ସତ୍ୟକୁ ବାଛିଲା ଆମେରିକା

ଓ୍ବାଶିଂଟନ,୯ା୧୧: ଆମେରିକାବାସୀ ଅସତ୍ୟକୁ ପରାଜିତ କରି ସତ୍ୟକୁ ବିଜୟୀ କରାଇଛନ୍ତି। ସେମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଆଶା, ଏକତା ଓ ଶିଷ୍ଟତାକୁ ବାଛିଛନ୍ତି। ଆମେରିକାକୁ ପ୍ରତ୍ୟେକ କୁନି ଝିଅ ଏକ ସମ୍ଭାବନାର ଦେଶ ଭାବେ ଦେଖନ୍ତୁ ବୋଲି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡେମୋକ୍ରାଟ୍‌ କମଲା ହାରିସ୍‌ କହିଛନ୍ତି।
ଥର ପାଇଁ ଜଣେ ଏସୀୟ-ଆମେରିକୀୟ, କୃଷ୍ଣକାୟ ତଥା ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶନିବାର ରାତିରେ ଡେଲାଓ୍ବେରସ୍ଥିତ ଓ୍ବିଲ୍‌ମିଂଟନର ଚେସ୍‌ ସେଣ୍ଟରରେ କମଲା ହାରିସ୍‌ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆମେରିକାରେ ମହିଳାଙ୍କୁ ଭୋଟ ପାଇବା ପାଇଁ ୧୦୦ ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରେ ଥିବା କୃଷ୍ଣକାୟ ମହିଳାଙ୍କୁ ଅଣଦେଖା କରାଯାଇଛି। କିନ୍ତୁ ସେମାନେ ଆମ ଗଣତନ୍ତ୍ରର ମେରୁଦଣ୍ଡ ବୋଲି ଅନେକ ସମୟରେ ପ୍ରମାଣିତ କରିଛନ୍ତି। କୃଷ୍ଣକାୟ ରାଷ୍ଟ୍ରପତି ଭାବେ ମୁଁ ପ୍ରଥମ ହୋଇପାରେ। କିନ୍ତୁ ଶେଷ ମହିଳା ନୁହେଁ। ଏହି ଅବସରରେ କମଲା ହାରିସ୍‌ ତାଙ୍କ ମା’ ଶ୍ୟାମଲା ଗୋପାଲନ୍‌ ହାରିସ୍‌ଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ୟାମଲାଙ୍କୁ ୧୯ ବର୍ଷ ହେଉଥିବାବେଳେ ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇଥିଲେ। ୨୦୦୯ରେ ଆର ପାରିକୁ ଚାଲିଯାଇଥିବା ମା’ଙ୍କୁ କମଲା ତାଙ୍କ ସଫଳତାର ଶ୍ରେୟ ଦେଇ ସେ ସବୁବେଳେ ଆମ ହୃଦୟରେ ରହିବେ ବୋଲି କହିଥିଲେ। ଆମେରିକାର ଗଣତନ୍ତ୍ର ଓ ଅଖଣ୍ଡତାକୁ ରକ୍ଷା କରିଥିବାରୁ ସେ ପୋଲ୍‌ ଓ୍ବାର୍କରମାନଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ସେ ଭାବି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଇଣ୍ଟ୍ରୋଡ୍ୟୁସ୍‌ କରିଥିଲେ।
୭୭ ବର୍ଷୀୟ ବାଇଡେନ୍‌ ମଞ୍ଚ ଉପରକୁ ଆସିବା ମାତ୍ରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଉଲ୍ଲାସ ଭରିଯାଇଥିଲା। ବକ୍ତବ୍ୟ ଆରମ୍ଭ କରି ବାଇଡେନ କହିଥିଲେ, ଲୋକେ ଆମକୁ ସ୍ପଷ୍ଟ ବହୁମତ ସହ ବିଜୟୀ କରାଇଛନ୍ତି। ଏଥିରେ ସାରା ଦେଶ ଖୁସି। ସମଗ୍ର ବିଶ୍ୱ ଆମ ଉପରେ ଖୁସି ଓ ଆଶା ଅଜାଡ଼ିଦେଉଛି। ଆସନ୍ତା କାଲି ଏକ ଉନ୍ନତ ଦିନ ହେବ। ଆପଣମାନେ ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେଥିପାଇଁ କୃତଜ୍ଞ। ନିଜ ୧୫ ମିନିଟର ଭାଷଣରେ ସେ ଆହୁରି କହିଥିଲେ, ମୁଁ ଏପରି ଜଣେ ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରୁଛି, ଯିଏ ବିଭାଜନ ନ କରି ସମସ୍ତଙ୍କୁ ଏକତ୍ରିତ କରିବ। ଯିଏ ରେଡ୍‌ ଷ୍ଟେଟ୍‌ ଓ ବ୍ଲ୍ୟ ଷ୍ଟେଟ୍‌କୁ ନ ଦେଖି କେବଳ ୟୁନାଇଟେଡ୍‌ ଷ୍ଟେଟ୍‌କୁ ଦେଖିବ। କରୋନା ମହାମାରୀ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଟ୍ରମ୍ପ୍‌ଙ୍କ ଭୋଟରକୁ ବାଇଡେନ୍‌ ଆଶା ଓ ସହାନୁଭୂତିର ସନ୍ଦେଶ ଦେଇଥିଲେ।
ହ୍ବାଇଟ୍‌ ହାଉସ୍‌କୁ ଯିବେ ବାଇଡେନ୍‌ଙ୍କ କୁକୁର
ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍‌ ଓ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌କୁ ଯିବେ। ତାଙ୍କ ସହ ଦୁଇଟି ଜର୍ମାନ୍‌ ଶିଫ୍‌ହାର୍ଡସ୍‌ କୁକୁର ମଧ୍ୟ ଯିବେ। ଦୁଇ କୁକୁର ‘ମେଜର୍‌’ ଓ ‘ଚାମ୍ପ୍‌’ ବାଇଡେନ୍‌ ଦମ୍ପତିଙ୍କ ସହ ସେଠାରେ ୪ ବର୍ଷ ରହିବେ। ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ପିଓଟିୟୁଏସ୍‌) କୁହାଯାଉଥିବାବେଳେ ଦୁଇ କୁକୁରଙ୍କୁ ସୋସିଆଲ ମିଡିଆରେ ୟୁଜର୍ସ ଡଗ୍ସ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ଡିଓଟୁୟୁଏସ୍‌) ଆଖ୍ୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri