ୟୁନିସେକ୍ସ ଫ୍ୟାଶନ

ଏବେ ଜେଣ୍ଡର ନ୍ୟୁଟ୍ରାଲ ବା ୟୁନିସେକ୍ସ ଫ୍ୟାଶନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦ୍ଦ୍ବାରା ନା କେବଳ ନାରୀ ଓ ପୁରୁଷ ମଧ୍ୟରେ ଅସମାନତା ଏବଂ ଭେଦଭାବ ହ୍ରାସ ପାଉଛି ବରଂ ଏହା ଅପେକ୍ଷାକୃତ ଟ୍ରେଣ୍ଡି ଓ ଆଇକ୍ୟାଚି ଲୁକ୍‌ ବି ଦେଉଛି। ଯେଉଁଥିପାଇଁ ଯୁବପିଢ଼ିଙ୍କ ଦ୍ୱାରା ଏହା ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି…

ଦିନ ଥିଲା ପୁରୁଷ ଓ ନାରୀଙ୍କ ଫ୍ୟାଶନ ପରସ୍ପରଠୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ପରିବର୍ତ୍ତିତ ସମୟ ସହ ଏଥିରେ କିଛିଟା ପରିବର୍ତ୍ତନ ହେଲା ଏବଂ ଧୀରେ ଧୀରେ ଉଭୟଙ୍କ ଫ୍ୟାଶନ୍‌ରେ ସାମଞ୍ଜସ୍ୟ ଦେଖିବାକୁ ମିଳିଲା। ହେଲେ ବର୍ତ୍ତମାନ ୟୁନିସେକ୍ସ ବା ଜେଣ୍ଡର ନ୍ୟୁଟ୍ରାଲ ଫ୍ୟାଶନ ଅଧିକାଂଶ ବିଶେଷକରି ଯୁବପିଢ଼ି ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ହ୍ରାସ ପାଉଛି ଭେଦଭାବ: ସମୟ ସହିତ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ। ଆଉ ଏହି ଧାରାରେ ନାରୀ ଓ ପୁରୁଷଙ୍କ ଆଉଟ୍‌ଫିଟ୍‌କୁ ନେଇ ଥିବା ଗ୍ୟାପ୍‌ ଧୀରେ ଧୀରେ କମିବାରେ ଲାଗିଛି। ପୂର୍ବରୁ ଯେଉଁସବୁ କେବଳ ନାରୀ କିମ୍ବା କେବଳ ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ ଥିଲା ଅବା ଏହାକୁ ପ୍ରସ୍ତୁତ କରିବା ଲାଗି ଯେଉଁ ସାମଗ୍ରୀ ବ୍ୟବହାର କରାଯାଉଥିଲା, ଉଭୟ ଫ୍ୟାଶନ ଉତ୍ପାଦରେ ବ୍ୟବହାର କରାଯାଉଛି। ଏବେ ଡିଜାଇନରମାନେ ସ୍ତ୍ରୀ-ପୁରୁଷ ଭିତରେ ଭେଦଭାବ ନ ରଖି କେଉଁ ଆଉଟ୍‌ଫିଟ୍‌ ବ୍ୟକ୍ତିତ୍ୱ ଏବଂ ସୌନ୍ଦର୍ଯ୍ୟ ଉଭୟକୁ ହାଇଲାଇଟ୍‌ କରିବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ଶପିଂ ମଲ୍‌ଠୁ ଆରମ୍ଭ କରି ଅନେକ ଗାର୍ମେଣ୍ଟ ଶପ୍‌ରେ ଭଳିକି ଭଳି ଯୁନିସେକ୍ସ ଫ୍ୟାଶନର ଲାଟେଷ୍ଟ କଲେକ୍ସନ ସହଜରେ ଉପଲବ୍ଧ ହୋଇପାରୁଛି।
ଏକାପରି ପୋଷାକର ବଢୁଛି ଡିମାଣ୍ଡ: ବ୍ଲେଜର, ଟ୍ରାଉଜର, ଓଭରସାଇଜ୍‌ ଶଟର୍‌ସ, ଜିନ୍ସ, ଶାର୍ଟ ଆଦି ଯାହାକି ସାଧାରଣତଃ ମେନ୍‌ ଫ୍ୟାଶନରେ ପରିଗଣିତ ହେଉଥିଲା; ଏବେ ଓମେନ୍‌ ଓ୍ବାର୍ଡରୋବ୍‌ରେ ବି ସାମିଲ ହେଲାଣି। ଏହା ପ୍ରାୟତଃ ସବୁ ପ୍ରକାର ଫିଗରର ଝିଅଙ୍କୁ ଭଲ ଲାଗୁଛି। ଏମିତିକି ପୁରୁଷଙ୍କ ଧୋତି-କୁର୍ତ୍ତା ଭଳି ପାରମ୍ପରିକ ପରିଧାନ ନୂଆ ରୂପରେ ଧୋତିପ୍ୟାଣ୍ଟ ଏବଂ କୁର୍ତ୍ତୀ ଭାବେ ଝିଅମାନେ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଓମେନ୍‌ ଫ୍ୟାଶନ ବି ମେନ୍‌ ଫ୍ୟାଶନରେ ଆଦୃତ ହେଉଥିବା ଦେଖିବାକୁ ମିଳୁଛି।

