ଯୁଦ୍ଧ ଶେଷ କରିବାକୁ ଚାହୁଁନି ଆମେରିକା, ପୁଣି ୟୁକ୍ରେନ୍‌କୁ ଦେବ ସାମରିକ ସହାୟତା ପ୍ୟାକେଜ …

ଓ୍ବାଶିଂଟନ, ୨୦।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି। ଉଭୟ ଦେଶ ନୋଇବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ରୁଷିଆ ସୈନ୍ୟ ଦିନକୁ ଦିନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ୟୁକ୍ରେନ ସୈନ୍ୟବାହିନୀ ଆମେରିକା ଏବଂ ଅନ୍ୟାନ୍ୟ ବଡ ଦେଶ ସାହାଯ୍ୟରେ ଯୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛି। ତେବେ ଆମେରିକା ଏହି ମହାଯୁଦ୍ଧକୁ ଶେଷ କହିବାକୁ ଚାହୁଁନି।

ଆମେରିକା ରାଷ୍ଟ୍ର ପତି ଜୋ ବାଇଡେନ୍‌ ଭୋଲାଡାମିୟର ଜେଲେନସ୍କିଙ୍କୁ ପୁଣି ସାମରିକ ସହାୟତା ଯୋଗାଇ ଦେଇ ଯୁଦ୍ଧକୁ ବଢ଼ାଇବା କାର୍ଯ୍ୟ କରୁଛନ୍ତି। ରୁଷିଆର ପ୍ରାଧାନ୍ୟକୁ ହ୍ରାସ କରିବା ପାଇଁ ଆମେରିକା ଏହି ବିଶ୍ୱଯୁଦ୍ଧର ସମାପ୍ତ ହେବାକୁ ଚାହୁଁନାହିଁ ବୋଲି କୁହାଯାଉଛି।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ, ପେଣ୍ଟାଗନ ସୂଚନା ଦେଇଛି ଯେ ଆମେରିକା ୟୁକ୍ରେନକୁ ଆଉ ଏକ ସାମରିକ ସହାୟତା ପ୍ୟାକେଜ ଯୋଗାଇବ। ଏହାକୁ ନେଇ ରୁଷିଆ ରାଷ୍ଟ୍ରପ୍ରତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେ ଏବେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ରୁଷିଆର ସୈନ୍ୟ ହେଉଛନ୍ତି ବିଶ୍ୱର ସବୁଠାରୁ ନିଷ୍ଠୁର ସୈନ୍ୟବାହିନୀ। ମାନବିକତା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ ବର୍ବର ଭାବେ ୟୁକ୍ରେନ୍‌ରେ ତାଣ୍ଡବ ରଚିଛନ୍ତି।

Share