Posted inଫୁରସତ

ଅନନ୍ୟ ପରମ୍ପରା: କୁମ୍ଭୀର ସହ ବିବାହ

ମେକ୍ସିକୋ ସିଟି: ମେକ୍ସିକୋର ଦକ୍ଷିଣ ଓକ୍ସାକା ରାଜ୍ୟରେ ଅବସ୍ଥିତ ସାନ୍‌ ପେଡ୍ରୋ ହୁଆମେଲୁଲା ସହରରେ ଗତ ୨୩୦ ବର୍ଷ ଧରି ପ୍ରତି ବର୍ଷ ଏକ ଅନନ୍ୟ ପରମ୍ପରାକୁ ପାଳନ କରାଯାଇଆସୁଛି, ଯାହା ସମ୍ପ୍ରତି ସାରାବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର ମେୟର ଡାନିଏଲ୍‌ ଗୁଟିରେଜ୍‌ ଗତ ୩୦ ତାରିଖରେ ପ୍ରତୀକାତ୍ମକ ଭାବେ ଏକ ମାଈ କୁମ୍ଭୀର ସହ ବିବାହ କରିଛନ୍ତି। ସ୍ଥାନୀୟ ଚୋଣ୍ଟାଲ ଏବଂ ହୁଆଭେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକତାର ପ୍ରତୀକ ଭାବେ ଏହି ଅନନ୍ୟ ପରମ୍ପରାକୁ ନିଭା ଯାଇଥାଏ। ସେହିପରି ଉକ୍ତ ଅଞ୍ଚଳରେ ଭଲ ଫସଲ, ବର୍ଷା ଏବଂ ଲୋକଙ୍କ ସମୃଦ୍ଧି କାମନା କରିବା ପାଇଁ ମଧ୍ୟ ଏହି ପରମ୍ପରାକୁ ପାଳନ କରାଯାଇଥାଏ। ଏହି ରଙ୍ଗିନ ଉତ୍ସବରେ ଏକ ମାଈ କୁମ୍ଭୀରକୁ କନ୍ୟା ପରି ଧଳା ରଙ୍ଗର ବିବାହ ଗାଉନ୍‌ ପିନ୍ଧା ଯାଇଥିଲା। ସେହିପରି ମେୟର ଡାନିଏଲ୍‌ କୁମ୍ଭୀରର କପାଳକୁ ଚୁମ୍ବନ ଦେବା ସହ ଖୁସିରେ ସ୍ଥାନୀୟ ଲୋକଙ୍କ ସହ ନାଚିଥିଲେ।
ସ୍ଥାନୀୟ ଲୋକକଥା ଅନୁଯାୟୀ, ଚୋଣ୍ଟାଲ ରାଜା ହୁଆଭେ ରାଜକୁମାରୀଙ୍କୁ ବିବାହ କରିଥିଲେ, ଯାହା ଦୁଇ ସମ୍ପ୍ରଦାୟ ମଧ୍ୟରେ ଦୀର୍ଘକାଳୀନ ଦ୍ୱନ୍ଦ୍ୱର ଅନ୍ତ ଘଟାଇଥିଲା। ତେଣୁ ସାନ୍‌ ପେଡ୍ରୋ ହୁଆମେଲୁଲା ସହରରେ ହେଉଥିବା ଏହି ପ୍ରତୀକାତ୍ମକ ବିବାହରେ ମେୟର ଚୋଣ୍ଟାଲ ରାଜାଙ୍କ ପ୍ରତିନିଧିତ୍ୱ କରୁଥିବାବେଳେ ହୁଆଭେ ରାଜକୁମାରୀଙ୍କୁ ଏକ କୁମ୍ଭୀର ରୂପେ ଦର୍ଶାଯାଇଥାଏ। ଏହି ପରମ୍ପରା ପୃଥିବୀ ମା’ ଏବଂ ମାନବଜାତି ମଧ୍ୟରେ ରହିଥିବା ସମ୍ପର୍କକୁ ଦର୍ଶାଇ ଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଏହି ଅନନ୍ୟ ଉତ୍ସବରେ ବିବାହ କରୁଥିବା କୁମ୍ଭୀରକୁ ପ୍ରାରମ୍ଭରେ ସ୍ଥାନୀୟ ଲୋକମାନେ ‘ଲା ନିନା ପ୍ରିନ୍ସେସା (ଛୋଟ ରାଜକୁମାରୀ)’ ଡାକିଥାନ୍ତି। ସୁରକ୍ଷା ପାଇଁ ଏବଂ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କୁମ୍ଭୀରର ମୁହଁକୁ ଏକ ରିବନରେ ବାନ୍ଧି ଦିଆଯାଇଥାଏ। ଉତ୍ସବର ଗୋଟିଏ ଦିନ ପୂର୍ବରୁ କୁମ୍ଭୀରକୁ ଆନୁଷ୍ଠାନିକ ଭାବରେ ଏକ ନାମ ଦିଆଯାଏ। ଚଳିତ ବର୍ଷ ବିବାହ କରିଥିବା କୁମ୍ଭୀରର ନାମ ମିଗୁଏଲାନା ଏଷ୍ଟେଲା ଡେଲ୍‌ ମାର୍‌ ଜାଭାଲେଟା ରାମିରେଜ୍‌ ରଖାଯାଇଥିଲା। ଗତ ୩୦ରେ ଏହି ବିବାହ ସମାରୋହ ସହରର ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସ୍ଥାନୀୟ ଲୋକ, ସଂଗୀତଜ୍ଞ ଏବଂ ନୃତ୍ୟଶିଳ୍ପୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri