ଜାତିସଂଘ ଦେଲା ୩୩୨କୋଟି ସହାୟତା

ଜେନେଭା, ୨୩ା୯: ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରଠାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜାତିସଂଘ ଜରୁରିକାଳୀନ ପାଣ୍ଠିରୁ ୪୫ ମିଲିୟନ ଡଲାର (ପ୍ରାୟ ୩୩୨ କୋଟି ଟଙ୍କା) ରିଲିଜ କରିଛି। ସେଠାରେ ଔଷଧ, ଚିକିତ୍ସା ଉପକରଣର ଘୋର ଅଭାବ ଦେଖାଦେଇଥିବା ଜାତିସଂଘ ମାନବୀୟ ବ୍ୟାପାର ଏବଂ ଜରୁରିକାଳୀନ ରିଲିଫ୍‌ ସଂଯୋଜକର ଅଣ୍ଡର ସେକ୍ରେଟାରି ଜେନେରାଲ ମାର୍ଟିନ ଗ୍ରିଫିଥ୍‌ସ କହିଛନ୍ତି। କୋଲ୍ଡ ଚେନ୍‌ ସରିଆସୁଥିବାବେଳେ ସ୍ବାସ୍ଥ୍ୟକର୍ମୀମାନେ ଦରମା ପାଉନାହାନ୍ତି। ଡାକ୍ତରଖାନାରେ କର୍ମଚାରୀ ନାହଁାନ୍ତି। ଲୋକଙ୍କ ଦୁର୍ଦ୍ଦଶା ଦୂର ପାଇଁ ଜୀବନ ରକ୍ଷାକାରୀ ସହାୟତା ଲାଗି ଏହି ପଦକ୍ଷେପ ନିଆଯାଇଥିବା ମାର୍ଟିନ କହିଛନ୍ତି।

Share