ସତ୍ୟକୁ ବାଛିଲା ଆମେରିକା

ଓ୍ବାଶିଂଟନ,୯ା୧୧: ଆମେରିକାବାସୀ ଅସତ୍ୟକୁ ପରାଜିତ କରି ସତ୍ୟକୁ ବିଜୟୀ କରାଇଛନ୍ତି। ସେମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଆଶା, ଏକତା ଓ ଶିଷ୍ଟତାକୁ ବାଛିଛନ୍ତି। ଆମେରିକାକୁ ପ୍ରତ୍ୟେକ କୁନି ଝିଅ ଏକ ସମ୍ଭାବନାର ଦେଶ ଭାବେ ଦେଖନ୍ତୁ ବୋଲି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡେମୋକ୍ରାଟ୍‌ କମଲା ହାରିସ୍‌ କହିଛନ୍ତି।
ଥର ପାଇଁ ଜଣେ ଏସୀୟ-ଆମେରିକୀୟ, କୃଷ୍ଣକାୟ ତଥା ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶନିବାର ରାତିରେ ଡେଲାଓ୍ବେରସ୍ଥିତ ଓ୍ବିଲ୍‌ମିଂଟନର ଚେସ୍‌ ସେଣ୍ଟରରେ କମଲା ହାରିସ୍‌ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆମେରିକାରେ ମହିଳାଙ୍କୁ ଭୋଟ ପାଇବା ପାଇଁ ୧୦୦ ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରେ ଥିବା କୃଷ୍ଣକାୟ ମହିଳାଙ୍କୁ ଅଣଦେଖା କରାଯାଇଛି। କିନ୍ତୁ ସେମାନେ ଆମ ଗଣତନ୍ତ୍ରର ମେରୁଦଣ୍ଡ ବୋଲି ଅନେକ ସମୟରେ ପ୍ରମାଣିତ କରିଛନ୍ତି। କୃଷ୍ଣକାୟ ରାଷ୍ଟ୍ରପତି ଭାବେ ମୁଁ ପ୍ରଥମ ହୋଇପାରେ। କିନ୍ତୁ ଶେଷ ମହିଳା ନୁହେଁ। ଏହି ଅବସରରେ କମଲା ହାରିସ୍‌ ତାଙ୍କ ମା’ ଶ୍ୟାମଲା ଗୋପାଲନ୍‌ ହାରିସ୍‌ଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ୟାମଲାଙ୍କୁ ୧୯ ବର୍ଷ ହେଉଥିବାବେଳେ ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇଥିଲେ। ୨୦୦୯ରେ ଆର ପାରିକୁ ଚାଲିଯାଇଥିବା ମା’ଙ୍କୁ କମଲା ତାଙ୍କ ସଫଳତାର ଶ୍ରେୟ ଦେଇ ସେ ସବୁବେଳେ ଆମ ହୃଦୟରେ ରହିବେ ବୋଲି କହିଥିଲେ। ଆମେରିକାର ଗଣତନ୍ତ୍ର ଓ ଅଖଣ୍ଡତାକୁ ରକ୍ଷା କରିଥିବାରୁ ସେ ପୋଲ୍‌ ଓ୍ବାର୍କରମାନଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ସେ ଭାବି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଇଣ୍ଟ୍ରୋଡ୍ୟୁସ୍‌ କରିଥିଲେ।
୭୭ ବର୍ଷୀୟ ବାଇଡେନ୍‌ ମଞ୍ଚ ଉପରକୁ ଆସିବା ମାତ୍ରେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଉଲ୍ଲାସ ଭରିଯାଇଥିଲା। ବକ୍ତବ୍ୟ ଆରମ୍ଭ କରି ବାଇଡେନ କହିଥିଲେ, ଲୋକେ ଆମକୁ ସ୍ପଷ୍ଟ ବହୁମତ ସହ ବିଜୟୀ କରାଇଛନ୍ତି। ଏଥିରେ ସାରା ଦେଶ ଖୁସି। ସମଗ୍ର ବିଶ୍ୱ ଆମ ଉପରେ ଖୁସି ଓ ଆଶା ଅଜାଡ଼ିଦେଉଛି। ଆସନ୍ତା କାଲି ଏକ ଉନ୍ନତ ଦିନ ହେବ। ଆପଣମାନେ ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେଥିପାଇଁ କୃତଜ୍ଞ। ନିଜ ୧୫ ମିନିଟର ଭାଷଣରେ ସେ ଆହୁରି କହିଥିଲେ, ମୁଁ ଏପରି ଜଣେ ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରୁଛି, ଯିଏ ବିଭାଜନ ନ କରି ସମସ୍ତଙ୍କୁ ଏକତ୍ରିତ କରିବ। ଯିଏ ରେଡ୍‌ ଷ୍ଟେଟ୍‌ ଓ ବ୍ଲ୍ୟ ଷ୍ଟେଟ୍‌କୁ ନ ଦେଖି କେବଳ ୟୁନାଇଟେଡ୍‌ ଷ୍ଟେଟ୍‌କୁ ଦେଖିବ। କରୋନା ମହାମାରୀ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଟ୍ରମ୍ପ୍‌ଙ୍କ ଭୋଟରକୁ ବାଇଡେନ୍‌ ଆଶା ଓ ସହାନୁଭୂତିର ସନ୍ଦେଶ ଦେଇଥିଲେ।
ହ୍ବାଇଟ୍‌ ହାଉସ୍‌କୁ ଯିବେ ବାଇଡେନ୍‌ଙ୍କ କୁକୁର
ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍‌ ଓ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌କୁ ଯିବେ। ତାଙ୍କ ସହ ଦୁଇଟି ଜର୍ମାନ୍‌ ଶିଫ୍‌ହାର୍ଡସ୍‌ କୁକୁର ମଧ୍ୟ ଯିବେ। ଦୁଇ କୁକୁର ‘ମେଜର୍‌’ ଓ ‘ଚାମ୍ପ୍‌’ ବାଇଡେନ୍‌ ଦମ୍ପତିଙ୍କ ସହ ସେଠାରେ ୪ ବର୍ଷ ରହିବେ। ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ପିଓଟିୟୁଏସ୍‌) କୁହାଯାଉଥିବାବେଳେ ଦୁଇ କୁକୁରଙ୍କୁ ସୋସିଆଲ ମିଡିଆରେ ୟୁଜର୍ସ ଡଗ୍ସ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ଡିଓଟୁୟୁଏସ୍‌) ଆଖ୍ୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri