ନୂଆଦିଲ୍ଲୀ,୧୫।୩: ସ୍ପାଇସଜେଟ ଇନଷ୍ଟା ଏବଂ ଏକ୍ସରେ ଏକ ଭିଡିଓ ଜାରି କରିଛି ଯେଉଁଥିରେ ହୋଲି ଅବସରରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଛି। ଯାତ୍ରୀମାନଙ୍କୁ ଚନ୍ଦନ ତିଳକ ଲଗାଇ ବିମାନ ଭିତରେ ସ୍ବାଗତ କରାଯାଇଥିଲା ଏବଂ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଗୁଝିଆ ଖୁଆଇ ମୁହଁ ମିଠା କରାଯାଇଥିଲା। ଏହା ପରେ, ମଜାଦାର ହୋଲି ଗୀତ ସହିତ ନୃତ୍ୟ ପରିବେଷଣ କରାଯାଇଥିଲା।
ପ୍ରକୃତରେ, ବିମାନ କମ୍ପାନୀଗୁଡ଼ିକ ପ୍ରାୟତଃ ଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଚେଷ୍ଟା କରନ୍ତି। ହୋଲି ଅବସରରେ ସ୍ପାଇସ ଜେଟ ପକ୍ଷରୁ ଦିଲ୍ଲୀ-ଦରଭଙ୍ଗା-ପୁଣେ ବିମାନରେ ଏପରି ଏକ ପ୍ରୟାସ କରାଯାଇଥିଲା, ଯାହା ଯାତ୍ରୀମାନଙ୍କ ପାଇଁ ହୋଲିର ଆନନ୍ଦକୁ ଦ୍ୱିଗୁଣିତ କରିଥିଲା।
ବିମାନ ଭିତରେ ‘ବଲମ ପିଚକାରୀ’ ଗୀତରେ ନାଚ
ସହିତ ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ସମସ୍ତ ଯାତ୍ରୀ ବିମାନରେ ପ୍ରବେଶ କରିବା ମାତ୍ରେ, ବୋର୍ଡିଂ ଶେଷ ହେବା ପରେ, ଲୋକମାନଙ୍କୁ ଚନ୍ଦନ ତିଳକ ଲଗାଇ ସ୍ବାଗତ କରାଯାଇଥିଲା ଏବଂ ତା’ପରେ ସେମାନଙ୍କୁ ଗୁଝିଆ ଖୁଆଇ ଦିଆଯାଇଥିଲା। ଏହା ପରେ, ବିମାନ ପରିଚାରିକା ଏବଂ କ୍ରୁ ବିମାନ ଭିତରେ ‘ବଲମ ପିଚକାରୀ’ ଗୀତରେ ନାଚି ଯାତ୍ରୀମାନଙ୍କୁ ସ୍ବାଗତ କରିଥିଲେ, ଏହାସହ ଯାତ୍ରୀମାନଙ୍କୁ ହୋଲିର ଖୁସି ମଧ୍ୟ ଜଣାଇଥିଲେ।


