Categories: ଜାତୀୟ

ଆସାମରେ ଶାହା

ଗୁଆହାଟି,୯ ।୫: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ଦୁଇ ଦିବସୀୟ ଆସାମ ଗସ୍ତରେ ଗୁଆହାଟିରେ ଲୋକପ୍ରିୟ ଗୋପିନାଥ ବୋରଦୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ସ୍ୱାଗତ କରିଛନ୍ତି । କୁହାଯାଉଛି କି ଅମିତ ଶାହ ଆସାମରେ ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧିନ ସରକାରକୁ ବର୍ଷେ ପୂରଣ ହେବା ଅବସରରେ କିଛି ପରିଯୋଜନାର ଶୁଭାରମ୍ଭ ଓ ଉଦ୍‌ଘାଟନ କରିବେ ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ଟୁଇଟ କରି ସୂଚନା ଦେଇଛନ୍ତି, ଗୁଆହାଟିର ଏଲଜିବିଆଇ ବିମାନ ବନ୍ଦରରେ ମାନନୀୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସ୍ୱାଗତ କରି ମୁଁ ସମ୍ମାନୀତ ବୋଧ କରୁଛି । ସ୍ୱରାଷ୍ଟ୍ରମନ୍ତ୍ରୀ ୨ ଦିନ ମଧ୍ୟରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ଆମେ ମାନନୀୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଉଦାର ମାର୍ଗଦର୍ଶନରେ ଧନ୍ୟ । ତାଙ୍କର ମଲ୍ୟବାନ ମାର୍ଗଦର୍ଶନ ପାଇଁ ଆମେ ତତ୍ପର ଅଛୁ । ସୂଚନାଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱ ବାଲା ଭାଜପା ସରକାର ମଙ୍ଗଳବାର ଅର୍ଥାତ୍ ମେ’ ୧୦ରେ ଏକ ବର୍ଷ ପୂରଣ କରୁଛି ।

Share