Categories: ଜାତୀୟ

କୃଷକଙ୍କ ସହ ବୈଠକ ପୂର୍ବରୁ ଶାହାଙ୍କୁ ଭେଟିଲେ ନରେନ୍ଦ୍ର ତୋମାର, ପିୟୂଷ ଗୋୟଲ

ନୂଆଦିଲ୍ଲୀ,୨୯।୧୨: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଘ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ୬ଷ୍ଠ ରାଉଣ୍ଡର ବୈଠକ । ଏହାର ଗୋଟିଏ ଦିନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳବାଇ ମନ୍ତ୍ରୀ ପିୟୂଷ ଗୋୟଲ। ଏହି ବୈଠକରେ କୃଷକଙ୍କୁ କେଉଁଭଳି ବୁଝାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

ଉଲ୍ଲେଖଥାଉ କି, କେନ୍ଦ୍ରର ୩ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ମାସେରୁ ଅଧିକ ଦିନ ହେଲା ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ନେଇ ବିରୋଧିମାନେ ସରକାରଙ୍କୁ ଘେରୁଥିବାବେଳେ ପାଖାପାଖି ୪୦ ଚାଷୀ ପ୍ରାଣ ହରାଇଲେଣି। ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର କୃଷକଙ୍କୁ ବୁଧବାର ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି।

Share