ଟାର୍ଗେଟରେ ଆମେରିକା

ଓ୍ବାଶିଂଟନ୍‌, ୧୬ା୯: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆତଙ୍କାବାଦୀଙ୍କ ଭୂସ୍ବର୍ଗ ପାଲଟିବାକୁ ଯାଉଛି ଆଫଗାନ୍‌ ମାଟି। ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ସେଠାରେ ପୁଣି ସକ୍ରିୟ ହେବା ଆଶଙ୍କା ଘନେଇଛି। ଆମେରିକାରେ ୨୦୦୧ରେ ୯/୧୧ ଭଳି ଭୟଙ୍କର ନରସଂହାର ବିଶ୍ୱମାନସରୁ ଲିଭି ନ ଥିବାବେଳେ ଏବେ ପୁଣି ସେଭଳି ଆକ୍ରମଣର ନକ୍ସା ତିଆରିରେ ଲାଗିଛି ଏହି ଦୁର୍ଦ୍ଧର୍ଷ ସଙ୍ଗଠନ। ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଅଲ୍‌-କାଏଦା ଆମେରିକାକୁ ପୁଣି ଟାର୍ଗେଟ କରିପାରେ ବୋଲି ଆମେରିକା ଗୋଇନ୍ଦା ସଂସ୍ଥା ଚେତାଇ ଦେଇଛି।
ହଜାର ଆମେରିକୀୟଙ୍କ ଜୀବନ ନେଇଥିବା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ଙ୍କୁ ୨୦୧୧ରେ ପାକିସ୍ତାନରେ ପଶି ହତ୍ୟା କରିଥିଲେ ଆମେରିକୀୟ କମାଣ୍ଡର। ଏହା ପୂର୍ବରୁ ଲାଡେନ୍‌ଙ୍କୁ ଶରଣ ଦେଇଥିବା ତାଲିବାନ୍‌ ସରକାରକୁ ଆଫଗାନିସ୍ତାନରୁ କ୍ଷମତାଚ୍ୟୁତ କରି ଦୀର୍ଘ ୨୦ ବର୍ଷର ଲଢ଼େଇକୁ ଆମେରିକା ଓହ୍ଲାଇଥିଲା। ଅଲ୍‌-କାଏଦାକୁ ନିଷ୍କ୍ରିୟ କରିବା ଉଦ୍ଦେଶ୍ୟ ପୂରଣ ହୋଇଥିବା କହି ଆଫଗାନ୍‌ ମାଟିରୁ ଓ୍ବାଶିଂଟନ୍‌ ଗତ ଅଗଷ୍ଟ ୩୧ରେ ନିଜ ସମସ୍ତ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେଇଛି। ହେଲେ ଯେଉଁ ମିଶନ ନେଇ ଆମେରିକା ନିଜର ହଜାର ହଜାର ସୈନ୍ୟଙ୍କ ବଳିଦାନ ଓ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଥିଲା ସେଥିରେ ଏକ ପ୍ରକାର ବିଫଳ ହୋଇଛି। ତାଲିବାନ୍‌ ହାତକୁ ଆଫଗାନିସ୍ତାନ ଯିବା ପରେ ସେଠାରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି ଅଲ୍‌-କାଏଦା। ଏ ନେଇ ଆମେରିକା ପ୍ରତିରକ୍ଷା ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଲ୍ୟୁଟଟାଣ୍ଟ ଜେନେରାଲ ସ୍କଟ୍‌ ବେରିଅର ସୂଚନା ଦେବା ସହ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ସେ ଚେତାବନୀ ଦେଇଛନ୍ତି। ପୁଣି ଆଫଗାନିସ୍ତାନରେ ଆମେରିକା ଉପସ୍ଥିତି ବଜାୟ ରଖିବାକୁ ସମସ୍ତ ପ୍ରକାର ଉତ୍ସକୁ ବ୍ୟବହାର କରିବାକୁ ଓ୍ବାଶିଂଟନ୍‌ ଚାହୁଁଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଇଣ୍ଟେଲିଜେନ୍ସ କନଫରେନ୍ସରେ ସ୍କଟ୍‌ କହିଛନ୍ତି। ୨ ବର୍ଷ ଭିତରେ ଅଲ୍‌-କାଏଦା ନିଜର ପୁନର୍ଗଠନ କରି ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିପାରେ ବୋଲି ସିଆଇଏ ଡେପୁଟି ନିର୍ଦ୍ଦେଶକ ଡେଭିଡ୍‌ କୋହେନ ମଧ୍ୟ ଏକମତ ହୋଇଛନ୍ତି। ଗୋଇନ୍ଦା ସଂସ୍ଥା ଏହି ଗୋଷ୍ଠୀର କାର୍ଯ୍ୟ ଉପରେ ନଜର ରଖିଥିବା ସେ କହିଛନ୍ତି।
ଆଫଗାନିସ୍ତାନ ଅପେକ୍ଷା ୟେମେନ, ସୋମାଲିଆ, ସିରିଆ ଏବଂ ଇରାକ୍‌ ପକ୍ଷରୁ ଅଧିକ ବିପଦ ଆଶଙ୍କା ଥିବାରୁ ଏବେ ଏହି ଦେଶଗୁଡ଼ିକ ଉପରେ ଅଧିକ ନଜର ରଖାଯାଇଥିବା ଆମେରିକା ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଆଭ୍‌ରିଲ ହାଇନେସ୍‌ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନରୁ ଆମେରିକା ଆକ୍ରମଣର ଯୋଜନା ପାଇଁ ଅଲ୍‌-କାଏଦାକୁ ପ୍ରାୟ ୨ ବର୍ଷ ସମୟ ଲାଗିପାରେ ବୋଲି ଗତ ଜୁନ୍‌ରେ ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ସିନେଟ୍‌ କମିଟିକୁ କହିଥିଲେ।

ଗଣମାଧ୍ୟମ ଉପରେ ତାଲିବାନୀ କଟକଣା

ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ଅନୂ୍ୟନ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ସେଠାର ଟୋଲୋ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ବିଭିନ୍ନ ରେଡିଓ ଷ୍ଟେଶନ, ଛାପା ଗଣମାଧ୍ୟମ ଏବଂ ଟେଲିଭିଜନ ଚ୍ୟାନେଲ୍‌ ବନ୍ଦ ହୋଇଯାଇଛି। ମୁଖ୍ୟତଃ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥତ୍କ ସମସ୍ୟା ଏବଂ ତାଲିବାନୀ କଟକଣା ଯୋଗୁ ଖବର ପରିବେଷଣ ବନ୍ଦ କରିଦେଉଛନ୍ତି। ଯଦି ଏହିସବୁ ସମସ୍ୟାର ସମାଧାନ ନ ହୁଏ, ତେବେ ଆହୁରି ଅନେକ ଗଣମଧ୍ୟମ ବନ୍ଦ ହୋଇଯିବେ ବୋଲି ଆଫଗାନିସ୍ତାନ ଫେଡେରେଶନ ଅଫ୍‌ ଜର୍ନାଲିଷ୍ଟସ୍‌ର ଉପମୁଖ୍ୟ ହୁଜାତୁଲ୍ଲା ମୁଜାଦାଦି କହିଛନ୍ତି। ୩ଟି ପ୍ରଦେଶରେ ଖବର ପରିବେଷଣ କରୁଥିବା ଏନିକାସ୍‌ ରେଡିଓ ଏବଂ ଟିଭି ବ୍ରଡ୍‌କାଷ୍ଟରକୁ କମ୍ପାନୀଗୁଡ଼ିକ ବିଜ୍ଞାପନ ନ ଦେବାରୁ ଏହା ବନ୍ଦ ହୋଇଯାଇଛି। ଏଥିସହିତ କେତେ ଜଣ ଖବରଦାତାଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri