ଗୁରୁ-ଶନିଙ୍କ ମଧ୍ୟରେ ଗଠନ ହେଲା ଷଡ଼ାଷ୍ଟକ ଯୋଗ: ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ନୂଆଦିଲ୍ଲୀ,୩୦।୧୦: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନ ଓ ସ୍ଥିତିର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ଏବେ ଗୁରୁ ଓ ଶନିଙ୍କ ମଧ୍ୟରେ ଷଡ଼ାଷ୍ଟକ ଯୋଗ ଗଠନ ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ, ଶନି ଗ୍ରହ ଗୁରୁଙ୍କଠାରୁ ଅଷ୍ଟମ ଭାବରେ ରହିବେ। ସେହିପରି ଗୁରୁ ଗ୍ରହ ଶନିଙ୍କଠାରୁ ଷଷ୍ଠ ଭାବରେ ଅବସ୍ଥାନ କରିବେ। ଏହି ଯୋଗ କାରଣରୁ କିଛି ରାଶିର ଲୋକଙ୍କ ଜୀବନରେ ଚ୍ୟାଲେଞ୍ଜ ବଢ଼ିପାରେ। ବିଶେଷ କରି ଚାକିରି, ବ୍ୟବସାୟ ଓ ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଷଡ଼ାଷ୍ଟକ ଯୋଗର ପ୍ରଭାବ କନ୍ୟା, ମକର ଓ ମୀନ ରାଶି ଉପରେ ପଡ଼ିପାରେ। ତେଣୁ ଏହି ତିନି ରାଶିର ଲୋକଙ୍କୁ ଆର୍ଥିକ କାରବାର ଓ କ୍ୟାରିୟର କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ।

ଗୁରୁ ଓ ଶନିଙ୍କ ଷଡ଼ାଷ୍ଟକ ଯୋଗ କନ୍ୟା ରାଶିର ଲୋକଙ୍କ ସମସ୍ୟା ବଢ଼ାଇପାରେ। ଏହି ସମୟରେ ଆର୍ଥିକ ଦିଗରୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଟଙ୍କା ଦେଣନେଣ ମାମଲାରେ ଫସିବାର ଆଶଙ୍କା ରହିଛି। କାହାକୁ ଧାର ଦେଲେ ଟଙ୍କା ଫେରି ପାଇବାରେ ବିଳମ୍ବ ହୋଇପାରେ। ତେଣୁ କାହା ଉପରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ।

ମକର ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ଯୋଗ ଅନେକ ଚ୍ୟାଲେଞ୍ଜ ଆଣିପାରେ। ବିଶେଷ କରି ଆର୍ଥିକ ମାମଲାରେ ସମସ୍ୟା ଦେଖାଦେଇପାରେ। ଜୀବନରେ ଉତ୍ଥାନ-ପତନର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏହି ସମୟରେ ଆର୍ଥିକ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ।

ମୀନ ରାଶିର ଲୋକଙ୍କୁ ଏହି ସମୟରେ ଅଯଥା ଖର୍ଚ୍ଚରୁ ଦୂରେଇ ରହିବାକୁ ପଡ଼ିବ। ନିବେଶ କ୍ଷେତ୍ରରେ କ୍ଷତି ହେବାର ଆଶଙ୍କା ରହିଛି। ତେଣୁ କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ।

Dharitri – Odisha’s No.1 Odia Daily

Share
Tags: rashiphala