Posted inଫୁରସତ

ନିଆରା ଗାଁ

ଗାଁ ସହିତ ମଣିଷର ସମ୍ପର୍କ ବହୁ ପ୍ରାଚୀନ। ପ୍ରତ୍ୟେକ ଗାଁ ପ୍ରତ୍ୟେକଙ୍କ ପାଇଁ ସୁନ୍ଦର। ସବୁ ଗାଁରେ ବି କିଛି ନା କିଛି ବିଶେଷତ୍ୱ ରହିଛି। କିଛିକିଛି ଅଲଗାପଣ ରହିଛି। କୋଉ ଗାଁର ଲୋକମାନେ ପୂଜାପ୍ରାର୍ଥନା ପାଇଁ ମନ ରଖୁଥିବା ବେଳେ କେହି ଗାଁର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଥାନ୍ତି। ସେହିଭଳି କୌଣସି ଗାଁ ତା’ର ପ୍ରାକୃତିକ ପରିବେଶ ତଥା ସୌନ୍ଦର୍ଯ୍ୟ ପାଇଁ ପରିଚିତି ହାସଲ କରିଥାଏ। ତେବେ ବିଶ୍ୱରେ ଏମିତି କିଛି ଗାଁର ଦୃଷ୍ଟାନ୍ତ ଅଛି ଆଉ ସେସବୁ ଗାଁରେ ଏମିତି କିଛି ବିଶେଷତ୍ୱ ବା ନିଆରାପଣ ରହିଛି ଯାହାକୁ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଆଉ ସବୁଠୁ ବଡ଼କଥା ସେହିସବୁ ଅଲଗାପଣ ପାଇଁ ହିଁ ସେସବୁ ଗାଁ ବିଶ୍ୱରେ ପ୍ରସିଦ୍ଧି ହାସଲ କରିଛି। ସେହିସବୁ ଗାଁ ସମ୍ପର୍କରେ…


ଏକ କିଡନି ଥିବା ଗାଁ : କିଡନି ମଣିଷ ଶରୀରର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରେ ଥିବା ଅବର୍ଜନା ସବୁକୁ ପରିସ୍କାର କରେ। ପ୍ରତ୍ୟେକ ମଣିଷର ଦୁଇଟା କିଡନି ରହିଥାଏ। ମାତ୍ର ନେପାଳର ଗୋଟିଏ ଗାଁହେଉଛି ‘କିଡ୍‌ନି ବୈଲୀ’ ଗାଁ। ଏହି ଗାଁର ନାଁ ଆଗରୁ କ’ଣ ଥିଲା ସେକଥା କେହି ଜାଣନ୍ତି ନାହିଁ। ମାତ୍ର ଏବେ ଏହା ’କିଡ୍‌ନି ବୈଲୀ’ ଗାଁ ଭାବରେ ପରିଚିତ। ଏହି ଗ୍ରାମର ପ୍ରାୟ ଶତପ୍ରତିଶତ ଲୋକଙ୍କର ଗୋଟିଏ ଲେଖାଏଁ କିଡ୍‌ନି। କାରଣ ସେମାନେ ବିନା ଦ୍ୱିଧାରେ କିଡନି ମାଫିଆମାନଙ୍କୁ ସେମାନଙ୍କ କିଡ୍‌ନି ବିକିଦିଅନ୍ତି। ସେମାନଙ୍କର ଧାରଣା, କିଡନି କାଟିଦେଲେ ଆଉ ଗୋଟେ କିଡନି କଅଁଳି ଉଠିବ। ହେଲେ ଗବେଷକମାନଙ୍କର କହିବା କଥା, ଏମାନେ ଅନ୍ଧବିଶ୍ୱାସର ଶିକାର। ମାଫିଆମାନେ ସେମାନଙ୍କର ସେହି ଅନ୍ଧବିଶ୍ୱାସକୁ ଆହୁରି ବଢ଼େଇ ଚାଲିଛନ୍ତି।


ବିନା ସଡ଼କରେ ଗାଁ : ଗାଁ ଥିବ, କିନ୍ତୁ ସଡ଼କ ନଥିବ। ଇଏ କେମିତିକା କଥା? ଏକଥା କ’ଣ କେହି କେବେ ଶୁଣିଥିବ। ମାତ୍ର ବାସ୍ତବରେ ଏମିତି ହିଁ ଗାଁଟିଏ ଅଛି। ଏଭଳି ଏକ ବିଚିତ୍ର ଗାଁ ରହିଛି ନେଦରଲାଣ୍ଡରେ। ଏହି ଗାଁର ନାଁ ଗିଏଥର୍ନ। ଏହି ଗାଁଟି ଅତି ସୁନ୍ଦର ଗାଁ। ଏହାର ସୌନ୍ଦର୍ଯ୍ୟ ଖୁବ୍‌ ମନଲାଖି। ଥରେ ଯିଏ ଏହି ଗାଁକୁ ଯିବ ସେ ଫେରିବାକୁ ମନ କରିବନି। ତେବେ ଏହି ଗାଁର ଗୋଟିଏ ଅସୁବିଧା ହେଉଛି ଏହି ଗ୍ରାମରେ ସଡ଼କ ନାହିଁ। ସେଥିଲାଗି ଏହି ଗାଁର କୌଣସି ଲୋକଙ୍କ ଘରେ ଗାଡ଼ି କି ମୋଟରଯାନ ନାହିଁ। ଏମିତି ହେବା ପଛରେ ବି ଏକ ରହସ୍ୟ ରହିଛି। ବାସ୍ତବରେ ଏହି ଗାଁର ଅବସ୍ଥିତି ପାଣି ଉପରେ। ଚାରିକଡ଼େ ପାଣି। ତଳେ ପାଣି। କେବେ କିଏ କେଉଁ ପରିସ୍ଥିତିରେ ପଡ଼ି ଏଭଳି ଏକ ନିଆରା ଗାଁର ପ୍ରତିଷ୍ଠା କରିଥିଲା ସେକଥା କାହାରିକୁ ଜଣାନାହିଁ। ଲୋକମାନେ କିନ୍ତୁ ସେଭଳି ଗାଁକୁ ଛାଡ଼ି ଆସିବାକୁ ନାରାଜ। ଯିବା ଆସିବା କରିବା ପାଇଁ ଲୋକମାନଙ୍କର ଏକମାତ୍ର ମାଧ୍ୟମ ନୌକା। ଏହି ଗାଁ ବିଶ୍ୱ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ବର୍ଷର ସବୁ ସମୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ।
କୁଂଫୁ ଭିଲେଜ୍‌ : କୁଂଫୁ ଚାଇନାର ଏକ ପାରମ୍ପରିକ ସାମରିକ କଳା। ଏହା ବିଶ୍ୱରେ ଏଭଳି ପ୍ରସିଦ୍ଧି ହାସଲ କରିଛି ଯେ, କୁଂଫୁ ଆଉ ଚାଇନାରେ ସୀମିତ ହୋଇ ରହିନାହିଁ। ଅଧିକନ୍ତୁ ଏହା ସମଗ୍ର ବିଶ୍ୱରେ ଏଭଳି ପ୍ରସାରିତ ହୋଇଯାଇଛି ଯେ, ଅନେକ ସ୍ଥାନରେ କୁଂଫୁ ପ୍ରତିଷ୍ଠାନମାନ ଖୋଲାଯାଇଛି। ତେବେ ଯଦି ଗୋଟିଏ ସ୍ବତନ୍ତ୍ର କୁଂଫୁ ଗ୍ରାମ ଅଛି ବୋଲି କୁହାଯିବ ତା’ହେଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏହା ସତ୍ୟ। ଚୀନର