ଯଥେଷ୍ଟ ସାହାଯ୍ୟ କରୁନି ଆମେରିକା

କିଭ୍‌, ୨୮ା୩: ରୁଷିଆ ସହ ଲଢ଼େଇରେ ଆମେରିକା ଯଥେଷ୍ଟ ସହାୟତା ଦେଉନାହିଁ ବୋଲି କହିଛନ୍ତି ୟୁକ୍ରେନ୍‌ ଏମ୍‌ପି ଇନା ସୋଭସୁନ। ଏକ ଟୁଇଟ୍‌ରେ ଇନା ଲେଖିଛନ୍ତି, ‘ୟୁକ୍ରେନୀୟମାନେ ଆମେରିକାଠାରୁ ଯଥେଷ୍ଟ ସହାୟତା ପାଇବା ଭଳି ମନେ କରୁନାହାନ୍ତି। ବାଇଡେନ୍‌ ଅଧିକ ସାହାଯ୍ୟ କରିବା ବାବଦରେ ଶବ୍ଦଟିଏ ବି କହୁଥିବାର ମୁଁ ଶୁଣିନାହିଁ। ପାଶ୍ଚାତ୍ୟ ଆମକୁ ସହାୟତା କରିବା ନେଇ ଜଣେ ୟୁକ୍ରେନ୍‌ ନାଗରିକ ଭାବେ ମୁଁ ନିଶ୍ଚିତ ନୁହେଁ। ପୋଲାଣ୍ଡକୁ ସେ ଭରସା ଦେଇଥିବାରୁ ମୁଁ ଖୁସି, କିନ୍ତୁ କିଭ୍‌ ଓ ଖର୍କିଭ୍‌ରେ ବୋମା ଫୁଟୁଛି, ଓ୍ବାର୍ସରେ ନୁହେଁ’। ସେହିପରି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ମଧ୍ୟ ପାଶ୍ଚାତ୍ୟକୁ ଅଧିକ ସହାୟତା ମାଗିଛନ୍ତି। ରୁଷିଆ ସାମ୍‌ନାରେ ନାଟୋ ସାହସ ଦେଖାଉ। ୟୁକ୍ରେନ୍‌କୁ ନାଟୋର କେବଳ ୧ ପ୍ରତିଶତ ଏୟାରକ୍ରାଫ୍ଟ ଏବଂ ୧ ପ୍ରତିଶତ ଟ୍ୟାଙ୍କ ଆବଶ୍ୟକ। ଏହାଠାରୁ ଅଧିକ ମଗାଯିବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି।

 

 

 

 

 

Share