୩୬ଇଞ୍ଚ ବରକୁ ୩୪ଇଞ୍ଚ କନ୍ୟାଙ୍କୁ ଦେଖିବାକୁ ଲୋକଙ୍କ ଗହଳି

ଭାଗଲପୁର,୪।୫: କୁହାଯାଏ, ଯୋଡିସବୁ ଉପରୁ ତିଆରି ହୋଇ ଆସିଥାଏ। କିଏ କାହାର ଜୀବନସାଥୀ ହେବ ସେନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇରହିଥାଏ। ତେବେ ବିହାରର ଭାଗଲପୁରରେ ବି କିଛି ଏଭଳି ଏକ ନିଆରା ଯୋଡିଙ୍କୁ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଲୋକେ କହୁଛନ୍ତି, ‘ରବ ନେ ବନାଦି ଯୋଡି’। ଏହି ନିଆରା ବିବାହକୁ ଦେଖିବା ପାଇଁ ବିବହାଘରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ସେଥିମଧ୍ୟରୁ ଅନେକଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇ ନାହିଁ। ଲୋକଙ୍କର ବିବାହଠୁ ଅଧିକ ଉତ୍ସାହ ଏହି ବରକନ୍ୟାଙ୍କୁ ଦେଖିବା ପାଇଁ। ଏଥିପାଇଁ ଏହି ବିବାହ ସ୍ବତନ୍ତ୍ର କାରଣ ବର ୩୬ଇଞ୍ଚର ହୋଇଥିବା ବେଳେ କନ୍ୟା ହେଉଛନ୍ତି ୩୪ଇଞ୍ଚର। ଏହି ନିଆରା ଯୋଡିଙ୍କ ବିବାହକୁ ନେଇ ସହରରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଭାଗଲପୁରର ଆଭିଆ ବଜାରରେ ବାସ କରୁଥିବା କିଶୋରୀ ମଣ୍ଡଳଙ୍କ ୨୪ବର୍ଷୀୟ ଝିଅ ମମତା ନବଗଛିଆଙ୍କ ବିବାହ ମସାରୁର ବିନ୍ଦେଶ୍ୱରୀ ମଣ୍ଡଳଙ୍କ ୨୬ବର୍ଷୀୟ ପୁଅ ମୁନା ଭାରତୀଙ୍କ ସହ ଅନୁଷ୍ଠିତ ହୋଇଥିଲା। ମମତା ୩୪ଇଞ୍ଚର ହୋଇଥିବା ବେଳେ ମୁନା ୩୬ଇଞ୍ଚର। ଏହି ଯୋଡିଙ୍କ ବିବାହକୁ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକ ପହଞ୍ଚିଥିଲେ। ବିବାହକୁ ଆସିଥିବା ଅତିଥିମାନେ ନବଦମ୍ପତିଙ୍କ ସହ ସେଲ୍‌ଫି ଉଠାଇବା ସହ ସେମାନଙ୍କୁ ଶୁଭକାମନା ଜଣାଇଥିଲେ। ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri