Categories: ଜାତୀୟ

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଥିଲେ। ହେଲେ ବ୍ରିଟେନରେ କରୋନାର ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ନିଜର ଗସ୍ତ ବାତିଲ କରିଛନ୍ତି। ଏଥିନିମନ୍ତେ ସେ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି।

ପ୍ରକାଶ ଯେ, ଗତ ନଭେମ୍ବର ୨୭ରେ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ଏହାକୁ ଗ୍ରହଣ କରିଥିଲେ ସେ। ହେଲେ ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିନେଇ ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫେବୃୟାରୀରେ ମଧ୍ୟ ତାହା ଜାରି ରହିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜନସନ ନିଜର ଗସ୍ତ ବାତିଲ କରିଛନ୍ତି।

Share