ଭୁବନେଶ୍ୱର,୪।୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପ୍ରଚାର ଶନିବାର ଶେଷ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଶେଷ ଦିନରେ ବିଭିନ୍ନ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ବିଜେଡି ପାଲଟା ଜବାବ ଦେଇଛି। ଧର୍ମେନ୍ଦ୍ର କହିଛନ୍ତି ଯେ ଭୋଟ୍ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଅସତ୍ୟ କଥା କହୁଛନ୍ତି। ପଦ୍ମପୁରକୁ ଜିଲା କରିବାର ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯେଉଁମାନେ ଦୀର୍ଘ ୨୨ ବର୍ଷରେ ପଦ୍ମପୁରକୁ ଜିଲା କରିପାରିଲେ ନାହିଁ, ସେମାନେ ୨୦୨୩ରେ ଜିଲା ଗଠନ କରିବା କଥା କହି ପଦ୍ମପୁରବାସୀଙ୍କୁ ଠକୁଛନ୍ତି।
ଶନିବାର ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକର ଜଗଦଲପୁର ଓ ପଦ୍ମପୁରଠାରେ ଅନୁଷ୍ଠିତ ଜନସଭା ଓ ରୋଡ ଶୋ’ରେ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଦୀର୍ଘ ୨୨ ବର୍ଷ ହେବ ରାଜ୍ୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗତକାଲି ପଦ୍ମପୁରରେ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୯ରେ ମୁଖ୍ୟମନ୍ତ୍ରୀ ଖୁବ୍ଶୀଘ୍ର ପଦ୍ମପୁରକୁ ଜିଲା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଗତ ୧ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟରେ ନୂତନ ଜିଲା ଗଠନ କରିବାର ଯୋଜନା ନାହିଁ ବୋଲି ବିଧାନସଭାରେ କହିଛନ୍ତି। ତେଣୁ ପଦ୍ମପୁରର ନିରୀହ ଲୋକଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଅସତ୍ୟ କହିଲେ। ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଛ କହିବାକୁ ପଛାଉନାହାନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ପାଲଟା ଜବାବ ବିଜେଡି ଦେଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା। ଓଡ଼ିଶାର ଜନସାଧାରଣ ତାଙ୍କ ବିରୋଧରେ କୌଣସି ଅସମ୍ମାନସୂଚକ ଆକ୍ରମଣକୁ ପସନ୍ଦ କରିବେ ନାହିଁ କି ବରଦାସ୍ତ କରିବେ ନାହିଁ। ୨୦୧୮ରେ ବିଜେପୁର ଉପନିର୍ବାଚନରେ ଯେତେବେଳେ ଜଣେ ଭାଜପା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିଲା, ବିଜେପୁରବାସୀ ଏହାକୁ ପସନ୍ଦ କରି ନ ଥିଲେ। ଉପନିର୍ବାଚନରେ ବିଜେଡି ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲା। ମାତ୍ର ଏଥିରୁ ଶିକ୍ଷାଲାଭ ନ କରି ପଦ୍ମପୁରରେ ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଛନ୍ତି। ପଦ୍ମପୁରବାସୀ ଏହାକୁ ବରଦାସ୍ତ କରିବେନି ବୋଲି ସେ କହିଛନ୍ତି।
ପଦ୍ମପୁରଠାରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିଭ୍ରାନ୍ତିକର ବୟାନର ଜବାବ ଦେଇ ପାତ୍ର କହିଛନ୍ତି ଯେ ଶୁକ୍ରବାର ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରାଲିରେ ଲୋକଙ୍କ ଉତ୍ସାହ ଓ ଜୋସ୍ ଦେଖି କେନ୍ଦ୍ରମନ୍ତ୍ରୀ ବିଚଳିତ ଓ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ୁଛି।
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା
ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ନବୀନଙ୍କ ଟାର୍ଗେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ’
ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...
୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…
ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...
ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ
ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...
ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା
ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...
ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...
Archives


