ଅଭିନେତାଙ୍କ ଘରେ ପଶିଲେ ଅଜଣା ବ୍ୟକ୍ତି: ବାଥ୍‌ରୁମ୍‌ରେ ଗାଧୋଇବା ସହ କଲେ ଏମିତି କାମ

ହଲିଉଡ୍‌ ଫିଲ୍ମ ‘ପାଇରେଟ୍‌ସ ଅଫ୍‌ ଦି କାରିବିଆନ୍‌’ରେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଅଭିନେତା ଜନି ଡେପ୍‌। ଏବେ ଜନିଙ୍କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରେ ପଶିଯାଇଥିବା ଦେଖିବାକୁ ମିଳିଛି।
ଜନିଙ୍କ ଘର ପଛରେ ଥିବା ସୁଇମିଙ୍ଗ୍‌ ପୁଲ ନିକଟରେ ଜଣେ ଅଜଣା ବ୍ୟକ୍ତି ବୁଲୁଥିଲେ। ପଡୋଶୀ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଜନିଙ୍କ ଘରେ ପହଞ୍ଚିବା ପରେ ଉକ୍ତ ଅଜଣା ବ୍ୟକ୍ତି ବାଥ୍‌ରୁମ୍‌ରେ ଗାଧୋଉଥିବା ଜାଣିବାକୁ ପାଇଥିଲା। ପୋଲିସ ଗୋଟ୍‌ ଖୋଲିବାକୁ କହିବାରୁ ସେ ମନା କରିଦେଇଥିଲେ। କେବଳ ସେତିକି ନୁହେଁ ଉକ୍ତ ବ୍ୟକ୍ତି ଅଭିନେତାଙ୍କ ବ୍ୟକ୍ତିଗତ ବାର୍‌କୁ ଯାଇ ଡ୍ରିଙ୍କ୍‌ସ ମଧ୍ୟ କରିଥିଲେ। କବାଟ ଭାଙ୍ଗି ଘରେ ପଶିବା ନେଇ ପୋଲିସ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
ତେବେ ଜନିଙ୍କ ଘରେ କେହି ଅଜଣା ବ୍ୟକ୍ତି ପଶିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅର୍ଥାତ୍‌ ଗତ ଜାନୁୟାରୀରେ ଜଣେ ମହିଳା ତାଙ୍କ ଘରେ ପଶିଥିଲେ।

Share