Categories: ଜାତୀୟ

ବିହାରରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଦାବି

ପାଟନା,୯।୫: ଚଳଚ୍ଚିତ୍ର ‘ଦ କେରଲା ଷ୍ଟୋରି’କୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କେତେକ ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ସମର୍ଥନ କରୁଥିବା ବେଳେ କେତେକ ରାଜ୍ୟରେ ଏହାକୁ ବିରୋଧ କରାଯାଉଛି। ଏପରିକି ରାଜ୍ୟରେ ବ୍ୟାନ୍‌ ମଧ୍ୟ କରାଯାଇଛି। ତାମିଲନାଡୁର ଥିଏଟର ଏବଂ ମଲ୍ଟିପ୍ଲେକ୍ସ ମାଲିକ ସଂଘ ଆସୋସିଏଶନ ଫିଲ୍ମ ସ୍କ୍ରିନିଂ ନ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ଟ୍ୟାକ୍ସ ମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ବିହାର କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଫିଲ୍ମକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି।

ଗିରିରାଜ କହିଛନ୍ତି , ସମସାମୟିକ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଭଳି ରାଜ୍ୟ ଏହାକୁ ଟିକସମୁକ୍ତ କରିଛନ୍ତି। ବିହାରରେ ‘ ଦ କେରଲା ଷ୍ଟୋରି’କ ଟ୍ୟାକ୍ସ ମୁକ୍ତ କରିବାକୁ ନୀତୀଶ କୁମାରଙ୍କୁ ସେ ଅନୁରୋଧ କରିଛନ୍ତି। ଯାହା ଦ୍ୱାରା ରାଜ୍ୟର ଅଧିକରୁ ଅଧିକ ଲୋକ ଏହାକୁ ଦେଖିପାରିବେ।

 

Share