Posted inଖେଳ

ସର୍ବଭାରତୀୟ ଓପନ ଗେଟ୍‌ବଲ ୮ରୁ

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଗେଟ୍‌ ବଲ୍‌ ୟୁନିୟନ (ଆଇଜିୟୁ) ଆନୁକୂଲ୍ୟରେ ଚଳିତମାସ ୮ ଓ ୯ରେ ଭାରତୀୟ ଓପନ ଗେଟ୍‌ବଲ୍‌ ଟୁର୍ନାମେଣ୍ଟ୍‌ ସ୍ଥାନୀୟ କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟ ଓ ସଂଘର ମୋଟ ୧୮ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ। କୋଭିଡ୍‌ ନିୟମ ଦୃଷ୍ଟିରୁ
ଚାଇନା, ତାଇୱାନ, ଥାଇଲାଣ୍ଡ ଓ ଜାପାନ ଆଦି ଦଳ ଶେଷ ମୁହୂର୍ତ୍ତରେ ଓହରି ଯାଇଥିବାରୁ ଚଳିତବର୍ଷ ପ୍ରତିଯୋଗିତା ମୁଖ୍ୟତଃ ଭାରତର ଦଳଗୁଡ଼ିକୁ ନେଇ ଖେଳାଯିବ। ଗୁଜରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ, ଜମ୍ମୁ-କଶ୍ମୀର, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ ଓ
ବିହାର ଆଦି ରାଜ୍ୟମାନଙ୍କରୁ ସମୁଦାୟ ୧୩ଟି ଦଳ ଆସି ୭ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚତ୍ବେ। ଓଡ଼ିଶାର ୫ଟି ଦଳ ସମେତ ମୋଟ ୧୮ଟି ଦଳକୁ ୬ଟି ଗ୍ରୁପ୍‌ କରାଯାଇ ଗ୍ରୁପ୍‌ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଲିଗ୍‌ ପର୍ଯ୍ୟାୟ ଶେଷରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ଓ ଦୁଇଟି ଶ୍ରେଷ୍ଠ ଦ୍ୱିତୀୟ ଦଳକୁ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ ସୁଯୋଗ ମିଳିବ। ଏହାପରେ ନକ୍‌ଆଉଟ ପର୍ଯ୍ୟାୟ ହେବ। ଚାମ୍ପିୟନ, ରନରଅପ୍‌ ଏବଂ ପରାଜିତ ଦୁଇ ଦଳକୁ ତୃତୀୟ ସ୍ଥାନୀୟ ଭାବେ ପୁରସ୍କୃତ କରାଯିବ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ପ୍ରକାଶ କୁମାର ବେତାଲା, ସମ୍ପାଦକ ସର୍ବେଶ୍ବର
ବ୍ରହ୍ମାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ବିଶ୍ବରଞ୍ଜନ ମିଶ୍ର, ଉପସଭାପତି ରଞ୍ଜନ କୁମାର ମିଶ୍ର ଓ ସହକାରୀ ସମ୍ପାଦକ ଗିରିଜା ପ୍ରସନ୍ନ ନାୟକ ରହିଛନ୍ତି। ଗେଟ୍‌ବଲ ଏକ ଚିତ୍ତାକର୍ଷକ କ୍ରୀଡା ହୋଇଥିବାରୁ କ୍ରୀଡ଼ାପ୍ରେମୀ ଏହାକୁ ଉପଭୋଗ କରିବାକୁ ଭାରତୀୟ ଗେଟ୍‌ ବଲ୍‌ ୟୁନିୟନର ସଭାପତି ଦୈପାୟନ ପଟ୍ଟନାୟକ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri