Posted inଜାତୀୟ

କରୋନା ବିପଦ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଫାର୍ମା କମ୍ପାନୀ ସହିତ ବୈଠକ

ନୂଆଦିଲ୍ଲୀ,୨୯।୧୨: ସାରା ଦେଶରେ ବଢ଼ୁଥିବା କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଲଗାତର ଭାବେ ପ୍ରସ୍ତୁତି ଚଳାଇଛି। ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜାନୁଆରୀରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ। ଏଥିସହ ଓମିକ୍ରନର ସବ୍‌-ଭାରିଆଣ୍ଟ ବିଏଫ୍‌-୭ ମଧ୍ୟ ଦେଶରେ ବ୍ୟାପିପାରେ ବୋଲି ଆଶଙ୍କା କରାଯାଉଛି। ଇତିମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଉ ଏକ ସମୀକ୍ଷା ବୈଠକ କରିଛନ୍ତି। ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ବଡ଼ ଫାର୍ମା କମ୍ପାନୀ ସହ ବୈଠକ କରିଥିଲେ। ଯେଉଁଥିରେ ଆଗାମୀ ଦିନରେ ଔଷଧର ଅଭାବ ନ ହେବାକୁ ସୁନିଶ୍ଚିତ କରାଯାଇଥିଲା। ଏହି ବୈଠକରେ ଫାର୍ମା କମ୍ପାନୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କମ୍ପାନୀଗୁଡିକ ସମଗ୍ର ବିଶ୍ୱରେ କରୋନା ସ୍ଥିତିକୁ ଲଗାତର ଭାବେ ନଜର ରଖିବା ଉଚିତ୍‌ ଏବଂ ସେହି ଅନୁଯାୟୀ ସେମାନଙ୍କର ଅତ୍ୟାବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଜିନିଷର ଷ୍ଟକ ମହଜୁଦ୍‌ ରଖିବା ଆବଶ୍ୟକ। ଯେକୌଣସି ପରିସ୍ଥିତିରେ ଯଦି କରୋନା ମାମଲା ବୃଦ୍ଧି ହୁଏ ତେବେ ଔଷଧର ଯେପରି ଅଭାବ ନ ହୁଏ ଏବଂ ସେମାନଙ୍କ ଷ୍ଟକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିବା ଉଚିତ୍‌ ବୋଲି ମନସୁଖ ମାଣ୍ଡଭିଆ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟ ନା ପଞ୍ଜାବ ଭାଜପାର ଚେହେରା ହେବେ ଚଢା? ଜଣାପଡିଲା ଭିତିରି ଖେଳ

ନୂଆଦିଲ୍ଲୀ,୨୪।୪: ରାଘବ ଚଢା ଏବଂ ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଆମ ଆଦମୀ ପାର୍ଟି (ଆପ) ଛାଡି ଭାଜପାରେ ଯୋଗଦେବାର ଘୋଷଣା ଭାରତୀୟ ରାଜନୀତିରେ…

ଭାଙ୍ଗିଯିବ ପଞ୍ଜାବର ମାନ ସରକାର? ଏଏପିର ୭ ଏମପି ଦଳ ଛାଡିବା ପରେ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୨୪।୪: ପଞ୍ଜାବରେ ଆମ ଆଦମୀ ପାର୍ଟି (AAP) ସରକାର ପତନ ଦ୍ୱାରରେ ପହଞ୍ଚିଛି କି? ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, AAP ରାଜ୍ୟ ସଭା ଏମପି ରାଘବ ଚଢା,…

ରାଘବ ଚଢାଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କେଜରିଓ଼୍ବାଲ, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ, IMDର ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୪: ଏପ୍ରିଲ ମାସରୁ ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି। ଫଳରେ, ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତର, ମଧ୍ୟ ଏବଂ ପୂର୍ବ…

ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍‌, ଜିତିଲେ ଭାରତୀୟଙ୍କ ଦିଲ୍‌

ରୋମ/ନୂଆଦିଲ୍ଲୀ,୨୪।୪: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ‘ଝୁମକା ମୁଭବେଣ୍ଟ’ ଶେୟାର କରିଛନ୍ତି। ମେଲୋନି ଲମ୍ବା, ଝୁଲନ୍ତା କାନଫୁଲ ପିନ୍ଧି…

କୋଟିଏ ଟଙ୍କାର ବ୍ୟାଙ୍କ୍‌ ବାଲାନ୍ସ, ସେୟାର-ବଣ୍ଡସ୍‌ରେ ଲକ୍ଷଲକ୍ଷ ନିବେଶ; ରାଘବ ଚଢାଙ୍କ ସମ୍ପତ୍ତି ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମପି ରାଘବ ଚଢା ଆଜି ଏକ ସାମ୍ୱାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି।…

ପୋଛି ହୋଇଗଲା AAP: ଏକାସାଙ୍ଗରେ ଦଳ ଛାଡିଲେ ୭ ଏମ୍‌ପି, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଏଏପିକୁ ବଡ଼ ଝଟ୍‌କା। ସ୍ବାତୀ ମାଲିୱାଲ ଏବଂ ହରଭଜନ ସିଂହଙ୍କ ସମେତ ସାତ ଜଣ ଏମ୍‌ପି ରାଘବ ଚଢାଙ୍କ ସହ ଭାଜପାରେ ଯୋଗଦେବେ। ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri