Categories: ଖେଳ

ଅଟୋଗ୍ରାଫ୍‌ ମାଗିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଗାଭାସ୍କର; ଏମିତି କରିଥିଲେ ନିଜର

ନୂଆଦିଲ୍ଲୀ, ୧୦।୭: ୧୯୪୯ ମସିହା ଆଜିର ଦିନରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ଲିଟିିଲ୍‌ ମାଷ୍ଟର ସୁନିଲ ଗାଭାସ୍କର। ଆଜି ବି ସେ କ୍ରିକେଟ ଜଗତରେ ସକ୍ରିୟ ଅଛନ୍ତି। ଏକାଧିକ ରେକର୍ଡ ନିଜର ନାମରେ କରିଥିବା ଗାଭାସ୍କରଙ୍କ ଲଭଷ୍ଟୋରୀ ବେଶ୍‌ ନିଆରା। କୌଣସି ଫିଲ୍ମ ହିରୋଠାରୁ ମଧ୍ୟ କମ୍‌ ନୁହେଁ। ନା ବଲିଉଡ୍‌ ସେଲିବ୍ରିଟି, ନା ସହପାଠୀ, ଜଣେ ପ୍ରଶଂସକଙ୍କୁ ଭଲପାଇ ବସିଥିଲେ ଗାଭାସ୍କର। ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ।

ଏକ କ୍ରିକେଟ ମ୍ୟାଚ୍‌ ଖେଳୁଥିବା ସମୟରେ ଜଣେ ମହିଳା ପ୍ରଶଂସକଙ୍କୁ ଭେଟିଥିଲେ ଗାଭାସ୍କର। ସେ କାନପୁରର ମାର୍ଶଲୀନ ମଲହୋତ୍ରା ଥିଲେ। ସେତେବେଳେ ମାର୍ଶଲୀନ ଦିଲ୍ଲୀ ଶ୍ରୀରାମ କଲେଜରେ ଗ୍ରାଜୁଏଶନ କରୁଥିଲେ। ତାଙ୍କ ବାପା ଚମଡ଼ା କାରୋବାର କରୁଥିଲେ। ୧୯୭୩ରେ ପ୍ରଥମ ଥର ପାଇଁ ମାର୍ଶଲିନଙ୍କୁ ଗାଭାସ୍କର ଭେଟିଥିଲେ। ଗାଭାସ୍କର ଖେଳୁଥିବା ମ୍ୟାଚ୍‌କୁ ସେ ଦେଖିବା ଲାଗି ଆସିଥିଲେ। ଷ୍ଟାଡିୟମର ଷ୍ଟୁଡେଣ୍ଟ ଗ୍ୟାଲେରୀରେ ବସିଥିବା ମାର୍ଶଲୀନ ଗାଭାସ୍କରଙ୍କୁ ଅଟୋଗ୍ରାଫ ମାଗିଥିଲେ।

ଗାଭାସ୍କର ଅଟୋଗ୍ରାଫ ଦେବା ବେଳେ ମାର୍ଶଲୀନଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରେ ସେ ତାଙ୍କୁ ଖୁବ୍‌ ଖୋଜିଥିଲେ। ଧିରେ ଧିରେ ମାର୍ଶଲୀନ କାନପୁରର ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ସେ କାନପୁରରେ ଥିବା ନିଜ ବନ୍ଧୁଙ୍କ ଘରକୁ ଯାଇ ମାର୍ଶଲୀନଙ୍କୁ ଖୋଜିବାରେ ଲାଗିଥିଲେ। ଏସବୁ ବିଷୟରେ କିନ୍ତୁ ମାର୍ଶଲୀନ ଜାଣିପାରି ନ ଥିଲେ।

ଏକଦା କାନପୁରରେ ଟେଷ୍ଟ ଖେଳାଯାଉଥିଲା। ଏହି ସମୟରେ ମାର୍ଶଲୀନ ଏବଂ ତାଙ୍କ ପରିବାରକୁ ଗାଭାସ୍କର ନିମନ୍ତ୍ରଣ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଗାଭାସ୍କର ପରିବାର ସମ୍ମୁଖରେ ନିଜ ମନ କଥା କହିଥିଲେ। ସମସ୍ତେ ହଁ ଭରିବା ପରେ ୧୯୭୪ ଡିସେମ୍ବର ୧୩ରେ ମାର୍ଶଲିନଙ୍କୁ ବିବାହ କରିଥିଲେ ଗାଭାସ୍କର।

Share