ପୁରୀରେ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା

ପୁରୀ ଅଫିସ,୧୮।୧୦: ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ଭୂତଳ ବିଦ୍ୟୁତ୍‌ କେବୁଲ୍‌ ବିଛାଯିବ। ଫଳରେ ପୁରୀ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ମିଳିବା ସହ ରାସ୍ତାରେ ଯାତାୟତ ସହଜ ହେବ। ଭୂତଳ କେବୁଲ୍‌ ବିଛାର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ଦାଣ୍ଡ ଓ ବେଳାଭୂମି ରାସ୍ତାରେ ଭୂତଳ କେବୁଲ ବିଛା ସରିଛି। ଦ୍ୱିତୀୟ ପର୍ଯ୍ୟାୟରେ ବଡ଼ଦାଣ୍ଡ ସଂଲଗ୍ନ ଗଳିରେ କାର୍ଯ୍ୟ ହେବ। ଶ୍ୱେତଗଙ୍ଗା ପୁଷ୍କରିଣୀ ଗଳି, ବାଲିସାହି, ବାସେଳୀ ସାହି, ରେଡକ୍ରସ ରୋଡ୍‌ ଭଳି ଅଞ୍ଚଳରେ ଭୂତଳ କେବୁଲ ଲାଗିବ। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବ ସ୍ବାଇଁ କହିଛନ୍ତି।
ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ହୋଇଥିବାରୁ ଭୂତଳ ବିଦ୍ୟୁତ କେବୁଲ ବ୍ୟବସ୍ଥା ଦ୍ୱାରା ବାତ୍ୟା ଭଳି ସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ସହଜ ହେବ। ଏ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି। ଯଥାଶୀଘ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସୂଚନା ଅନୁଯାୟୀ, ମୁଖ୍ୟତଃ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ୩ ପ୍ରମୁଖ ରାସ୍ତା ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାରେ ଭୂତଳ ବିଦ୍ୟୁତ୍‌ କେବୁଲ ବିଛାଯିବ। ଏହି ବାବଦରେ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ୧୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତାରେ ଏଭଳି ବ୍ୟବସ୍ଥା କରାଯିବ। ଭୂତଳ କେବୁଲ ଫଳରେ ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ହଟିବ ଓ ରାସ୍ତା ପ୍ରଶସ୍ତୀକରଣ ସହଜ ହେବ। ପୁରୀର ଅଧିକାଂଶ ରାସ୍ତା ଅଣଓସାରିଆ ହୋଇଥିବାରୁ ବିଦ୍ୟୁତ୍‌ ବିଭାଗର ଏଭଳି ପଦକ୍ଷେପ ଯାତାୟତକୁ ସରଳ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରୁ ଅନ୍ୟତମ ସ୍ଥାନ ହେଉଛି ପୁରୀ। ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ସେମାନଙ୍କ ଯାତାୟତ ସମେତ ଠାକୁରଙ୍କ ବିମାନ ଯିବାଆସିବାରେ ସମସ୍ୟା ଉପୁଜୁଛି। ସେହିଭଳି ଗୋଷାଣୀ ବେଳେ ମେଢ଼ ନେବାରେ ମଧ୍ୟ ସମସ୍ୟା ହେଉଛି। ଭୂତଳ ବିଦ୍ୟୁତ୍‌ କେବୁଲ ଏ ଦିଗରେ ଏକ ସମାଧାନ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବରିଷ୍ଠ ସେବାୟତ ତଥା ପୁରୀ ସହରର ବାସିନ୍ଦା ବିନାୟକ ଦାସ ମହାପାତ୍ର କହିଛନ୍ତି, ବିଦ୍ୟୁତ୍‌ ବିଭାଗର ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ, ମାତ୍ର ବିଦ୍ୟୁତ୍‌ ସେବାକୁ ନେଇ ପୁରୀ ସହରରେ ଅନେକ ସମ୍ୟା ରହିଛି। ଏହାର ମଧ୍ୟ ସମାଧାନ ହେବା ଦରକାର। ଉଲ୍ଲେଖ ଥାଉ କି, ପୁରୀ ସହରବାସୀ ଘରୋଇ ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ବିରୋଧରେ ଜିଲାପାଳଙ୍କ ନିକଟରେ ଫେରାଦ ହେବା ପରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ କୋର୍‌ କମିଟି ଗଠନ କରାଯାଇ କିଛି ସଂସ୍କାର ଅଣାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ଭାଜପାର ପ୍ରସ୍ତୁତି ବୈଠକ

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଶୁକ୍ରବାର ଆଗାମୀ ତିନିମାସ ପାଇଁ ଏକ ଖସଡ଼ା ପ୍ରସ୍ତୁତ...

କାର୍ଯ୍ୟାଳୟରେ ପଶି ଆକ୍ରମଣ: ୭ ବିଦ୍ୟୁତ୍‌ କର୍ମଚାରୀ ଗୁରୁତର

ବାରିପଦା ଅଫିସ,୨୩।୯: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଛାଞ୍ଚ ବିଦ୍ୟୁତ୍‌ ସେକ୍ସନ କାର୍ଯ୍ୟାଳୟରେ ବୁଧବାର ୪୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ମରଣାନ୍ତକ...

କରୋନା କାଳରେ ସୁଧୁରୁନାହାନ୍ତି ଅମାନିଆ: ୪୪ହଜାର ଜରିମାନା ଆଦାୟ କଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ , ୩।୭- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ତଦଜନିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି...

ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ

କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨...

ଭଙ୍ଗାଘରେ ବିତୁଛି ଜୀବନ, ବର୍ଷେ ହେଲା ମିଳୁନି ରାଶନ

ରାଜନଗର,୩୦ା୮(ଡି.ଏନ.ଏ.):କେହି ଯେପରି ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ସରକାର ଗରିବ ଲୋକମାନଙ୍କୁ ପ୍ରତିମାସରେ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। କିନ୍ତ୨ୁ...

କୋଠରି ଅଭାବ, ପାଠପଢ଼ା ବ୍ୟାଘାତ

ନୂଆପଡ଼ା ଅଫିସ,୧୦।୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଘୋଟସର ଉଚ୍ଚ ପ୍ରାଥମିକ ବିିଦ୍ୟାଳୟ ଅବ୍ୟବସ୍ଥାରେ ଗତି କରୁଛନ୍ତି। ବିିଦ୍ୟାଳୟ ଶ୍ରେଣୀ କୋଠରି...

ଭଞ୍ଜନଗର ଉପଖଣ୍ଡରେ ସ୍ବାଧୀନତା ଦିବସ

ଭଞ୍ଜନଗର,୧୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ସ୍ଥାନୀୟ ଜେଲ ପଡ଼ିଆରେ ରବିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉପଜିଲାପାଳ ରାଜେନ୍ଦ୍ର...

କୋଭିଡ୍‌ ପରିସ୍ଥିତିର ସମୀକ୍ଷା କଲେ ଆର୍‌ଡିସି

ପୁରୀ ଅଫିସ, ୮।୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ପୁରୀ ଜିଲା କୋଭିଡ୍‌ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସ୍‌ ପରିସରରେ...

Advertisement
Archives

Model This Week