ଅନ୍‌ଲକ୍‌-୪, ଖୋଲିବ ସ୍କୁଲ-କଲେଜ…

ପାଟନା,୫।୭: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍‌ଲକ୍‌-୪ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ପ୍ରର୍ଯ୍ୟାୟରେ ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲାଯିବ ବୋଲି ସେ କହିଛନ୍ତି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି କଲେଜ, ବୈଷୟିକ ସଂସ୍ଥା, ସରକାରୀ ପ୍ରଶିକ୍ଷଣ ସଂସ୍ଥା ଆଦି ଖୋଲା ରହିବ। ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲା ରହିବ ବୋଲି ସେ କହିଛନ୍ତି।

Share