ଅନ୍‌ଲକ୍‌-୩: ମେଟ୍ରୋ-ସ୍କୁଲ୍‌ ରହିବ ବନ୍ଦ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍‌ଲକ୍‌-୨ ଶେଷ ହେଉଛି। ଏହାପରେ ଅନ୍‌ଲକ୍‌-୩ ଆରମ୍ଭ ହେବ। ଏଥିରେ ସିନେମା ହଲ୍‌ ଏବଂ ଜିମ୍‌ ଆଦି ଖୋଲିବା ନେଇ ଆଲୋଚନା କରାଯାଉଛି। ତେବେ ପୂର୍ବଭଳି ମେଟ୍ରୋ ଟ୍ରେନ୍‌ ସେବା ଏବଂ ସ୍କୁଲ କଲେଜ ଆଦି ବନ୍ଦ ରହିବାର ଆଶଙ୍କା ରହିଛି। ଏସବୁ ଖୋଲିବା ଉପରେ କୌଣସି ଆଲୋଚନା ହୋଇନାହିଁ। ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି କରାଯିବ ବୋଲି କୁହାଯାଉଛି। ସିନେମା ହଲ୍‌ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଆରମ୍ଭ କରିବା ଉପରେ ହଲ୍‌ ମାଲିକମାନେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଏକ ବୈଠକରେ ମତ ପୋଷଣ କରିଥିଲେ। ତେବେ ପ୍ରଥମେ ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍‌ ଆରମ୍ଭ ହେଉବୋଲି ମନ୍ତ୍ରଣାଳୟ ଚାହୁଁଥିବା କୁହାଯାଉଛି।

Share