Posted inଜାତୀୟ

ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ସେ ‘ମଦର ଅଫ୍‌ ଇଣ୍ଡିଆ’ କହିଥିବା ବେଳେ କଂଗ୍ରେସର ଦିବଂଗତ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କରୁଣାକରନ୍‌ଙ୍କୁ ସାହସୀ ପ୍ରଶାସକ ବୋଲି କହିଛନ୍ତି। ଏପରିକି କରୁଣାକରନ୍‌ ଏବଂ ମାର୍କବାଦୀ ନେତା ଇ.କେ. ନୟନାରଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ସେ କହିଛନ୍ତି।

ପୁନକୁନ୍ନମସ୍ଥିତ କରୁଣାକରନ୍‌ ସ୍ମାରକ ‘ମୁରଲୀ ମନ୍ଦିର’ ଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପି କହିଛନ୍ତି, ତାଙ୍କ ଗସ୍ତର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। କେବଳ ସେ ନିଜର ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଛନ୍ତି। ସେ ଇନ୍ଦିରାଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ ବୋଲି ଭାବନ୍ତି, ହେଲେ କରୁଣାକରନ୍‌ ତାଙ୍କ ପାଇଁ ‘ରାଜ୍ୟରେ କଂଗ୍ରେସର ଦଳର ବାପା’ ଥିଲେ। କରୁଣାକରନ୍‌ଙ୍କୁ କେରଳ କଂଗ୍ରେସର ବାପା ବୋଲି କହିବା ଦକ୍ଷିଣ ରାଜ୍ୟର ସବୁଠାରୁ ପୁରୁଣା ଦଳର ସଂସ୍ଥାପକ ଙ୍କ ପ୍ରତି ଅନାଦର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

କହିରଖୁଛୁ, ଗୋପି ତ୍ରିଶୁର ଲୋକ ସଭା ଆସନ ଜିତି କେରଳରେ ଭାଜପାର ଖାତା ଖୋଲିଛନ୍ତି। ଏହି ଆସନରେ ମୁକାବିଲା ତ୍ରିକୋଣୀୟ ଥିଲା, ଯେଉଁଥିରେ କଂଗ୍ରେସ, ଭାଜପା ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀର ପ୍ରାର୍ଥୀଙ୍କୁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏହି ନିର୍ବାଚନରେ ସେ ମଧ୍ୟ କରୁଣାକରନ୍‌ଙ୍କ ପୁଅଙ୍କୁ ହରାଇ ବିଜେତା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri