ଅସ୍ତ ରହିବେ ଶନିଦେବ: ତୁଳା ସମେତ ୫ ରାଶିଙ୍କ ଉପରେ ପଡ଼ିବ ଅଶୁଭ ପ୍ରଭାବ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ବକ୍ରୀ ଚଳନର ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଅଶୁଭ ପ୍ରଭାବ ପକାଇପାରେ। ବିଶେଷକରି ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇପାରେ। ନଭେମ୍ବର ମାସରେ ବୃଷ, ମିଥୁନ, ତୁଳା, ମକର ଓ କୁମ୍ଭ ରାଶିର ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିପାରେ। ତେବେ ଆସନ୍ତୁ ଜାଣିବା, କେଉଁ ରାଶି ପାଇଁ କିଭଳି ସମସ୍ୟା ଦେଖାଦେଇପାରେ।

ବୃଷ ରାଶିର ଲୋକଙ୍କୁ ଆର୍ଥିକ କାରବାର କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। କାହାକୁ ଟଙ୍କା ଉଧାର ଦେବାରୁ ଦୂରେଇ ରୁହନ୍ତୁ। ନଚେତ୍‌ ଆପଣଙ୍କ ଟଙ୍କା ଅଟକି ଯାଇପାରେ। ବ୍ୟବସାୟୀମାନେ କୌଣସି ନିଷ୍ପତ୍ତି ନେବା ସମୟରେ ତରବରିଆ ନହୋଇ ଭଲ ଭାବେ ବିଚାର କରନ୍ତୁ।

ନଭେମ୍ବର ମାସରେ ମିଥୁନ ରାଶିର ଲୋକଙ୍କ ଚାକିରି କ୍ଷେତ୍ରରେ ଚାପ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବାର ସମ୍ଭାବନା ରହିଛି। ତେଣୁ କୌଣସି କାମକୁ ତରବରିଆ ଭାବେ କରନ୍ତୁ ନାହିଁ। ଏଥିସହ ସୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ରୁହନ୍ତୁ।

ତୁଳା ରାଶିର ଲୋକମାନେ କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଭୁଲ ନିଷ୍ପତ୍ତି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ହଠାତ୍‌ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। ଏଥିସହ କୌଣସି ଆଇନଗତ ବିବାଦରେ ଫସିବାରୁ ଦୂରେଇ ରୁହନ୍ତୁ।

ମକର ରାଶିର ଲୋକଙ୍କ ଉପରେ କାର୍ଯ୍ୟଭାର ଓ ଦାୟିତ୍ୱ ବଢ଼ିପାରେ। ଚାକିରି କ୍ଷେତ୍ରରେ ମାନସିକ ଚାପ ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ତେବେ ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିପାରେ। ଆର୍ଥିକ କାରବାର ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ ରାଶିର ଲୋକଙ୍କ ପାଇଁ ଶନିଙ୍କ ବକ୍ରୀ ଚଳନ କିଛି ସମସ୍ୟା ଆଣିପାରେ। ଏହି ସମୟରେ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। କାହାକୁ ଟଙ୍କା ଉଧାର ଦେବାରୁ ଦୂରେଇ ରୁହନ୍ତୁ। ଚାକିରି କ୍ଷେତ୍ରରେ ଅବହେଳା କରିବା ମହଙ୍ଗା ପଡ଼ିପାରେ। ନିବେଶ ସମ୍ପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।

 

Dharitri – Odisha’s No.1 Odia Daily

Share