ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଝିଅ ଆରୁଷି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫିଲ୍ମଟି ଭାରତୀୟ ନୌସେନାର ପ୍ରଥମ ଛଅ ଜଣ ମହିଳା ଅଫିସରଙ୍କ ଉପରେ ଆଧାରିତ।

ବ୍ୟକ୍ତିଗତ ଜୀବନକୁ ଦେଖିଲେ ଆରୁଷି ରମେଶ-କୁସୁମ ପୋଖରିଆଲଙ୍କ ବଡ଼ ଝିଅ। ସେ ନାରୀ ସଶକ୍ତିକରଣ, ସାମାଜିକ କ୍ଷେତ୍ର ଏବଂ ପର୍ଯ୍ୟାବରଣ ସଂରକ୍ଷଣ ଦିଗରେ ନିଜର ଯୋଗଦାନ ଦେଇ ଆସୁଛନ୍ତି। ଏହାଛଡ଼ା ସେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ସହ ଜଣେ ପରିବେଶବିତ୍‌ ମଧ୍ୟ। ହିମାଳୟନ୍‌ ଆୟୁର୍ବେଦିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଇନ୍‌ ଡେରାଡୁନ୍‌ର ସେ ଅଧ୍ୟକ୍ଷ ଅଛନ୍ତି। ୨୦୧୫ ଜାନୁୟାରୀ ୨୪ରେ ସେ ଅଭିନବ ପନ୍ତଙ୍କୁ ବିବାହ କରିଛନ୍ତି।

ପୂର୍ବରୁ ଆରୁଷିଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା। ସେ ତାଙ୍କ ବାପାଙ୍କ ଜୀବନ ଉପରେ ଆଧାରିତ କ୍ଷେତ୍ରୀୟ ଫିଲ୍ମ ‘ମେଜର ନିରାଲା’ର ପ୍ରଯୋଜକ ଥିଲେ। ମଙ୍ଗଳବାର ବିଶ୍ୱ ମହିଳା ଦିବସ ଉପଲକ୍ଷେ ସେ ହିମଶ୍ରୀ ଫିଲ୍ମ ଏବଂ ଟି ସିରିଜ ସହ ମିଶି ନିଜର ଆଗାମୀ ପ୍ରୋଜେକ୍ଟର ଘୋଷଣା କରିଥିଲେ।

Share