ଗୋଡ଼ରେ ଆଙ୍କୁଛନ୍ତି ଅନନ୍ୟ କଳାକୃତି

ରୂପସା, ୧।୫ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଦୁଇଟି ହାତ ଅଛି ହେଲେ ଚଳୁନି। ଦୁଇଟି ଗୋଡ଼ ଅଛି ହେଲେ ସେଥିରୁ ଗୋଟିଏ ଅକାମୀ। ତଥାପି ଈଶ୍ୱରଙ୍କ ଉପରେ ଟିକେ ହେଲେ ବି ମାନ, ଅଭିମାନ ନାହିଁ। ବରଂ ତାଙ୍କର ଏହି ଦିବ୍ୟାଙ୍ଗ ଶରୀରକୁ ବିଧାତାଙ୍କ ବରଦାନ ଭାବି ନିଜ କର୍ମପଥରେ ଚାଲିଛନ୍ତି ନୀଳିମା। ହାତ ନ ହେଲା ନାହିଁ ଗୋଡ଼ରେ ଆଙ୍କି ଦେଉଛନ୍ତି ବିଶ୍ୱବିଧାତାଙ୍କ ଛବି। ନିଆରା ଚିତ୍ରଶିଳ୍ପୀ ଭାବେ ସେ ବିଭିନ୍ନ ଆକର୍ଷଣୀୟ ଚିତ୍ର ଆଙ୍କି ଖ୍ୟାତିଅର୍ଜନ କରିଥିଲେ ହେଁ ବଣମଲ୍ଲୀ ଭଳି ବଣରେ ଫୁଟି ଝଡ଼ି ପଡ଼ିବା ଭଳି ନୀଳିମାଙ୍କ ପ୍ରତି କାହାର ନଜର ନାହିଁ।
ଜିଲା ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ କୁସିଦା ଗାଁର ଶିବପ୍ରସାଦ ସିଂହଙ୍କର କନିଷ୍ଠ କନ୍ୟା ନୀଳିମା ସିଂହ। ସେ ଜନ୍ମରୁ ଦିବ୍ୟାଙ୍ଗ। ୨ଟା ଯାକ ହାତ କାମ କରେନି। କି ଗୋଟିଏ ଗୋଡ଼ ବି ଚଳେନି। ଯାହା ଗୋଟିଏ ଗୋଡ଼। ହେଲେ ସମସ୍ତଙ୍କ ପରି ସବୁ କାମ ଅତି ସହଜ ଭାବେ କରିଯାନ୍ତି। କୌଣସି କାମ ପାଇଁ ସେ କେବେ କାହାରି ଉପରେ ନିର୍ଭର କରନ୍ତି ନାହିଁ। ନିତ୍ୟକର୍ମଠାରୁ ଆରମ୍ଭ କରି ସବୁ କିଛି ଗୋଟିଏ ଗୋଡ଼ରେ ହିଁ କରିବାରେ ନୀଳିମା ସମର୍ଥ। ଗୋଡ଼ ସାହାଯ୍ୟରେ ସେ ଖାଇବା, ମୁଣ୍ଡ କୁଣ୍ଡାଇବା, ପାଣି ପିଇବା, ଡ୍ରେସ ପିନ୍ଧିବା ଆଦି କାର୍ଯ୍ୟ କରିଥାନ୍ତି। ଦୃଢ଼ ଇଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ଗୋଟିଏ ଗୋଡ଼ରେ ପଞ୍ଝା ନ ଥିବାରୁ ସେ ଠିକ୍‌ ଭାବେ ଚାଲବୁଲ କରିପାରନ୍ତି ନାହିଁ। ଫଳରେ ପାଠପଢ଼ାରେ ଡୋରି ବନ୍ଧା ହେଲା। ଦିବ୍ୟାଙ୍ଗ ହୋଇ ବି ତାଙ୍କଠାରେ ପ୍ରକାଶ ପାଇଲା ଏକ ଅନନ୍ୟ ପ୍ରତିଭା। ପିଲାବେଳୁ ଚିତ୍ରାଙ୍କନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏକା ଏକା ଘରେ ବସି ଆରମ୍ଭ କରିଥିଲେ ଗୋଡ଼ରେ ଚିତ୍ରାଙ୍କନ। ବିନା ପ୍ରଶିକ୍ଷଣରେ ସେ ବନିଗଲେ ଚିତ୍ରଶିଳ୍ପୀ। ତୁଳୀ ହେଉ କି ସ୍କେଚପେନ୍‌ ହେଉ ସେ ଗୋଡ଼ ଆଙ୍ଗୁଠିରେ ଧରି ଆଙ୍କି ଦିଅନ୍ତି ବିଭିନ୍ନ ଛବି। ଯିଏବି ତାଙ୍କ ଚିତ୍ରକଳାକୁ ଦେଖିବ, ଘଡ଼ିଏ ନ ଦେଖି ରହିପାରିବ ନାହିଁ। ସବୁ ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ। ୪ ଭାଇ, ଭଉଣୀଙ୍କ ମଧ୍ୟରୁ ନୀଳିମା ସବା ସାନ। ଜନ୍ମ ସମୟରେ ତାଙ୍କର ଅବସ୍ଥା ଏମିତି ଥିଲା, ସେ ବଞ୍ଚତ୍ବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ। ହେଲେ ଈଶ୍ୱରଙ୍କ କୃପାରୁ ନୀଳିମା ଆଜି ୨୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଚିତ୍ର ବ୍ୟତୀତ ଗୋଡ଼ ମାଧ୍ୟମରେ ସୁନ୍ଦର ମେହେନ୍ଦି ଆଙ୍କି ପାରନ୍ତି। କାନ୍ଥବାଡ଼, ବିଭିନ୍ନ ପୁସ୍ତକ ତଥା ଟିଭି ପରଦାରୁ ଯେ କୌଣସି ଚିତ୍ର ଦେଖି ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ଏବଂ ଚିତ୍ରଶିଳ୍ପୀ ଜଗତରେ ଆହୁରି ଆଗକୁ ବଢ଼ିବାକୁ ନୀଳିମାଙ୍କ ଇଛା ବୋଲି ସେ କହନ୍ତି। ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ। ବାରମ୍ବାର ସରକାରୀ ବାବୁଙ୍କ ପାଖକୁ ଦୌଡ଼ି ଦୌଡ଼ି ଏବେ ମାସକୁ ମିଳୁଛି ମାତ୍ର ୫ଶହ ଟଙ୍କା ଭତ୍ତା। ନୀଳିମାଙ୍କ ପ୍ରତିଭାକୁ ଚିହ୍ନି ଯଦି ପ୍ରଶାସନ ତାଙ୍କ ପାଇଁ କିଛି ସହାୟତା ବ୍ୟବସ୍ଥା କରିପାରନ୍ତେ ତେବେ ତାଙ୍କ ଭବିଷ୍ୟତ ନେଇ କିଛି ସମ୍ଭାବନା ସୃଷ୍ଟି ହୋଇପାରନ୍ତା ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri