ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ  ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା ନିଆରା ହୋଇଛି। ଆକର୍ଷଣୀୟ ପୂଜାମଣ୍ଡପରେ ରାଧାକୃଷ୍ଣ ବେଶରେ ଗଜାନନ ପୂଜା ପାଉଛନ୍ତି।

ଚଳିତବର୍ଷ ବିଜୁ ପଟ୍ଟନାୟକ ମାର୍ଗ ପୂଜା ପରିଚାଳନା କମିଟି ପକ୍ଷରୁ ରାଧାକୃଷ୍ଣ ମୂର୍ତ୍ତି ସ୍ଥାପନ କରାଯାଇଛି। ପୁରୋହିତ କନ୍ଧ ଶତପଥୀଙ୍କ ବେଦମନ୍ତ୍ରରେ ପୂଜାମଣ୍ଡପ ପ୍ରକମ୍ପିତ ହେଉଛି। ନିଆରା ସାଜସଜ୍ଜା ଓ ପୂଜା ଆୟୋଜନ ଯୋଗୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ଏହି ଅବସରରେ ଗଞ୍ଜାମ ଏନ୍‌ଏସି ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ ନିଜ ସମର୍ଥକଙ୍କ ସହ ବିଜୁ ପଟ୍ଟନାୟକ ମାର୍ଗ ପୂଜାମଣ୍ଡପରେ ପହଞ୍ଚି ସନ୍ଧ୍ୟା ଆଳତିରେ ସାମିଲ ହେବା ସହ ଠାକୁର ଦର୍ଶନ କରିଥିଲେ। ସେ ବିଭିନ୍ନ ପୂଜା ପରିଚାଳନା କମିଟିର ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଦର୍ଶନ ସମୟରେ ବିଜେଡି ଯୁବନେତା ବିଭୂତି ପଲାଇ, ସାମାଜିକ କର୍ମୀ ଉମା ମହାନ୍ତି, ଟୋନି ପଣ୍ଡା, ମନୋଜ ପ୍ରଧାନଙ୍କ ସମେତ ପୂଜା ପରିଚାଳନା କମିଟିର ସାହିଲ ସୁବୁଦ୍ଧି, ସୁଜଲ ବେହେରା, ଆକାଶ ବେହେରା, ଦୀପୁନା ଗୌଡ଼, ବିକି ବେହେରା, ତରୁଣ ଆଚାର୍ଯ୍ୟ, ତାପସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ପୂଜାମଣ୍ଡପରେ ଗଜାନନଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Share