Categories: ଖେଳ

ସର୍ବଭାରତୀୟ ସିଭିଲ ସର୍ଭିସ କବାଡ଼ି: ଭାଗନେବ ଓଡ଼ିଶା ମହିଳା, ପୁରୁଷ ଦଳ

ଭୁବନେଶ୍ୱର, ୧୮ା୨(ସ୍ପୋଟର୍‌ସ ବ୍ୟୁରୋ): ସେଣ୍ଟ୍ରାଲ ସିଭିଲ ସର୍ଭିସ ଆଣ୍ଡ୍‌ ସ୍ପୋଟର୍‌ସ ବୋର୍ଡ ଆନୁକୂଲ୍ୟରେ ଚଳିତ ମାସ ୨୦ରୁ ୨୪ ପର୍ଯ୍ୟନ୍ତ ସର୍ବଭାରତୀୟ ସିଭିଲ ସର୍ଭିସ କବାଡ଼ି ପ୍ରତିଯୋଗିତା ଉତ୍ତରାଖଣ୍ଡର ଡେରାଡୁନ୍‌ରେ ହେବ। ଏଥିରେ ଭାଗନେବାକୁ ଥିବା ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଡେରାଡୁନ୍‌ ଯାତ୍ରା କରିଛନ୍ତି। ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନରେ ସେମାନଙ୍କୁ ପୁଷ୍ପମାଲ୍ୟ ଦେଇ ପ୍ରତିଯୋଗିତାରେ ସଫଳ ପାଇଁ ଶୁଭକାମନା କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂଘର ସଭାପତି ଦେବୀଦତ୍ତ ମିଶ୍ର, ସାଧାରଣ ସମ୍ପାଦକ ହର ପ୍ରସାଦ ବିଶ୍ୱାଳ, କ୍ରୀଡ଼ା ସମ୍ପାଦକ ନୃସିଂହ ଚରଣ ପୃଷ୍ଟି, ସଂଘର ସଦସ୍ୟ ପ୍ରକାଶ ବେହେରା, ପ୍ରକାଶ ରଥ, ପ୍ରଭାତ କୁମାର ପାତ୍ର ଓ ମନୋଜ ପୁହାଣଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ମହିଳା ଦଳ : ଶ୍ରୀଛନ୍ଦା ପ୍ରଧାନ, ସଂଘମିତ୍ରା ଶତପଥୀ, ବିଶ୍ୱ ବିଜୟିନୀ ପଟ୍ଟନାୟକ, ମଧୁସ୍ମିତା ସ୍ବାଇଁ, ରେଣୁବାଳା ପ୍ରଧାନ, ତୃପ୍ତିମୟୀ ମୋଦି, ସରସ୍ବତୀ ସେଠୀ, ରେଖାରାଣୀ ଦେଓ, ଚିନ୍ମୟୀ ପଣ୍ଡା, ଦେବଯାନୀ ମାଝି, ନିବେଦିତା ରାଉତ, ଜୟଶ୍ରୀ ପଣ୍ଡା, ସସ୍ମିତା ପ୍ରଧାନ, ଶୁଭାଙ୍ଗୀ ରାୟ, ମୋନାଲିସା ଶତପଥୀ ଓ ସରୋଜିନୀ ଜେନା। ପୁରୁଷ ଦଳ : ହରପ୍ରସାଦ ବିଶ୍ୱାଳ, ଜୟନ୍ତ କୁମାର ରାଏ, ଜିତେନ୍ଦ୍ର ମହାରଣା, ସୁଚିତ୍ର ଖଟୋଇ, ରାମଚନ୍ଦ୍ର ସାହୁ, ହରିହର ଦାସ, ମିହିର ରଞ୍ଜନ ପଟ୍ଟନାୟକ,ଚିନ୍ମୟ କୁମାର ପ୍ରଧାନ, ଜ୍ଞାନରଞ୍ଜନ ପଣ୍ଡା, ଶ୍ରୀକାର କୁମାର ମାଝି ଓ ପ୍ରତୀକ କିରଣ ପାହାଡ଼ ସିଂ।

Share