ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା

ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ ବୃଦ୍ଧି ପାଇପାରେ।

ଷଡାଷ୍ଟକ ଯୋଗ ରାଶିଫଳ
ଆଜି ଷଡାଷ୍ଟକ ଯୋଗର ଗଠନ ମେଷ, କର୍କଟ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନଙ୍କ ପାଇଁ ଅଶୁଭ ପ୍ରମାଣିତ ହେବ। ଏହି ଲୋକମାନଙ୍କୁ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆସନ୍ତୁ ଏହି ରାଶିଗୁଡ଼ିକ ବିଷୟରେ ବିସ୍ତାର ଭାବରେ ଜାଣିବା।

ମେଷ ରାଶି
ମେଷ ରାଶି ପାଇଁ ଶନି ଏବଂ ବୁଧର ଷଡାଷ୍ଟକ ଯୋଗ ଆର୍ଥିକ ଦୃଷ୍ଟିରୁ କଷ୍ଟକର ରହିବ। ଖର୍ଚ୍ଚ ବୃଦ୍ଧି ପାଇବା କାରଣରୁ ଆପଣମାନଙ୍କୁ ଟଙ୍କାପଇସାକୁ ନେଇ ଅସୁବିଧା ହୋଇପାରେ। ପ୍ରେମ ଜୀବନରେ ଚାପ ବୃଦ୍ଧି ପାଇପାରେ। ଯେକୌଣସି ନିଷ୍ପତ୍ତି ଚିନ୍ତାଭାବନା କରି ନିଅନ୍ତୁ।

କର୍କଟ ରାଶି
କର୍କଟ ରାଶିର ଲୋକମାନଙ୍କର ପରିବାର ସଦସ୍ୟଙ୍କ ସହିତ ମନୋମାଳିନ୍ୟ କିମ୍ୱା ଚାପ ସୃଷ୍ଟି ହୋଇପାରେ। ମାନସିକ ଭାବରେ ଚିନ୍ତିତ ହେବାକୁ ପଡ଼ିପାରେ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିପାରେ।

କନ୍ୟା ରାଶି
ଆପଣଙ୍କ ବିବାହିତ ଜୀବନରେ ଚାପ ବୃଦ୍ଧି ପାଇପାରେ। ସୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କାପଇସାକୁ ନେଇ ସମସ୍ୟା ଦେଖାଦେଇପାରେ। ଯେକୌଣସି କାମ ଚିନ୍ତାଭାବନା କରି କରନ୍ତୁ।

ବିଛା ରାଶି
କ୍ୟାରିୟରରେ କାମକୁ ନେଇ ଆପଣଙ୍କର ଚାପ ବୃଦ୍ଧି ପାଇପାରେ। ପ୍ରେମ ଜୀବନକୁ ନେଇ ଚିନ୍ତିତ ହୋଇପାରନ୍ତି। ଚାକିରି ବଦଳାଇବାର ନିଷ୍ପତ୍ତି ଆତୁରତାରେ (ଜଲଦବାଜିରେ) ନିଅନ୍ତୁ ନାହିଁ। ଆର୍ଥିକ ଦୃଷ୍ଟିରୁ ଆପଣମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମୀନ ରାଶି
ମୀନ ରାଶିର ଲୋକମାନଙ୍କ ପାଇଁ ଟଙ୍କାପଇସା ଦୃଷ୍ଟିରୁ ସମୟ ଭଲ ରହିବ ନାହିଁ। ଆପଣମାନଙ୍କୁ କ୍ୟାରିୟରରେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିପାରେ।

Share