ତିଆଂଝୁରେ ଗୋଟିଏ ଗ୍ରାମ ଅଛି ଯାହାକୁ ’କୁଂଫୁ ଭିଲେଜ’ ବୋଲି କୁହାଯାଏ। ଏହି ଗ୍ରାମର ଲୋକମାନେ କୁଂଫୁକୁ ଛାଡ଼ିଦେଲେ ଆଉକିଛି ଜାଣନ୍ତି ନାହିଁ। ଘରର ସମସ୍ତ ସଦସ୍ୟ ଜଣେଜଣେ କୁଂଫୁ ମାଷ୍ଟର। କୁଂଫୁ ଶିଖିବା ପାଇଁ ଏହି ଗ୍ରାମକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆଗ୍ରହୀମାନଙ୍କର ସୁଅ ଛୁଟିଥାଏ।
ନୀଳଗ୍ରାମ : ଗ୍ରାମର ବାସ୍ତବିକ ନାମ ହେଉଛି ଜୁଜକାର। ଏହା ସ୍ପେନ୍‌ରେ ଅବସ୍ଥିତ। ତେବେ ଜୁଜକାର ବୋଲି କହିଲେ କେହି ବୁଝିବେ ନାହିଁ। ତେବେ ଯଦି କୁହାଯାଏ ନୀଳଗ୍ରାମ ବା ବ୍ଲୁ ଭିଲେଜ୍‌ କେଉଁଠି ତା’ହେଲେ ଲୋକମାନେ ସହଜରେ ବୁଝିଯିବେ। ମଜାର କଥା ହେଉଛି ଏହି ଗ୍ରାମରେ ଥିବା ସବୁ ଘରର ରଙ୍ଗ ନୀଳ। ଏହି ଗ୍ରାମର ଲୋକମାନେ ଜ୍ୟୋତିର୍ବିଦ୍ୟାରେ ଘୋର ବିଶ୍ୱାସୀ। ନୀଳରଙ୍ଗ ସେମାନଙ୍କ ପାଇଁ ସୁଖ ସମୃଦ୍ଧିର ପରିଚୟ ବୋଲି ସେମାନଙ୍କର ବିଶ୍ୱାସ। ସେଥିଲାଗି ଏହି ନୀଳଗ୍ରାମର ପରିକଳ୍ପନା। ତେବେ କେହିକେହି କହନ୍ତି, ଥରେ ଗୋଟିଏ ବିଶେଷ କାର୍ଯ୍ୟ ପାଇଁ କେତେକ ଘରକୁ ନୀଳରଙ୍ଗ କରାଯାଇଥିଲା। ତାହା ଲୋକମାନଙ୍କୁ ଏଭଳି ଭଲ ଲାଗିଲା ଯେ, ପ୍ରତ୍ୟେକ ଲୋକ ନିଜନିଜ ଘରକୁ ନୀଳରଙ୍ଗରେ ରଙ୍ଗୀନ କରିବାକୁ ଲାଗିଲେ।
ସୂର୍ଯ୍ୟ ଯାଉ ନଥିବା ଗାଁ : ଏହା ଏମିତି ଏକ ଗାଁ ଯେଉଁଠିକୁ ସୂର୍ଯ୍ୟ ଆସନ୍ତିନି। ବରଂ ସୂର୍ଯ୍ୟଙ୍କୁ ସେଠାକୁ ଆଣିବାକୁ ପଡ଼େ। ଇଟାଲୀର ଏକ ଗାଁହେଉଛି ବିଗାନେଲ। ଏହି ଗାଁକୁ ଚାରିପଟରୁ ବଡ଼ବଡ଼ ଘାଟି ସବୁ ଘେରି ରହିଛି। ଘାଟି ମଧ୍ୟରେ ଥିବା ଏହି ଗାଁଟି ଏତେ ତଳେ ରହିଛି ଯେ, ବର୍ଷରେ ତିନିମାସ ସୂର୍ଯ୍ୟଙ୍କର କିରଣ ଏଠାରେ ପଡ଼େନି। ସେଥିପାଇଁ ଲୋକମାନେ ଘାଟି ଉପରେ ବଡ଼ବଡ଼ ଆଇନା ଲଗେଇ ଗାଁ ଭିତରକୁ ସୂର୍ଯ୍ୟକିରଣ ଆଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri