Categories: ଜାତୀୟ

ପୁଣି ୨ ମାସ ମିଳିବ ମାଗଣା ଖାଦ୍ୟ

ନୂଆଦିଲ୍ଲୀ, ୫।୫: କରୋନା ସଙ୍କଟ ବେଳେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ ୨ ମାସ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସି ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ମେ’ ଏବଂ ଜୁନ୍‌ ଦୁଇମାସ ଅତିରିକ୍ତ ଖାଦ୍ୟଶସ୍ୟ ମାଗଣା ଯୋଗାଇ ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Share