ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ଠକିଛନ୍ତି: ବିଜେଡି

ଭୁବନେଶ୍ୱର,୪ା୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଘରୋଇ ରନ୍ଧନ ଗ୍ୟାସ୍‌ ଏଲ୍‌ପିଜି ଦର ବୃଦ୍ଧିର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୁକ୍ରବାର ରାଜଭବନଠାରେ ଚୁଲି ଜାଳି ପ୍ରତିବାଦ କରାଯାଇଛି। ମହିଳା ମୋର୍ଚ୍ଚାର କର୍ମୀମାନେ ଦର ବୃଦ୍ଧିକୁ ବିରୋଧ କରି ସ୍ଲୋଗାନ ଦେବା ସହ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପ୍ରତିବାଦ ସଭାରେ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦେଇଥିଲେ। ମାତ୍ର କ୍ରମାଗତ ଗ୍ୟାସ୍‌ ଦର ବୃଦ୍ଧି ଗରିବ ଲୋଙ୍କୁ ଅତିଷ୍ଠ କରିଛିି। ଗ୍ୟାସ୍‌ ସିଲିଣ୍ଡର ବଦଳରେ ସେମାନେ ଚୁଲି ଜାଳ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲେଣି। କେନ୍ଦ୍ର ସରକାର ଏହି ଦର ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ଦରକାର ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ଠକିଛନ୍ତି। କିଛିଦିନ ତଳେ କେନ୍ଦ୍ର ସରକାର ଗରିବ ଲୋକଙ୍କଠାରୁ ଚାଉଳ ଛଡ଼ାଇ ନେଇଥିବା ବେଳେ ଏବେ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଯଦିଓ କେନ୍ଦ୍ର ସରକାରଙ୍କର କେତେକ ପଦକ୍ଷେପକୁ ବିଜେଡି ସମର୍ଥନ କରିଛି ତେବେ ମୋଦି ସରକାରଙ୍କ ଜନ ବିରୋଧୀ ନୀତିକୁ କେବେ ଦଳ ସମର୍ଥନ କରିପାରିବ ନାହିଁ। ଦର ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି। କେନ୍ଦ୍ର ସରକାର ଏହି ଦର ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ମଧ୍ୟ ଏହି ପ୍ରସଙ୍ଗରେ ବିଜେଡିକୁ ପାଲଟା ଜବାବ ଦେଇଛି। ଭାଜପା ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡରୁ ନଜର ଏଡ଼ାଇବା ପାଇଁ ରାଜ୍ୟ ସରକାର ନୂଆ ନାଟକ କରୁଛନ୍ତି। ଗ୍ୟାସ୍‌ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାର ସ୍ଥିର କରିଥାଏ। ଏଥିରେ ମୋଦି ସରକାରଙ୍କ କୌଣସି ଭୂମିକା ନାହିଁ। ଏକଥା କ’ଣ ବିଜୁ ଜନତା ଦଳର ନେତ୍ରୀନେତା ଜାଣନ୍ତି ନାହିଁ ବୋଲି ସୋନାଲୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri