ଏଠାରେ କାର୍‌, ଜିପ, ହାତୀ ପ୍ରତିମୂର୍ତ୍ତିିର ତିଆରି ହୁଏ ସମାଧି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ, ସମାଧି ଦିଆଯିବା ସ୍ଥାନରେ ତାଙ୍କ ପସନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଭାରତରେ ଏପରି ଏକ ଆଦିବାସୀ ସମାଜ ଅଛି, ଯେଉଁଠାରେ ଭିନ୍ନ ଏକ ଅନନ୍ୟ ପରମ୍ପରା ଚାଲିଆସିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ସମାଧି ସ୍ଥାନରେ ସେମାନଙ୍କ ପ୍ରିୟ ବସ୍ତୁର ପ୍ରତିମୂର୍ତ୍ତି ତିଆରି କରାଯାଇ ଥାଏ।

ବାସ୍ତବରେ, ଯଦି ଆପଣ ଛତିଶଗଡ଼ର ଧାମତରୀରେ ଯାଆନ୍ତି ସେଠାରେ କାର୍‌, ଜିପ, ସ୍କୁଟର ପରି ଅନେକ ଆକୃତିର ସମାଧି ଦେଖିବାକୁ ପାଇବେ। ଧାମତରୀର ବେଲମାରଗାଁର ଗଣ୍ଡ ସମାଜ ବହୁ ବର୍ଷ ଧରି ଏହି ପରମ୍ପରା ପାଳନ କରି ଆସୁଛନ୍ତି। ଏହି ଅନନ୍ୟ ପରମ୍ପରାରେ, ମୃତ ବ୍ୟକ୍ତିଙ୍କ ପ୍ରିୟ ବସ୍ତୁଗୁଡ଼ିକରେ ସମାଧି ତିଆରି କରାଯାଇଥାଏ।
ମୃତ ବ୍ୟକ୍ତିଙ୍କ ପସନ୍ଦ ଅନୁସାରେ ପୁରୁଷଙ୍କ ସମାଧିରେ ଘୋଡା, ହାତୀ, ଜିପ, କାର୍‌, ମୋଟରସାଇକେଲ ଏବଂ ସ୍କୁଟର ତିଆରି କରାଯାଏ। ସେହିପରି ମହିଳାଙ୍କ ସମାଧିରେ କେବଳ କଳସ ତିଆରି କରାଯିବାର ପ୍ରଥା ରହିଛି।

Share