ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ସଲମାନ: ୨୩୦୦କୋଟି ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ?

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କ ବିବାହକୁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରଛନ୍ତି। କିନ୍ତୁ ସେ ଅନେକ ଥର ବିବାହ ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ସଲମାନଙ୍କ ବିବାହ ବିଷୟରେ କଥାବାର୍ତ୍ତା ହେବା ମାତ୍ରେ ଲୋକଙ୍କ ମନରେ ଏକ ପ୍ରଶ୍ନ ମଧ୍ୟ ଆସେ ଯେ ଯଦି ସେ ବିବାହ ନ କରନ୍ତି, ତେବେ ତାଙ୍କ ନାଁରେ ଥିବା କୋଟି କୋଟି ଟଙ୍କାର ମାଲିକ କିଏ ହେବ। ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଥିଲେ।
ଗତ ୩୪ ବର୍ଷ ଧରି ବଲିଉଡରେ ରାଜ୍‌ କରୁଛନ୍ତି। ସଲମାନଙ୍କ ପ୍ରାୟ ପ୍ରତ୍ୟେକ ଚଳଚ୍ଚିତ୍ର ୧୦୦ କୋଟିରୁ ଅଧିକ ରୋଜଗାର କରେ। ସେଥିପାଇଁ ସେ ଦେଶର ସବୁଠାରୁ ଧନୀ କଳାକାରମାନଙ୍କ ମଧ୍ୟରେ ମଧ୍ୟରେ ସାମିଲ ଅଛନ୍ତି। ସେ ପାଖାପାଖି ୨୩୦୦ କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ଅଟନ୍ତି। ତେବେ ଏତେ ସବୁ ସମ୍ପତ୍ତିର ଉତ୍ତରାଧିକାରୀ କିଏ କିଏ ହେବ ତାହାକୁ ନେଇ ପ୍ରଶ୍ନ ଉଠେ। ଦୁଇ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ସଲମାନ ନିଜେ ଏହାର ଉତ୍ତର ଦେଇଥିଲେ। ସେ କହିଥିଲେ, ମୁଁ ବିବାହ କରିବି କି ନାହିଁ, ତାହା ଜାଣି ନାହିଁ। ଯଦି ବିବାହ କରିବି ମୋର ଅଧା ସମ୍ପତ୍ତି ଛାଡିବା ଟ୍ରଷ୍ଟକୁ ଦାନ କରାଯିବ। ଯଦି ମୁଁ ବିବାହ କରିବି ନାହିଁ ତେବେ ମୋର ସମସ୍ତ ସମ୍ପତ୍ତି ଟ୍ରଷ୍ଟକୁ ଦିଆଯିବ।
ନିକଟରେ ସଲମାନ ଖାନଙ୍କୁ ଫିଲ୍ମ ‘ଅନ୍ତିମ୍‌’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ତାଙ୍କୁ ୩ଟି ଫିଲ୍ମରେ ଦେଖିବାକୁ ମିଳିବ। ତାଙ୍କୁ ‘କଭି ଇଦ କଭି ଦିୱାଲୀ’, ‘ଟାଇଗର-୨’ ‘କିକ-୨’ରେ ଦେଖିବାକୁ ମିଳିବ।

Share