ଅଜଣା ରୋଗ: ଆଉ ଜଣଙ୍କର ମୃତ୍ୟୁ

ମାଲକାନଗିରି/ମାଥିଲି,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗରେ ଶନିବାର ଜଣକର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୧୨ ରେ ପହଞ୍ଚତ୍ଛି। ମୃତକ ହେଲେ ହଳଦୀକୁଣ୍ତ ଗ୍ରାମର ଆଇତା ମାଡକାମୀ। କିଛି ଦିନ ତଳେ ଆଇତାଙ୍କ ଗୋଡ ହାତ ଫୁଲିବା ସହ ତାଙ୍କୁ ଜ୍ବର ହୋଇଥିଲା। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଆଇତା ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ନ ଥିଲେ। ସମ୍ପୃୃକ୍ତ ଗ୍ରାମରେ ପହଞ୍ଚତ୍ ଡାକ୍ତରୀ ଟିମ୍‌ ଆକ୍ରାନ୍ତଙ୍କଠାରୁ ରକ୍ତନମୁନା ସଂଗ୍ରହ କରିଛି। ଜିଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ପରାମର୍ଶ ଦେଇଛନ୍ତି। ଆଇତାଙ୍କ ମୃତ୍ୟୁ ପରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚତ୍ଛି। କିନ୍ତୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। କେବଳ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଖବର ପ୍ରକାଶ ପରେ ମାଥିଲି ସବଡିଭିଜନ ମେଡିକାଲ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ଛନ୍ତି। ମେଡିକାଲ ଅଧିକାରୀ ଡାକ୍ତର ଅମୀୟ ସ୍ବାଇଁଙ୍କ ନେତୃତ୍ୱରେ ଆକ୍ରାନ୍ତ ଅଞ୍ଚଳକୁ ଯାଇ ଟିମ୍‌ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ମଦ ଏବଂ ଜଳନମୁନା ମଧ୍ୟ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ମେଡିକାଲ ଟିମ୍‌ର ଅନୁଧ୍ୟାନ ସତ୍ୱେ କେଉଁ କାରଣରୁ ଲୋକଙ୍କ ଜୀବନ ଯାଉଛି ତାହା ସ୍ପଷ୍ଟ ହୋଇପାରୁନି। ଗ୍ରାମବାସୀଙ୍କୁ ସଚେତନ କରି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ବ୍ୟବସ୍ଥା କରାଯାଇଥିବା ଡା. ସ୍ବାଇଁ କହିଛନ୍ତି। ସେହିପରି ଚିକିତ୍ସା ପାଇଁ ଅଞ୍ଚଳରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇନି। ସ୍ବାସ୍ଥ୍ୟବିଭାଗ ଟିମ୍‌କୁ ଦେଖିଲେ ଲୋକେ ଘରୁ ବାହାରୁନାହାନ୍ତି। ଏ ନେଇ ସିଡିଏମ୍‌ଓ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା କୌଣସି ଅଜଣା ରୋଗ ନୁହେଁ। ଅତ୍ୟଧିକ ଦେଶୀମଦ ପିଇବାରୁ ଏଭଳି ସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ନନ୍ଦ କହିଛନ୍ତି। ଏଥିସହ ଏହି ରୋଗରେ ୧୨ ଜଣଙ୍କର ନୁହେଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ତେବେ ଗ୍ରାମରେ ଦେଶୀ ମଦର ଅତ୍ୟଧିକ ବ୍ୟବହାରକୁ ରୋକିବା ଲାଗି ଜିଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ମଧ୍ୟ ଗ୍ରାମରେ ଚଢ଼ାଉ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri