ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ଏହି ଅଧିବେଶନ ସମୟରେ, ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିବାକୁ ଯାଉଛନ୍ତି ଯାହା ୨୦୨୯ ଲୋକ ସଭା ନିର୍ୱାଚନରୁ ଲୋକ ସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବା ସୁନିଶ୍ଚିତ କରିବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ୱିଧାନ (୧୩୧ତମ ସଂଶୋଧନ) ବିଲ, ୨୦୨୬ ଲୋକ ସଭାରେ ଆଗତ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ୱିଧାନିକ ସଂଶୋଧନ ଦେଶର ବିକଶିତ ଜନସଂଖ୍ୟାଗତ ଗଠନ, ରାଜ୍ୟଗୁଡ଼ିକ ମଧ୍ୟରେ ଜନସଂଖ୍ୟା ଅସନ୍ତୁଳନ, ସହରୀକରଣ ଏବଂ ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଅଧିକ ଅନ୍ତର୍ଭୁକ୍ତ ଏବଂ ସନ୍ତୁଳିତ କରିବା ଲକ୍ଷ୍ୟକୁ ସମାଧାନ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ସମ୍ୱିଧାନର ଧାରା ୮୨ ଏବଂ ୧୭୦ ଅନୁଯାୟୀ, ପ୍ରତ୍ୟେକ ଜନଗଣନା ପରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାରେ ଆସନ ପୁନଃସଞ୍ଚୟ (ସୀମା ର୍ନିଦ୍ଧାରଣ) ପାଇଁ ଏକ ବ୍ୟବସ୍ଥା ଅଛି। ତଥାପି, ଆସନ ବଣ୍ଟନମୂଳତଃ ୧୯୭୧ ଜନଗଣନା ଉପରେ ଆଧାରିତ – ସମ୍ୱିଧାନ (୮୪ତମ ସଂଶୋଧନ) ଆଇନ, ୨୦୦୧ ପ୍ରଣୟନ ମାଧ୍ୟମରେ ୨୦୨୬ ପରେ ଅନୁଷ୍ଠିତ ପ୍ରଥମ ଜନଗଣନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ, ସମ୍ୱିଧାନ (୮୭ତମ ସଂଶୋଧନ) ଆଇନ, ୨୦୦୩ ମାଧ୍ୟମରେ, ୨୦୦୧ ଜନଗଣନା ଉପରେ ଆଧାର କରି ର୍ନିବାଚନମଣ୍ଡଳୀର ସୀମା ପୁନଃର୍ନିମାଣ କରାଯାଇଥିଲା, ତଥାପି ମୋଟ ଆସନ ସଂଖ୍ୟା ଅପରିବର୍ତ୍ତିତ ରହିଥିଲା।

ବର୍ତ୍ତମାନ, ଦେଶର ଜନସଂଖ୍ୟାଗତ ଗଠନରେ ବ୍ୟାପକ ପରିବର୍ତ୍ତନ, ରାଜ୍ୟଗୁଡ଼ିକ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ହାରରେ ଅସମାନତା, ଆଭ୍ୟନ୍ତରୀଣ ସ୍ଥାନାନ୍ତର ଏବଂ ଦ୍ରୁତ ସହରୀକରଣ ଯୋଗୁଁ, ଅନେକ ନିର୍ୱାଚନମଣ୍ଡଳୀରେ ପ୍ରତିନିଧିତ୍ୱର ସନ୍ତୁଳନ ବିକୃତ ହୋଇପଡୁଛି। ଏହି କାରଣଗୁଡ଼ିକୁ ଧ୍ୟାନରେ ରଖି ଏହି ବିଲ ଆଗତ କରାଯାଇଛି।

ବିଲ ଲୋକ ସଭା ଗଠନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପ୍ରସ୍ତାବ ଦେଇଛି:
” ଲୋକସଭାରେ ମୋଟ ସଦସ୍ୟ ସଂଖ୍ୟା ସର୍ୱାଧିକ ୮୫୦କୁ ବୃଦ୍ଧି କରିବାର ପ୍ରସ୍ତାବ।
” ରାଜ୍ୟଗୁଡ଼ିକରୁ ସିଧାସଳଖ ୮୧୫ ସଦସ୍ୟ ର୍ନିବାଚିତ ହେବେ।
” କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ୩୫ ଜଣ ସଦସ୍ୟ ନିର୍ୱାଚିତ ହେବେ।

ବିଲ ସ୍ପଷ୍ଟ କରିଛି ଯେ “ଜନସଂଖ୍ୟା” ଶବ୍ଦଟି ସେହି ର୍ନିଦ୍ଦିଷ୍ଟ ଜନଗଣନାକୁ ବୁଝାଇବ ଯାହାକୁ ସଂସଦ ଆଇନ ଅନୁଯାୟୀ ଆଧାର ଭାବରେ ର୍ନିଣ୍ଣୟ କରେ ଏବଂ ଯାହା ପାଇଁ ସରକାରୀ ସଂଖ୍ୟା ପୂର୍ୱରୁ ପ୍ରକାଶିତ ହୋଇସାରିଛି। ଏହି ବ୍ୟବସ୍ଥା ରାଷ୍ଟ୍ରପତି ର୍ନିବାଚନ (ଧାରା ୫୫), ଲୋକ ସଭା (ଧାରା ୮୧), ରାଜ୍ୟ ବିଧାନସଭା (ଧାରା ୧୭୦) ଏବଂ ସଂରକ୍ଷଣ ସମ୍ୱନ୍ଧୀୟ ବ୍ୟବସ୍ଥା (ଧାରା ୩୩୦, ୩୩୨) ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ।

” ୨୦୨୬ ପରେ ଜନଗଣନା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ବାଧ୍ୟତାକୁ ହଟାଇ ଦିଆଯାଇଛି। ଏହା ପୁନଃର୍ନିମାଣ ପ୍ରକ୍ରିୟାକୁ ତ୍ୱରାନୱିତ ଏବଂ ଅଧିକ ପ୍ରଭାବଶାଳୀ କରିବାରେ ସକ୍ଷମ ହେବ।

ଏହି ବିଲ ସମ୍ୱିଧାନ (୧୦୬ତମ ସଂଶୋଧନ) ଆଇନ, ୨୦୨୩ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ର କାର୍ଯ୍ୟାନୱୟନକୁ ତ୍ୱରାନୱିତ କରିବା ପାଇଁ ଆଗତ କରାଯାଇଛି।

” ଲୋକସଭା, ରାଜ୍ୟ ବିଧାନସଭା ଏବଂ ଦିଲ୍ଲୀ, ପୁଡୁଚେରୀ ଏବଂ ଜମ୍ମୁ ଓ କଶ୍ମୀର ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

” ସୀମା ର୍ନିଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ଏହି ସଂରକ୍ଷଣ କାର୍ଯ୍ୟକାରୀ ହେବ।
” ବିଭିନ୍ନ ଅଞ୍ଚଳ ସମାନ ସୁଯୋଗ ପାଇବା ନିଶ୍ଚିତ କରିବା ପାଇଁ ସଂରକ୍ଷିତ ଆସନଗୁଡ଼ିକୁ ଘୂର୍ଣ୍ଣନ କରାଯିବ।
” ସଂରକ୍ଷଣର ଅବଧି ୧୫ ବର୍ଷ ସ୍ଥିର କରାଯାଇଛି (ଯାହାକୁ ସଂସଦ ଆହୁରି ବୃଦ୍ଧି କରିପାରିବ)।

ଅନୁସୂଚିତ ଜନଜାତି (ST) ପାଇଁ ସଂରକ୍ଷଣରେ ସଂଶୋଧନ

ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକର ଅନନ୍ୟ ସାମାଜିକ-ସାଂସ୍କୃତିକ ଦୃଶ୍ୟପଟକୁ ଧ୍ୟାନରେ ରଖି ବିଲରେ ସଂଶୋଧନଗୁଡ଼ିକୁ ସାମିଲ କରାଯାଇଛି:

” ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡରେ ଜନଜାତି ପ୍ରତିନିଧିତ୍ୱ ବଜାୟ ରଖିବା ପାଇଁ ବିଶେଷ ବ୍ୟବସ୍ଥା।

” ତ୍ରିପୁରାରେ ମଧ୍ୟ ପ୍ରତିନିଧିତ୍ୱର ବର୍ତ୍ତମାନର ଅନୁପାତକୁ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା।

Share