Posted inଜାତୀୟ

କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ: କହିଲେ ଆୟ କମିଗଲାଣି

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀ ରବିବାର ମନ୍ତ୍ରୀପଦରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ଭାଜପାର ନୂଆ ରାଜ୍ୟସଭା ଏମପି ସି. ସଦାନନ୍ଦନ୍ ମାଷ୍ଟରଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ନିଜ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି।

କନ୍ନୁର ଜିଲାର ଏକ କାର୍ଯ୍ୟକ୍ରମରେ ପାର୍ଟି କର୍ମୀମାନଙ୍କୁ ସମ୍ବୋଧନ କରୁଥିବା ବେଳେ ସଦାନନ୍ଦନ୍‌ଙ୍କ ଉପସ୍ଥିତିରେ ଗୋପୀ କହିଛନ୍ତି, “ସଦାନନ୍ଦନ୍ ମାଷ୍ଟରଙ୍କୁ ରାଜ୍ୟସଭାରେ ନିର୍ବାଚିତ କରିବା ଉତ୍ତର କନ୍ନୁରର ରାଜନୀତିରେ ଏକ ବଡ଼ ବ୍ରେକ୍‌ଥ୍ରୁ। ମୋତେ ହଟାଇ ସଦାନନ୍ଦନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ କରିବା ଉଚିତ୍। ଏହା କେରଳର ରାଜନୈତିକ ଇତିହାସରେ ନୂତନ ଅଧ୍ୟାୟ ଲେଖିବ।” ସେ ଆଶା କରୁଛନ୍ତି ଯେ, ସଦାନନ୍ଦନ୍‌ଙ୍କ ଏମପି କାର୍ଯ୍ୟାଳୟ ଶୀଘ୍ର ମନ୍ତ୍ରୀପଦରେ ପରିଣତ ହେବ।

ପେଟ୍ରୋଲିୟମ୍ ଓ ପର୍ଯ୍ୟଟନ୍ ମନ୍ତ୍ରୀ ସୁରେଶ୍ ଗୋପୀ, ଯିଏ ଅଭିନେତାରୁ ରାଜନେତା ହୋଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ସବୁଠାରୁ କମ୍ ବୟସର ଭାଜପା ସଦସ୍ୟ ମଧ୍ୟରୁ ମୁଁ ଜଣେ। ୨୦୧୬ ଅକ୍ଟୋବରରେ ପାର୍ଟିରେ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନରେ ନିର୍ବାଚିତ ହେବା ପରେ ପାର୍ଟି ମତେ ମନ୍ତ୍ରୀ କରିଥିଲା। ତେବେ ମୁଁ ଫିଲ୍ମ୍ କ୍ୟାରିଅର ଛାଡ଼ି ମନ୍ତ୍ରୀ ହେବାକୁ ଚାହୁଁ ନ ଥିଲି। ମନ୍ତ୍ରୀ ହେବା ପରେ ମୋର ଆୟ ବହୁତ ହ୍ରାସ ପାଇଛି,।”

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri