ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ନୀତୀନ ଗଡ଼କରୀ ବଡ଼ ଘୋଷଣା କରି କହିଛନ୍ତି, ଓଡ଼ିଶା ସମେତ କିଛି ରାଜ୍ୟରେ ହାଇଡ୍ରୋଜେନ ଗାଡ଼ି ଚାଲିବ । ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ।ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ। ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ। ଏବେ ଚାଷୀ ଇଥାନଲ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି।ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍‌ ବୋଲି ଗଡ଼କରୀ କହିଛନ୍ତି।

ରୋଡ୍ସ କଂଗ୍ରେସ ସମାବେଶରେ କେନ୍ଦ୍ର ମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି।ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି। ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା।ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ।ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର, ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ। ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ। ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି।

ସେହିପରି ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ୨୦୧୪ ପରେ ସଡ଼କ ନିର୍ମାଣ କ୍ଷେତ୍ରରେ ଅଧିକ ବିକାଶ ହୋଇଛି। ୧୧ ବର୍ଷରେ ୬୦ ପ୍ରତିଶତ ସଡ଼କ ନିର୍ମାଣ ହୋଇଛି। ଗଡ଼କରୀଙ୍କ ଭିଜନ ପାଇଁ ଆଜି ଦେଶର ସଡ଼କପଥ ବିକଶିତ ହୋଇଛି। ଓଡ଼ିଶାକୁ ବିକଶିତ କରିବାକୁ ଭିଜନ ରଖାଯାଇଛି। ୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ପୋର୍ଟ, ରାସ୍ତା ଓ ରେଳପଥର ବିକାଶକୁ ଗୁରୁତ୍ୱ ଦିଆଯାଉଛି।୨୦୧୪-୨୪ ମଧ୍ୟରେ ସଡ଼କ ପଥର ବିକାଶ ପାଇଁ ୧୦ହଜାର କୋଟି ମିଳିଛି। ଓଡ଼ିଶାକୁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଆମ ଭିଜନ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri