କନ୍ୟା ୭୫କୁ ବର ୯୦: ପରିବାରର ସହମତିରେ ହେଲା ବିବାହ

ଲକ୍ଷ୍ନୌ,୬ ।୯: ‘ଉମ୍ର ୫୫କି ଦିଲ ବଚପନ କା’ ହିନ୍ଦୀର ଏହି ପ୍ରୋଭର୍ବ ଏବେ ସତକୁ ସତ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ରାମପୁରରେ ଏମିତି ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୯୦ ବର୍ଷର ଜଣେ ବୃଦ୍ଧ ୭୫ ବର୍ଷର ଜଣେ ବୃଦ୍ଧାଙ୍କୁ ବିବାହ କରିଛନ୍ତି । ବୃଦ୍ଧଙ୍କର ୫ ଝିଅ ଥିବା ବେଳେ ସମସ୍ତେ ବିବାହ କରି ସାରିଛନ୍ତି । ଏବେ ତାଙ୍କର ଦେଖାରଖା କରିବାକୁ କେହି ନ ଥିବାରୁ ଝିଅମାନଙ୍କ ସହମତି କ୍ରମେ ସେ ବିବାହ କରିଥିବା କହିଛନ୍ତି । ଉତ୍ତର ପ୍ରଦେଶ ରାମପୁର ଥାନା ନରଖେଡି ଗାଁର ୯୦ ବର୍ଷିୟ ଶାଫି ଅହମ୍ମଦଙ୍କ ୫ ଝିଅ ଥିବା ବେଳେ ସ୍ତ୍ରୀଙ୍କର ପରଲୋକ ହୋଇଯାଇଛି । ଏବେ ଝିଅମାନେ ତାଙ୍କର ଦେଖାରଖା କରୁଥିଲେବି ଜଣେ ଜୀବନସାଥି ଟିଏ ମନେ ମନେ ଖୋଜୁଥିଲେ ଶାଫି । ଆଉ ଏଥିରେ ଝିଅମାନେ ସହମତ ହେବାରୁ ସେ ୭୫ ବର୍ଷୀୟା ଆୟଶା ବିଙ୍କୁ ବିବାହ କରିଛନ୍ତି । ଆୟଶା ନିରାଶ୍ରୟ ହୋଇଥିବା ବେଳେ ଶାଫି ତାଙ୍କ ପାଇଁ ସାହାର ବୋଲି ଭାବି ସେ ବିବାହ କରିଥିବା କହିଛନ୍ତି । ଏଥିରେ ଉଭୟ ଖୁସି ଅଛନ୍ତି । ଏବେ ଶାଫି ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । ବାକି ଜୀବନ ସେ ଆୟଶାଙ୍କ ସାହାରାରେ ବଞ୍ଚିଯିବେ ବୋଲି ଆଶା କରିଛନ୍ତି ।

Share