Categories: ଜାତୀୟ

ଅନ୍‌ଲକ୍‌-୩: ରାଜଧାନୀରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅବଧି ବହୁ ପୂର୍ବରୁ ଶେଷ ହୋଇଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ-୩। ପୂର୍ବରୁ ମାସ ମାସ ଧରି ଲକ୍‌ଡାଉନ ହେବା ଫଳରେ ଦେଶର ଅର୍ଥନୀତି ଏକ ପ୍ରକାର ଭୂଷୁଡି ପଡିଛି କହିଲେ ଚଳେ। ଏବେ ଅନ୍‌ଲକ-୩ରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କର ଅର୍ଥନୀତିକୁ ପୁଣି ସଜାଡିବାକୁ ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଅନ୍‌ଲକ-୩ରେ ସାପ୍ତାହିକ ହାଟ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସାମାଜିକ ଦୂତା ରକ୍ଷା କରିବାକୁ କୁହାଯାଇଛି। ଏହାସହ ରାଜଧାନୀରେ ଲାଗୁ କରାଯାଇଥିବା ରାତ୍ରୀକାଳିନ କର୍ଫ୍ୟୁକୁ ମଧ୍ୟ ସରକାର ହଟାଇ ଦେଇଛନ୍ତି। ଅନ୍ୟପଟେ ହୋଟେଲ, ହସ୍ପିଟାଲିଟି ସେବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ରାଜଧାନୀର ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରୟାସ କରିଥିବା ଲକ୍ଷ୍ୟ କରାଯାଇଛି।

Share