Posted inଖେଳ

ଫଲ୍‌ଟନ ଭାରତୀୟ ହକି ଦଳର ନୂଆ କୋଚ୍‌

ନୂଆଦିଲ୍ଲୀ,୪ା୩(ପି.ଟି.): ଦକ୍ଷିଣ ଆଫ୍ରିକାର କ୍ରେଗ୍‌ ଫଲ୍‌ଟନ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳର ନୂଆ ମୁଖ୍ୟକୋଚ୍‌ ମନୋନୀତ ହୋଇଛନ୍ତି। ଫଲ୍‌ଟନଙ୍କର ୨୫ ବର୍ଷର କୋଚିଂ ଅଭିଜ୍ଞତା ରହିଛି। ଗତ ବିଶ୍ୱକପ୍‌ରେ ଜାତୀୟ ପୁରୁଷ ହକି ଦଳ ନୈରାଶ୍ୟଜନକ ପ୍ରଦର୍ଶନ ସହ ୯ମ ସ୍ଥାନରେ ରହିବା ପରେ ଅଷ୍ଟ୍ରେଲିଆର ଗ୍ରାହମ ରିଡ୍‌ ମୁଖ୍ୟକୋଚ୍‌ ପଦରୁ ଓହରି ଯାଇଥିଲେ। କେବଳ ରିଡ୍‌ ନୁହନ୍ତି ଟିମ୍‌ ଆନାଲିଟିକାଲ କୋଚ୍‌ କ୍ରେଗ୍‌ କ୍ଲାର୍କ ଓ ସାଇଣ୍ଟିଫିକ୍‌ ପରାମର୍ଶଦାତା ମିଚେଲ ପେମ୍ବରଶନ ମଧ୍ୟ ସେମାନଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ରିଡ୍‌ଙ୍କ ତତ୍ତ୍ୱାବଧାନରେ କିନ୍ତୁ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତୀୟ ହକିକୁ ପରବର୍ତ୍ତୀ ସ୍ତରକୁ ନେବାକୁ ସେ ଉଦ୍ୟମ କରିବେ ବୋଲି ନୂଆ ନିଯୁକ୍ତି ପାଇବା ପରେ ଫଲ୍‌ଟନ ପ୍ରକାଶ କରିଛନ୍ତି। କୋଚ୍‌ ଭାବେ ଫଲ୍‌ଟନଙ୍କ ଦୃଷ୍ଟାନ୍ତମୂଳକ ଫଳାଫଳ ରହିଛି। ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଇରିଶ ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଥିଲେ। ତାଙ୍କ ଅଧୀନରେ ଏହି ଦଳ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ୧୦୦ବର୍ଷରେ ଇରିଶ ଟିମ୍‌ର ଏହାଥିଲା ପ୍ରଥମ ଅଲିମ୍ପିକ ଯୋଗ୍ୟତା। ଏହି ଐତିହାସିକ ସଫଳତା ପାଇଁ ସେ ୨୦୧୫ରେ ଏଫ୍‌ଆଇଏଚ୍‌ କୋଚ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବେଲଜିୟମ ଦଳର ସେ ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପ୍‌ରେ ସେ ବେଲଜିୟମ କୋଚିଂ ଷ୍ଟାଫ୍‌ର ଅଂଶବିଶେଷ ଥିଲେ। ଫଲ୍‌୍‌ଟନ ଏହି ବର୍ଷ ବେଲଜିୟମ କୋଚ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳରେ ଜଣେ ହକି ଖେଳାଳି ଭାବେ ତାଙ୍କ ଉଜ୍ଜ୍ୱଳ କ୍ୟାରିୟର ରହିଛି। ସେ ୧୦ବର୍ଷ ମଧ୍ୟରେ ୧୯୫ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସ ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ରହିଥିଲେ। ସେ ବିଶ୍ୱକପ୍‌ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଖେଳିଛନ୍ତି। ଫଲ୍‌ଟନଙ୍କ ନିଯୁକ୍ତି ସମ୍ପର୍କରେ ନିଜର ବକ୍ତବ୍ୟ ରଖି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ଅତୀତରେ ସେ ଫଲ୍‌ଟନଙ୍କ ବିପକ୍ଷରେ ଖେଳିଛନ୍ତି। ବର୍ତ୍ତମାନ ତାଙ୍କ ସହିତ ପୁରୁଷ ହକି ଦଳ ପାଇଁ କାର୍ଯ୍ୟ କରିବାର ସମୟ ଉପନୀତ ହୋଇଛି। ଦକ୍ଷିଣ ଆଫ୍ରିକୀୟଙ୍କର କୋଚିଂରେ ଅତୁଳନୀୟ ଅଭିଜ୍ଞତା ରହିଛି। ତାଙ୍କ ଆଗମନ ଦ୍ୱାରା ଭାରତୀୟ ଦଳର ନୈତିକ ମନୋବଳ ବୃଦ୍ଧି ପାଇବ ବୋଲି ଆଶା। ଚଳିତ ମାସରେ ଭାରତ ରାଉରକେଲାରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଖେଳିବ। ଏହି ସମୟରେ ଫଲ୍‌ଟନ ଦଳ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି। ଭାରତ ମାର୍ଚ୍ଚ ୧୦ରେ ଏହାର ପ୍ରଥମ ମ୍ୟାଚ ଜର୍ମାନୀ ବିପକ୍ଷରେ ଖେଳିବ। ପରେ ମାର୍ଚ୍ଚ ୧୩ରେ ରିଟର୍ନ ଲେଗ୍‌ ମ୍ୟାଚ ଖେଳିବ। ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାର୍ଚ୍ଚ ୧୨ ଓ ୧୫ରେ ଖେଳିବ। ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଅଷ୍ଟ୍ରେଲିଆର ଡେଭିଡ୍‌ ଜନ୍‌ ଓ ବିଜେ କାରିଆପ୍ପା କାମଚଳା କୋଚ୍‌ ଦାୟିତ୍ୱରେ ରହିବେ। ସେମାନଙ୍କ ସହ ଶିବେନ୍ଦ୍ର ସିଂ ରହିବେ। ଜନ୍‌ ଓ କାରିଆପ୍ପା ଓଡ଼ିଶା ହକି ଫେଡେରେଶନ ସହ କାର୍ଯ୍ୟ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?