। ତାଙ୍କ ବିରୋଧରେ ମାମଲା ନଂ ୩୪୮/୨୫ ପ୍ରକାରେ ରୁଜୁ ହୋଇଥିଲା।
ସୂଚନାନୁଯାୟୀ,ଆଲୋକ ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସଂପୃକ୍ତ ଗ୍ରାମର ଜଣେ ୧୨ ବର୍ଷର ନାବାଳକ  ସହ ଗତ ସୋମବାର ୮ ତାରିଖ ଦିନ ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ କରିଥିଲେ। ଅଭିଯୁକ୍ତ ଆଲୋକ ନାବାଳକକୁ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଭିତରକୁ ଡାକି ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲେ। ଆଗରୁ ଆଲୋକ ନାବାଳକକୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ରଖିଥିଲେ। ସେହି ସମୟର କଥା ବାର୍ତ୍ତାର ଅଡିଓ ରେକର୍ଡ କରି ଆଲୋକ ରଖିଥିଲେ। ଘଟଣା ଦିନ ସମ୍ପର୍କ ସ୍ଥାପନ ପରେ ନାବାଳକକୁ ଘରୁ ଯାଇ ଟଙ୍କା ମାଗି ଆଣିବାକୁ କହିଥିଲେ,ନାବାଳକ ମନା କରିବାରୁ ତାଙ୍କୁ ରଖିଥିବା ରେକଡିଂ ପ୍ରଘଟ କରିବାର ଭୟ ଦେଖାଇଥିଲେ। ନାବାଳକଜଣଙ୍କ ଘରକୁ ଯାଇ ଏକଥା ନିଜ ବାପା ମା’ଙ୍କୁ ଜଣାଇବା ପରେ ଘର ଲୋକ ଚିନ୍ତିତ ହୋଇ ପଡ଼ିଥିଲେ। ଗତ ଶୁକ୍ରବାର ଦିନ ଧରାକୋଟ ଥାନାରେ ନାବାଳକର ମା ଏତଲା ଦେବାପରେ ଥାନାରେ ୩୪୮/୨୫ ପ୍ରକାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ଆଲୋକ ପଣ୍ଡା କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ସୂଚନା ଦେଇଛନ୍ତି । ସଂପୃକ୍ତ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ: ଯୋଗଦେଲେ ଏନ୍‌ଏସି ଅଧ୍ୟକ୍ଷ

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ସ୍ବାମୀ ଚେତନାନନ୍ଦ ସାରସ୍ବତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri