ବେଫିକର ବ୍ୟବସାୟୀ, ଅମାନିଆ ଗ୍ରାହକ: ନିର୍ଦ୍ଦେଶକୁ ଫୁ’ କରିଦେଲା ପରିବା ହାଟ

ଭୁବନେଶ୍ୱର, ୨୧।୯ (ବ୍ୟୁରୋ): କାହା ମଧ୍ୟରେ ନ ଥିଲା ସାମାଜିକ ଦୂରତା। ପୁଣି କାହା ମୁହଁରେ ମାସ୍କ ନ ଥିବାବେଳେ ଆଉ କାହାର କାନରୁ ତଳକୁ ଝୁଲି ରହିଥିଲା। ପୂରା ବ୍ୟସ୍ତରେ ଥିଲେ ବ୍ୟବସାୟୀ, ଆଉ ଅମାନିଆ ହୋଇ ପଡ଼ିଥିଲେ ଗ୍ରାହକ। ଖୁନ୍ଦାଖୁନ୍ଦି ଗହଳି ଭିତରେ ଚାଲିଥିଲା ବେପାର। ଦଳଦଳ ହୋଇ ଚିହ୍ନା ପରିଚିତଙ୍କ ମଧ୍ୟରେ ପଡ଼ିଥିଲା ଚହଳ। କିଏ କହୁଥିଲା ଏତେ କଟକଣାରେ କ’ଣ ଚଳିହେବ। ପୁଣି କିଏ କହୁଥିଲା କରୋନା ଭିତରେ ଏମିତି ତ ଜୀବନ ଚାଲିବ। ରବିବାର ରାଜଧାନୀର ପ୍ରମୁଖ ୟୁନିଟ୍‌-୧ ଅସ୍ଥାୟୀ ପରିବା ହାଟରେ ଏ ପରିସ୍ଥିତି କହୁଥିଲା କରୋନା କଟକଣାକୁ ନେଇ ଆଉ ଉଲ୍ଲଂଘନକାରୀଙ୍କର ଭୟ ନାହିଁ।
ଭୁବନେଶ୍ୱର ଓ କଟକରେ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ପରେ ଉଲ୍ଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ଅଭୟ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ଏହାପରଠାରୁ କମିଶନରେଟ ଓ ପୌର ପ୍ରଶାସନ ପକ୍ଷରୁ ଦୋକାନ, ବଜାର, ହାଟ, ଛକରେ ଯାଞ୍ଚ ଓ ଜରିମାନାକୁ ଜୋର୍‌ଦାର କରାଯାଉଛି। ପ୍ରତିଦିନ କେବଳ ଭୁବନେଶ୍ୱରରୁ ପାଖାପାଖି ୩ହଜାର ଅମାନିଆ ଧରାପଡି ତଣ୍ଡ ଗଣୁଛନ୍ତି। ସେହିଭଳି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନକୁ ମଧ୍ୟ ସିଲ୍‌ କରାଯାଉଛି। ଏପରି ପଦକ୍ଷେପ ଯୋଗୁ ୩ଦିନ ହେବ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ଭୟ କରୁଥିବାବେଳେ ଲୋକେ ମଧ୍ୟ ପଦାକୁ ପୂର୍ବଭଳି ବାହାରି ନ ଥିଲେ। ଫଳରେ ଅଧିକାଂଶ ହାଟବଜାର ଖାଁଖାଁ ରହିଥିଲା। କିନ୍ତୁ ରବିବାର ଆଉ ସମ୍ଭାଳି ପାରି ନ ଥିଲେ ଲୋକେ। ଘରେ ବି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ସରିଯାଇଥିଲା। ରାସ୍ତାପାର୍ଶ୍ୱରେ ପୋଲିସ ଧରିବା ଆଶଙ୍କା ଥିବାରୁ ଲୋକେ ଏକମୁହାଁ ହୋଇ ଧାଇଁଥିଲେ ୟୁନିଟ୍‌-୧ ଅସ୍ଥାୟୀ ପରିବା ହାଟକୁ। ଫଳରେ ସକାଳୁ ଭିଡ଼ ଆରମ୍ଭ ହୋଇଥିଲା। ପାଗ ଭଲ ଥିବାରୁ ଓ ସେଠାରେ ବିଏମ୍‌ସି କିମ୍ବା ପୋଲିସର ଯାଞ୍ଚ ନ ଥିବାରୁ ଲୋକେ ଅମାନିଆ ହୋଇଯାଇଥିଲେ। ଯେଉଁସ୍ଥାନରେ ପୋଲିସ ପ୍ରହରା ରହିଥିଲା ସେଠାରେ ସ୍ଥିତି ସ୍ବାଭାବିକ ଥିଲା। କିନ୍ତୁ ୟୁନିଟ୍‌-୧ ପରିବା ହାଟ ଭଳି ଅନେକ ସ୍ଥାନରେ ଭିଡ଼ ଦେଖିବାକୁ ମିଳିଥିଲା।
କରିବାକୁ ଆସିଥିବା ସରୋଜ ଜେନା କୁହନ୍ତି, ଏବେ ତ ସବୁ ଖୋଲିଗଲା। ଆଉ କ’ଣ ଅଛି? ସମୟ ହେଲେ ତ ହାଟକୁ ସଉଦା କରିବାକୁ ଆସୁଛୁ। ଭିଡ଼ ରହୁଥିଲେ ମଧ୍ୟ ଆସିବାକୁ ପଡ଼ୁଛି। ଏଠି ଯଦି ପଛକୁ ରହି ଅପେକ୍ଷା କରିବୁ ତା’ହେଲେ କିଛି ମିଳିବନି। ପରିବା ବ୍ୟବସାୟୀ ସୁଶାନ୍ତ ଜେନା କୁହନ୍ତି, ଆମେ ସମସ୍ତ ପ୍ରକାର ନିୟମ କାନୁନ ପାଳନ କରୁଛୁ। ହେଲେ ଲୋକ ଭିଡ଼ ଜମାଉଛନ୍ତି। କିପରି ଶୀଘ୍ର ସାମଗ୍ରୀ ନେଇ ଘରକୁ ଯିବେ ସେଇ କଥାରେ ବ୍ୟସ୍ତ କରାଉଛନ୍ତି। ଆମେ ବ୍ୟବସାୟ କରିବାକୁ ଆସୁଛୁ, କାହାକୁ ମନା କରିବୁ? ଆମେ ମନା କଲେ ସେ ପାଖ ଦୋକାନକୁ ଯାଉଛନ୍ତି। ତେଣୁ ଏପରି ସ୍ଥିତିରେ ହିଁ ବ୍ୟବସାୟ କରୁଛୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ଭୁବନେଶ୍ୱରରେ ବିଏମ୍‌ସି ଓ କମିଶନରେଟ୍‌ ପୋଲିସର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ରିପୋର୍ଟ ଦେଉଛି। ହେଲେ ଭୁବନେଶ୍ୱରର ହାଟ ବଜାର ସ୍ଥିତି ଦେଖିବା ପରେ ତାହାସବୁ ସାମୟିକ ଓ ଲୋକଦେଖାଣିଆ ପରି ଲାଗୁଛି। ହାଟରେ ଅସମ୍ଭାଳ ଭିଡ଼ ଜମୁଥିବାବେଳେ ରାସ୍ତାରେ ବୁଲି ବାହାବା ନେଉଛି। ବର୍ତ୍ତମାନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଏଭଳି ଆଭିମୁଖ୍ୟ ଆଗକୁ ପୁଣି ପୁନରାବୃତ୍ତି ଘଟାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri