Posted inଜାତୀୟ

ପେଗାସସ ମାମଲାରେ ହରଡ଼ଘଣାରେ କେନ୍ଦ୍ର ସରକାର, ୨୯ରୁ ୫ ଫୋନରେ ମାଲଓ୍ବେର…

ନୂଆଦିଲ୍ଲୀ, ୨୫।୮ : ବହୁ ଚର୍ଚ୍ଚିତ ପେଗାସସ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତଦନ୍ତ କମିଟି ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ରିପୋର୍ଟ ଉପସ୍ଥାପନ କରିଛନ୍ତି। କମିଟି ୨୯ ଟି ମୋବାଇଲ ଫୋନ ଯାଞ୍ଚ କରିଥିଲେ। ଏଥିମଧ୍ୟରୁ ପାଞ୍ଚଟିରେ ମାଲୱେର ସଫ୍ଟୱେର୍‌ ମିଳିଥିଲା। ତଥାପି, ଏହା ପେଗାସସ କି ନାହିଁ ବୋଲି ସ୍ଥିର ହୋଇପାରିି ନାହିଁ।

କମିଟି ଏହାର ରିପୋର୍ଟକୁ ତିନି ଭାଗରେ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି। ଏହାର ଏକ ଅଂଶରେ ଦର୍ଶାଯାଇଛି ଯେ ନାଗରିକଙ୍କ ଗୋପନୀୟତା ଅଧିକାରର ସୁରକ୍ଷା ପାଇଁ ଏକ ଆଇନ ପ୍ରସ୍ତୁତ କରାଯିବା ଉଚିତ।

ଅବସରପ୍ରାପ୍ତ ଜଷ୍ଟିସ ରବୀନ୍ଦ୍ରନଙ୍କ ନେତୃତ୍ୱରେ ଗଠିତ ହୋଇଥିବା କମିଟିର ରିପୋର୍ଟ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ କରାହେବ। ଅନ୍ୟାନ୍ୟ ରିପୋର୍ଟର ସଂଶୋଧିତ ଅଂଶକୁ ସମ୍ପୃକ୍ତ ପକ୍ଷଙ୍କୁ ପ୍ରଦାନ ପାଇଁ ଆବେଦନ ଉପରେ ବିଚାର କରାଯିବ।

ପେଗାସସ ଗୁପ୍ତଚରୀ ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବୈଷୟିକ ଏବଂ ତଦାରଖ କମିଟି ସେମାନଙ୍କ ରିପୋର୍ଟରେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଘଟଣାରେ ସହଯୋଗ କରିନାହାଁନ୍ତି। ଚାରି ସପ୍ତାହ ପରେ ଶୀର୍ଷ କୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣି କରିବେ।

ଆସନ୍ତା କାଲି ଶୁକ୍ରବାର ଅବସର ନେଉଥିବା ଅବସର ନେଉଥିବା ପ୍ରଧାନ ବିଚାରପତି ଏନଭି ରମନାଙ୍କ ବ୍ୟତୀତ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲି ମଧ୍ୟ ଶୁଣାଣି ପାଇଁ ବେଞ୍ଚରେ ଉପସ୍ଥିତ ଥିଲେ। ତିନି ଭାଗର ଅନୁସନ୍ଧାନ ରିପୋର୍ଟର ଗୋଟିଏ ଅଂଶ ଗୋପନୀୟତା ରକ୍ଷା କରିବା ତଥା ଦେଶର ସାଇବର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri