Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ଅଜୟଙ୍କୁ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିଲେ

ନୂଆଦିଲ୍ଲୀ, ୨୪।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାର ଭିଡିଓ ଜରିଆରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବ୍ଲାକ୍‌ମେଲ୍‌ କରିବା ଲାଗି ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ୫ ଜଣ ବିପିଓ କର୍ମଚାରୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରେ ଲଖିମପୁର ହିଂସା ସହ ସମ୍ପୃକ୍ତ ଅପରାଧ ଘଟଣାର ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ରହିଥିବା କହି ଅଭିଯୁକ୍ତମାନେ ମିଶ୍ରାଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିଲେ ବୋଲି ପୋଲିସ କହିଛି। ବଟି ପୈଠ କରିବା ଲାଗି ଗତ ୧୭ ତାରିଖରେ ମିଶ୍ରାଙ୍କ ପାଖକୁ ଫୋନ୍‌ କଲ୍‌ ଆସିବା ପରେ ତାଙ୍କର ଦିଲ୍ଲୀ ବାସଭବନ ଉପରେ ପୋଲିସ ନଜର ରଖିଥିଲା। ଏହି ଘଟଣାରେ ନୋଏଡ଼ାରୁ ୪ ଓ ଦିଲ୍ଲୀରୁ ଜଣକୁ ଗିରଫ କରାଯାଇଛି।

Share