ଫେବ୍ରିକ୍‌, କଲର, ପ୍ରିଣ୍ଟ୍‌ରେ ବି ରହୁଛି ସମାନତା: ନିଅନ୍‌ ଅରେଞ୍ଜ, ପିଙ୍କ୍‌, ରେଡ୍‌, ପ୍ୟାରୋଟ୍‌ ଗ୍ରୀନ୍‌ ଭଳି ରଙ୍ଗ ସାଧାରଣତଃ ମହିଳାଙ୍କ ପରିଧାନ ଭାବେ ଗ୍ରହଣ କରାଯାଏ। ହେଲେ ବର୍ତ୍ତମାନ ଏଭଳି ରଙ୍ଗ ମେନ୍‌ ଫ୍ୟାଶନରେ ଲାଟେଷ୍ଟ ଟ୍ରେଣ୍ଡ ସାଜୁଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଡ୍ରେସ୍‌ ଶପ୍‌ରେ ଏଭଳି ରଙ୍ଗର ପୋଷାକ ଖୁବ୍‌ ସହଜରେ ମିଳୁଛି ଏବଂ ଏହାର ଚାହିଦା ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି। ମେନ୍‌ଓ୍ବେର୍‌ରେ ବ୍ୟବହାର କରାଯାଉଥିବା ଷ୍ଟିଫ୍‌ କଟନ୍‌, ଲେନିନ୍‌ ଭଳି ଫେବ୍ରିକ୍‌ ବର୍ତ୍ତମାନ ଓମେନ୍‌ଓ୍ବେର୍‌ରେ ମଧ୍ୟ ବ୍ୟବହାର କରାଯାଉଛି। ସେହିପରି ସିଲ୍କ, ସାଟିନ୍‌ ଭଳି ବିଭିନ୍ନ ସାଇନିଂ ଏବଂ କଲରଫୁଲ୍‌ କ୍ଲଥ୍‌, ଯାହାକି ସାଧାରଣତଃ ଓମେନ୍‌ଓ୍ବେର୍‌ ଭାବେ ପରିଚିତ; ଏବେ ମେନ୍‌ଓ୍ବେର୍‌ରେ ବହୁଳ ଭାବେ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପୋଲ୍‌କା ଡଟ୍‌, ଫ୍ଲାଓ୍ବାର ଭଳି ପ୍ରିଣ୍ଟ ମଧ୍ୟ ମେନ୍‌ଓ୍ବେର୍‌ରେ ବ୍ୟବହାର ହେଉଛି।
ବଢ଼ୁଛି ଜେଣ୍ଡର-ନ୍ୟୁଟ୍ରାଲ ଫୁଟ୍‌ଓ୍ବେରର ଡିମାଣ୍ଡ: ଦିନ ଥିଲା, ପୁଅ-ଝିଅଙ୍କ ଚପଲ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଅଧିକାଂଶ ପୁଅ
ଫୁଲ୍‌ ଶୁ ପିନ୍ଧୁଥିବା ବେଳେ ଝିଅମାନେ ପିନ୍ଧୁଥିଲେ ଭଳିକି ଭଳି ଡିଜାଇନ୍‌ର ଫୁଟ୍‌ଓ୍ବେର୍‌। ବର୍ତ୍ତମାନ ୟୁନିସେକ୍ସ ଫ୍ୟାଶନ ଟ୍ରେଣ୍ଡ ଚାଲିଛି। ପୁଅମାନଙ୍କ ଭଳି ଶୁ’ ବର୍ତ୍ତମାନ ଝିଅମାନେ ଅଧିକ ବ୍ୟବହାର କରୁଥିବା ବେଳେ ଝିଅଙ୍କ ଭଳି ଷ୍ଟାଇଲିଶ୍‌ ଜୁତି ଏବଂ ଡିଜାଇନର ହାପ୍‌ ଶୁ’ ଏବଂ ଚପଲ ମେନ୍‌ଫ୍ୟାଶନରେ ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି।
ଆସେସରିଜ୍‌ ହେଲାଣି କମନ୍‌: ରିଷ୍ଟଓ୍ବାଚ୍‌, ନେକ୍‌ଲେସ୍‌, ଚେନ୍‌, ବ୍ରେସ୍‌ଲେଟ୍‌, ଇଅର ରିଂ ଏବଂ ଅନ୍ୟାନ୍ୟ ଆସେସରିଜ୍‌ ବି ଏବେ ୟୁନିସେକ୍ସ ଫ୍ୟାଶନ୍‌ ଟ୍ରେଣ୍ଡରେ ରାଜ୍‌ କରୁଛି। ବଡ଼ ବଡ଼ ଡାଏଲ୍‌ ଥିବା ସ୍ମାର୍ଟ ଓ୍ବାଚ୍‌ ହେଉ ଅବା ଚଉଡ଼ା ବ୍ୟାଣ୍ଡ କିମ୍ବା ମେଟାଲିକ୍‌ ଚେନ୍‌ ଥିବା ରିଷ୍ଟଓ୍ବାଚ୍‌କୁ ଉଭୟେ ଏକାପରି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସନ୍‌ଗ୍ଲାସ୍‌, ବ୍ୟାଗ୍‌ ଇତ୍ୟାଦି ମଧ୍ୟ ଏକାପରି ବ୍ୟବହାର କରୁଛନ୍ତି। ତେବେ ଏହି ୟୁନିସେକ୍ସ ଫ୍ୟାଶନ ଦୌଡ଼ରୁ ହେୟାର ଷ୍ଟାଇଲ, ଟାଟୁ, ପିୟସିଂ ଆଦି ପଛରେ ପଡ଼ିନି; ଯେଉଁଥିପାଇଁ ଛୋଟ ବଡ଼ ପ୍ରାୟ ଅଧିକାଂଶ ସହରରେ ୟୁନିସେକ୍ସ ପାର୍ଲର ବା ସେଲୁନ୍‌ ବଢ଼ି ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri